ପୁରୁଷ ବନ୍ଧୁ ଭାଇରାଲ୍ କରିଦେଲା ଶୀତଲଙ୍କ ଖରାପ ଭିଡିଓ, ଅଭିଯୋଗ ଆଣିଲେ ଶୀତଲ ପାତ୍ର, ଜାଣନ୍ତୁ ପୁରା ଖବର

ଓଲିଉଡ଼ରେ ପୁଣି ସାମ୍ନାକୁ ଆସିଛି କାଷ୍ଟିଂକାଉଚ। ଅଭିନେତ୍ରୀ ଶୀତଲ୍ ପାତ୍ର ଅଭିଯୋଗ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଭିଡ଼ିଓ ଭାଇରଲ କରିବା ଅଭିଯୋଗରେ ପୁରୁଷ ବନ୍ଧୁଙ୍କ ନାମରେ ଏତଲା ଦେଲେ ଓଲିଓଡ଼ ଅଭିନେତ୍ରୀ ଶୀତଲ ପାତ୍ର। କେବଳ ସେତିକି ନୁହେଁ ପୁରୁଷ ବନ୍ଧୁ ଜଣଙ୍କ ତାଙ୍କୁ ନିର୍ଯାତନା ଦେବ ସହ ଧମକ ଚମକ ଦେବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଶୀତଲ।

ତାଙ୍କ ପୁରୁଷ ବନ୍ଧୁ ଫିଲ୍ଡରେ କାମ ଦେବାକୁ ତାଙ୍କ ଅନ୍ତଃରଙ୍ଗ ମୂହୁର୍ତ୍ତର ଭିଡ଼ିଓ ଭାଇରାଲ କରୁଛନ୍ତି। ପୋଲିସ ଅଭିଯୁକ୍ତ ପୁରୁଷ ବନ୍ଧୁ ବିରୁଦ୍ଧରେ IPC ଦଫା 268, 294, 349, 350, 354, 354A, 354C, 383, 420, 468, 499, 503, 509, IT Act 66A, 66E, 67, 67A ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେ ୧୫ ବର୍ଷ ଧରି ଓଡ଼ିଆ ସିନେମା ଜଗତରେ ସକ୍ରିୟ ଅଛନ୍ତି।

ଅଭିଯୋଗ ଅନୁସାରେ, ୨୦୧୯ରେ ଅଭିନେତ୍ରୀ ଓ ଫିଲ୍ମ ନିର୍ମାତା ନିର୍ମାତା ଦୟାନିଧି ଦହିମାଙ୍କ ସହ ପରିଚୟ ହୋଇଥିଲା। ପରେ ଏହା ନିବିଡ ହୋଇ ବନ୍ଧୁତାରେ ପରିଣତ ହୋଇଥିଲା। ପରେ ପ୍ରେମ ସମ୍ପର୍କ ହୋଇଥିଲା। ଏହି ସମୟରେ ସେ ତାଙ୍କୁ ବଡବଡ ପ୍ରୋଜେକ୍ଟରେ କାମ କରିବାକୁ ପ୍ରଲୋଭନ ଦେଖାଇ ନିଜ ସ୍ୱାର୍ଥ ହାସଲ କରିଥିଲେ। ଏପରିକି ତାଙ୍କୁ ଯୌନ ନିର୍ଯାତନା ମଧ୍ୟ ଦେଇଥିଲେ। ଖାଲି ଏତିକି ନୁହେଁ, ବରଂ ଠକେଇ ଓ ତାଙ୍କୁ ସୁଟିଂ ସେଟ୍‌ରେ ଧମକଚମକ ମଧ୍ୟ ଦେଉଥିଲେ।

ଏପରିକି ଗତ ୨୦୨୨ ମେ ୨୯ ତାରିଖରେ ସୁଟିଂ ସେଟରେ ପହଞ୍ଚି ହଙ୍ଗାମା କରିଥିବା ନେଇ ଅଭିନେତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି। ଏପରିକି ସୋସିଆଲ ମିଡ଼ିଆରେ ଫେକ ଆକାଉଣ୍ଟ କରି ତାଙ୍କୁ ଓ ତାଙ୍କର ପରିବାରଙ୍କୁ ବଦନାମ କରୁଥିବା ନେଇ ପୁରଷ ବନ୍ଧୁଙ୍କ ମାରେ ଅଭିଯୋଗ ହୋଇଛି। ଏନେଇ ପ୍ରଥମେ ଲାଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ କୋର୍ଟର ଆଶ୍ରୟ ନେଇଛନ୍ତି ଅଭିନେତ୍ରୀ।