କଇଁଛ ମୁଦି ପିନ୍ଧିବା ଉଚିତ ନା ଅନୁଚିତ, ଜାଣନ୍ତୁ କଇଁଛ ମୁଦି ପିନ୍ଧିବାର ସଠିକ ନିୟମ

ବର୍ତ୍ତମାନ ସମୟରେ ଅନେକ ଲୋକ କଇଁଛ ମୁଦି ପିନ୍ଧିଥିବାର ଦେଖିବାକୁ ମିଳୁଛି । ହେଲେ କେଉଁ ଲୋକ କେଉଁ ପ୍ରକଟ କଇଁଛ ମୁଦି ପିନ୍ଧିଲେ ସେମାନଙ୍କ ପାଇଁ ଶୁଭଫଳ ପ୍ରଦାନ କରିଥାଏ ସେମାନେ ଅନେକ ସେହି ବିଷୟରେ ଜାଣିନଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କିଏ ଓ କିପରି ମୁଦି ପିନ୍ଧିବା ଦ୍ଵାରା ଶୁଭ ହୋଇଥାଏ ? ସେହି ବିଷୟରେ ଏଠାରେ ଆଲୋଚନା କରି ଜାଣିବା ।

1 – କଇଁଛ ମୁଦି ସାଧାରଣତଃ ରୂପାର ହୋଇଥିବା ଆବଶ୍ୟକ ଅଟେ । ରୂପା କି ଚାନ୍ଦିର କଇଁଛ ମୁଦି ବ୍ୟକ୍ତି ପରିଧାନ କରିବା ଉଚିତ ।

2 – ଏହି କଇଁଛ ମୁଦିକୁ ପୁଅ ହେଉ ଅବା ଝିଅ ଡାହାଣ ହାତରେ ହିଁ ପିନ୍ଧାଯାଇଥାଏ । ବାମ ହସ୍ତରେ ଏହାକୁ ପିନ୍ଧାଯାଇନଥାଏ । କନିଷ୍ଠ , ବୃଦ୍ଧା ଓ ତର୍ଜନୀ ଆଙ୍ଗୁଳିରେ କଇଁଛ ମୁଦି ପିନ୍ଧିବା ଉଚିତ ନୁହେଁ । ମଧ୍ୟମା କିମ୍ବା ଅନାମିକା ଅଙ୍ଗୁଳିରେ ଏହାକୁ ପରିଧାନ କରନ୍ତୁ ।

ଆହୁରି ପଢନ୍ତୁ :- ବୃହସ୍ପତିଙ୍କ ରାଶି ପରିବର୍ତ୍ତନ, ଏହି ୪ ରାଶିଙ୍କ ପାଇଁ ୫ ବର୍ଷ ପର୍ଯ୍ୟନ୍ତ ରହିବନି ଟଙ୍କା ଅଭାବ!

3 – ମେଶ ରାଶି, ସିଂହ ରାଶି, ଧନୁ ରାଶି ଓ କୁମ୍ଭ ରାଶିର ଲୋକ ଏହି ମୁଦିକୁ ପିନ୍ଧିବା ଦ୍ଵାରା ଅନେକ ଶୁଭ ଫଳ ସେହି ରାଶିର ବ୍ୟକ୍ତିଙ୍କୁ ମିଳିଥାଏ । ଏହି ରାଶିର ବ୍ୟକ୍ତି ଯଦି ନିଜ ଆଙ୍ଗୁଠିରେ କଇଁଛ ମୁଦି ପିନ୍ଧନ୍ତି, ତେବେ ସେହି ବ୍ୟକ୍ତିର ଜୀବନ ଧନ, ସମ୍ପତ୍ତି ଓ ଐଶ୍ଵର୍ଯ୍ୟରେ ଭରିଯାଇଥାଏ ।

4 – କନ୍ୟା ରାଶି, ବିଛା ରାଶି, ମୀନ ରାଶିର ଲୋକଙ୍କ ପାଇଁ କଇଁଛ ମୁଦିକୁ ପିନ୍ଧିବା ଦ୍ଵାରା ଶୁଭଫଳ ପ୍ରଦାନ କରିନଥାଏ । ତେଣୁ ଏହି ରାଶିର ଲୋକେ ନିଜ ହାତରେ କଇଁଛ ମୁଦି ପିନ୍ଧିବା ଅନୁଚିତ ।

5 – ଏହା ବ୍ଯତୀତ ଅନ୍ୟ ରାଶି ଗୁଡିକ ପାଇଁ ଏହି ମୁଦି ମଧ୍ୟମା ଧରଣର ଫଳ ପ୍ରଦାନ କରିଥାଏ ।

6 – ଶୁକ୍ରବାର ଦିନ ଏହି କଇଁଛ ମୁଦି କିଣିକି ପିନ୍ଧିବାକୁ ସର୍ବଶ୍ରେଷ୍ଠ ଦିନ ବୋଲି କୁହାଯାଇଥାଏ । ତାହା ସହିତ ଦିନ ବେଳା ଅର୍ଥାତ ସୂର୍ଯ୍ୟାସ୍ତ ହେବା ପୂର୍ବରୁ ହିଁ କଇଁଛ ମୁଦିକୁ ପିନ୍ଧିବା ଉଚିତ ।

7 – କଇଁଛ ମୁଦିକୁ ପିନ୍ଧିବା ପୂର୍ବରୁ ଭଲ ଭାବେ ଗଙ୍ଗା ଜଳରେ ଏହାକୁ ଧୋଇ ଦିଅନ୍ତୁ । ତାପରେ ପ୍ରଭୁ ନାରାୟଣ ଓ ଲକ୍ଷ୍ମୀ ମା’ ଙ୍କ ପାଖରେ ଏହାକୁ ପୂଜା କରି ଏହା ଉପରେ ପଞ୍ଚାମୃତ ସିଂଚନ କରି ପିନ୍ଧନ୍ତୁ । ଯାହା ଦ୍ଵାରା କଇଁଛ ମୁଦି ପରିଧାନ କରୁଥିବା ବ୍ୟକ୍ତି ପାଇଁ ଏହା ବହୁତ ଶୁଭଫଳ ପ୍ରଦାନକାରୀ ହୋଇପାରିବ । ଏହା ସହ ପ୍ରଭୁ ନାରାୟଣ ଓ ମା’ ଲକ୍ଷ୍ମୀଙ୍କର ଅସୀମ କୃପା ଦ୍ରୁଷ୍ଟି ସେହି ବ୍ୟକ୍ତି ଉପରେ ରହିଥାଏ ।

ଯାହା ଦ୍ଵାରା କଇଁଛ ମୁଦି ପିନ୍ଧିଥିବା ବ୍ୟକ୍ତି ନିଜର ପ୍ରତ୍ଯେକଟି କାର୍ଯ୍ୟରେ ସଫଳତା ପାଇପାରିଥାଏ ।