ଆଉ କେବେ ହୁଏ ତ ଉଠିବେ ନାହିଁ ବିକ୍ରମ ଓ ପ୍ରଜ୍ଞାନ । ଇସ୍ରୋକୁ ଲାଗିଲା ଏକ ବଡ଼ ଝଟକା । ଇସ୍ରୋର ସବୁ ପ୍ରୟାସ ଫେଲ୍ ମାରି ଯାଇଛି । ବିକ୍ରମ ଓ ପ୍ରଜ୍ଞାନ ର ନିରନ୍ତର କାର୍ଯ୍ୟକୁ ଦେଖି ବେଶ୍ ଆଗ୍ରହୀ ଓ ଆଶାବାଦୀ ଥିଲା ଇସ୍ରୋ । ଇସ୍ରୋ ଭାବିଥିଲା ପୁଣି 14 ଦିନ ପରେ ନୂତନ ସୂର୍ଯ୍ୟ ଆଲୋକ ଦେଖିବେ ବିକ୍ରମ ଓ ପ୍ରଜ୍ଞାନ । ଚନ୍ଦ୍ର ପୃଷ୍ଠରେ ପୁଣି ନୂତନ ସୂର୍ଯ୍ୟ ଆଲୋକ ଆସି ଯାଇଛି । ହେଲେ କିନ୍ତୁ ସୂର୍ଯ୍ୟ ଆଲୋକର ଉଷ୍ମତା ନେବା ପାଇଁ ଆଉ ଉଠୁ ନାହାଁନ୍ତି ବିକ୍ରମ ଓ ପ୍ରଜ୍ଞାନ ।
ଲାଗୁଛି ଯେପରି ଚନ୍ଦ୍ରୟାନ-3 ର ଜୀବନର ଅବଧିର ପରିସମାପ୍ତି ଘଟିଛି । ଚନ୍ଦ୍ରୟାନ-3 ଯେବେ ଓହ୍ଲାଇ ଥିଲା ଚନ୍ଦ୍ରର ଦକ୍ଷିଣ ମେରୁରେ ସେତେବେଳର ଖୁସି କହିଲେ ନ ସରେ । ଯାହାର ସଫଳତାକୁ ନେଇ ଇତିହାସ ରଚିଥିଲା ଭାରତ । ହେଲେ ଏବେ କିନ୍ତୁ ଦେଖା ଦେଇଛି ଶୋକର ଛାୟା ।
ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପର ଠାରୁ ପ୍ରଜ୍ଞାନ ଓ ବିକ୍ରମ କେବେ ନିରାଶ କରି ନ ଥିଲେ ଇସ୍ରୋ ର ବୈଜ୍ଞାନିକ ମାନଙ୍କୁ । 14 ଦିନ ଧରି ନିରବଚ୍ଛିନ୍ନ ଭାବେ କାମ କରୁଥିଲେ ଦୁହେଁ । ଅନେକ ଗୁରୁତ୍ୱପୂର୍ଣ ତଥ୍ୟ ମଧ୍ୟ ପ୍ରେରଣ କରିଥିଲେ ଦୁହେଁ । ଯାହାକୁ ନେଇ ବେଶ୍ ଖୁସି ଥିଲେ ଇସ୍ରୋର ବୈଜ୍ଞାନିକ ମାନେ । ଦୁହେଁ ସୌର ଚାଳିତ ହେତୁ ଇସ୍ରୋ ଜାଣିଥିଲା ଚନ୍ଦ୍ର ପୃଷ୍ଠରୁ ସୂର୍ଯ୍ୟ ଆଲୋକ ଜିବା ପରେ ଏ ଦୁହେଁ ନିସ୍ତେଜ୍ ହୋଇଯିବେ । ସୂର୍ଯ୍ୟ ଆଲୋକ ଚାଲି ଯିବା ଯେତିକି ଗଡ ସମସ୍ୟା ନ ଥିଲା ତା ଠାରୁ ଅଧିକ ବଡ ସମସ୍ୟା ଥିଲା ତାପମାତ୍ରା ।
ଆହୁରି ପଢନ୍ତୁ :- ଫିଟୁଛି ସୁନିତା ପରିଡ଼ା ମର୍ଡର ମିଷ୍ଟ୍ରି! ସ୍ତ୍ରୀକୁ ବଳାତ୍କାର କରି ହତ୍ୟା କରିବାକୁ ସ୍ୱାମୀ ଦେଇଥିଲା ସୁପାରି, ଜାଣନ୍ତୁ ପୁରା ଘଟଣା
ଚନ୍ଦ୍ରର କୌଣସି ବାୟୁ ମଣ୍ଡଳ ନ ଥିବା ହେତୁ ସୂର୍ଯ୍ୟ ଆଲୋକ ଯିବା ପର ଠାରୁ ଏହାର ଦକ୍ଷିଣ ମେରୁରେ ଅତି ଭୟଙ୍କର ଥଣ୍ଡା ଦେଖା ଦେଇଥିଲା । ଯାହା ଏକ ଯନ୍ତ୍ରପାତି ପକ୍ଷରେ ସହ୍ୟ କରିବା ଅସମ୍ଭବ । ହେଲେ ଇସ୍ରୋର ବୈଜ୍ଞାନିକ ମାନେ ଚନ୍ଦ୍ର ପୃଷ୍ଠରୁ ଆଲୋକ ଯିବା ପୁର୍ବରୁ ହିଁ ଦୁହିଁଙ୍କୁ ଫୁଲ୍ ଚାର୍ଜ କରି ସୁରକ୍ଷିତ ଭାବେ ଅଫ୍ କରି ରଖିଥିଲେ । ହେଲେ ଆଜି ଯେତେବେଳେ ଚନ୍ଦ୍ର ପୃଷ୍ଠକୁ ପୁଣି ସୂର୍ଯ୍ୟ ଆଲୋକ ଫେରି ଆସିଛି ଇସ୍ରୋ ସତ ଚେଷ୍ଟା ପରେ ମଧ୍ୟ ପ୍ରଜ୍ଞାନ କିମ୍ବା ବିକ୍ରମରୁ କୌଣସି ସିଗ୍ନାଲ ମିଳି ପାରି ନାହିଁ । ଯାହା ନେଇ ଆଜି ସ୍ପଷ୍ଟ କରିଛି ଇସ୍ରୋ ।