ବାଇଆ କଲା ୯ମ ଶ୍ରେଣୀ ଝିଅର ପ୍ରେମ, ଆଇଫୋନ୍ ଗିଫ୍ଟ କରିବା ପାଇଁ ମା’କୁ କାଙ୍ଗାଳ କରିଦେଲା ବାଳକ, ଜାଣନ୍ତୁ ପୁରା ଘଟଣା

ନବମ ଶ୍ରେଣୀର ପ୍ରେମ ! ପ୍ରେମିକାକୁ ଆଇଫୋନ୍ ଗିଫ୍ଟ ଦେବା ପାଇଁ ମାଆର ସମସ୍ତ ସୁନା ଗହଣା ଚୋରି କଲା ପ୍ରେମିକ ! ତେବେ ଆଜି କାଲି ତ ଭଲ ପାଇବା ଯେପରି ଏକ ଫ୍ୟାସନ ହୋଇ ଗଲାଣି । କଲେଜ୍ ତ ଦୂରର କଥା ସ୍କୁଲରେ ପଢୁଥିବା ପିଲାଙ୍କର ରହିଛି ବୟେଫ୍ରେଣ୍ଡ ଆଉ ଗର୍ଲଫ୍ରେଣ୍ଡ।

ତେବେ ଠିକ୍ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ରାଜଧାନୀ ଦିଲ୍ଲୀର ନଯାଫଗଡର ଏକ ନବମ ଶ୍ରେଣୀର ଛାତ୍ରର ପ୍ରେମ କାହାଣୀ ଏବେ ବେଶ୍ ଭାଇରାଲ ହେଉଛି । ମାଆ ଭାବୁଥିଲା ପୁଅ ସ୍କୁଲ ଯାଇ ପାଠ ପଢୁଛି । କିନ୍ତୁ ପୁଅ ପାଠ ପଢିବା ବଦଳରେ କରୁଥିଲା ପ୍ରେମ ।

ଘଟଣା ଅନୁସାରେ , ନଜାଫଗଡ ଅଞ୍ଚଳର ନବମ ଶ୍ରେଣୀରେ ପଢୁଥିବା ଏକ ବାଳକ ତା ଶ୍ରେଣୀର ଏକ ଝିଅକୁ ଭଲ ପାଉଥିଲା । ଯାହାକୁ ସେ ଏକ ଆଇଫୋନ୍ ଗିଫ୍ଟ ଦେବା ପାଇଁ ତା ମାଆର ସମସ୍ତ ସୁନା ଅଳଙ୍କାର ନେଇ ବିକ୍ରି କରି ଦେଇଛି ।

 ମାଆ ଏ ସବୁ ଜାଣି ନ ଥିବାରୁ ସୁନା ଅଳଙ୍କାର ଚୋରି ହେବା ନେଇ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଯାହା ପରେ ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରି ଦେଇଥିଲା । ତଦନ୍ତ ଚାଲିଥିବା ସମୟରେ ପୋଲିସ ଜାଣିବାକୁ ପାଇଥିଲା କି ତାଙ୍କ ପଡୋଶୀ ଘରୁ ମଧ୍ୟ ଚୋରି ହୋଇଛି ।

ସତ କଥା ତ ସେତେବେଳେ ଜଣା ପଡିଥିଲା ଯେତେବେଳେ ପୋଲିସ ସେହି ଅଞ୍ଚଳର ସିସିଟିଭି ଚେକ୍ କରିଥିଲା । ପୋଲିସ ଦେଖିବାକୁ ପାଇଥିଲା କି ଅଭିଯୋଗ କରିଥିବା ମହିଳାଙ୍କ ପୁଅ ହିଁ ଏଭଳି କାମ କରିଛି ।

ଯାହା ପରେ ପୋଲିସ ପୁଅଟିର ସମସ୍ତ ସାଙ୍ଗ ମାନଙ୍କୁ ଏ ନେଇ ପଚରା ଉଚରା କରି ଜାଣିବାକୁ ପାଇଥିଲା ଯେ ପୁଅଟି ତାର ଗର୍ଲଫ୍ରେଣ୍ଡକୁ ଆଇଫୋନ୍ ଗିଫ୍ଟ ଦେବା ପାଇଁ ଏପରି କରିଛି ବୋଲି । ଏବଂ ଗତ ୭ ତାରିଖ ଦିନ ପୋଲିସ ସେହି ପୁଅ ଠାରୁ ପ୍ରାୟ ୫୦ ହଜାର ଟଙ୍କା ଜବତ କରିଛି ।