ଦୁର୍ଗା ମଣ୍ଡପରୁ ଚୋରି ହେଇଗଲା ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଅଳଙ୍କାର, ଲୁଟେରା ଫେରାର୍…

ଘଟଣାଟି ଯାଜପୁର ଜିଲ୍ଲା କୋରେଇ ଥାନା ବରୁଣ୍ଡେଇ ସ୍ଥିତ ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରେ ଘଟିଛି। ମଣ୍ଡପରୁ ୧୦ ଲକ୍ଷ ଟଙ୍କାର ଅଳଙ୍କାର ହୋଇଛି ଲୁଟ। ଥାନାରେ ଅଭିଯୋଗ ପରେ ପୋଲିସ ଆରମ୍ଭ କରିଛି ତଦନ୍ତ।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ମା’ଙ୍କ ରୂପା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମାଙ୍କ ଗହଣା ସମେତ ପାର୍ଶ୍ୱ ଦେବାଦେବୀଙ୍କ ଗହଣା ମଧ୍ୟ ଚୋରି ହୋଇଛି । ତେବେ ଚୋରି ହୋଇଥିବା ଅଳଙ୍କାରର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି ।

ତେବେ ମଣ୍ଡପରୁ ଏତେ ବଡ଼ଧରଣର ଲୁଟ୍‌ ହେବା ପରେ ପୂଜା କମିଟି ପକ୍ଷରୁ କୋରେଇ ଥାନାରେ ଅଭିଯୋଗ କରାଯାଇଛି । ବର୍ତ୍ତମାନ ପୋଲିସ ଏହାର ତଦନ୍ତ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ସମସ୍ତ ଲୁଟେରା ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।