ବୟସ ଅନୁସାରେ ଏତିକି ଘଣ୍ଟା ଶୋଇବା ହୋଇଥାଏ ବେଷ୍ଟ, ଜାଣନ୍ତୁ ଡାକ୍ତରଙ୍କ ଅନୁସାରେ ଆପଣଙ୍କୁ କେତେ ଘଣ୍ଟା ଶୋଇବା ଉଚିତ୍

କଣ ଆପଣଙ୍କୁ ବି ଦୀର୍ଘ ସମୟ ପର୍ଯ୍ୟନ୍ତ ନିଦ ହେଉ ନାହିଁ କି ? ତେବେ ଆପଣଙ୍କୁ ହୋଇପାରେ ଏଭଳି ରୋଗ । କାରଣ ଗୋଟିଏ ସୁସ୍ଥ ଶରୀର ପାଇଁ ନିଦ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ନିଦ ନ ହେବା ଦ୍ବାରା ମାନସିକ ସନ୍ତୁଳନ ମଧ୍ୟ ନଷ୍ଟ ହୋଇଥାଏ ।

ଡାକ୍ତରଙ୍କ ଅନୁଯାୟୀ ଗୋଟିଏ ବ୍ୟକ୍ତି ସାତ ଘଣ୍ଟା ପର୍ଯ୍ୟନ୍ତ ଶୋଇବା ଉଚିତ୍ । ଯଦି ସେ ଏପରି କରୁ ନାହିଁ ତେବେ ତାକୁ ବିଭିନ୍ନ ପ୍ରକାରର ରୋଗ ହୋଇପାରେ । ଯେପରିକି ମଧୁମେହ , ହାର୍ଟ ଆଟାକ, ରକ୍ତ ଚାପ ଇତ୍ୟାଦି ।

ରାତିରେ ନିଦ ନା ହେବା ଦ୍ଵାରା ଏହାର କୁପ୍ରଭାବ ଶରୀରର ବିଭିନ୍ନ ଅଙ୍ଗ ଉପରେ ପଡ଼ିଥାଏ । ତେବେ ଜାଣନ୍ତୁ କେତେ ବର୍ଷର ପିଲା କେତେ ଘଣ୍ଟା ଶୋଇବା ଉଚିତ୍….

୧-୨ ବର୍ଷ : ୧୧ ରୁ ୧୪ ଘଣ୍ଟା 

୩-୫ବର୍ଷ : ୧୧ ରୁ ୧୪ ଘଣ୍ଟା 

୬-୧୨ ବର୍ଷ : ୯ ରୁ ୧୨ ଘଣ୍ଟା 

୧୩-୧୮ ବର୍ଷ : ୮ ରୁ ୧୦ ଘଣ୍ଟା 

୧୮-୬୦ ବର୍ଷ : ୭ ଘଣ୍ଟା 

୬୦ ବର୍ଷରୁ ଉର୍ଦ୍ଧ୍ବ : ୮ ଘଣ୍ଟା ।

ଏକ ରିପୋର୍ଟ ଅନୁଯାୟୀ, କେତେ ଘଣ୍ଟା ଶୋଇବା ଭଲ ତାହା ବୟସ ଅନୁଯାୟୀ ଭିନ୍ନ ହୋଇପାରେ । ଦିନ ଏବଂ ରାତି ଆଧାରରେ ଶୋଇବା ସମୟକୁ ମଧ୍ୟ ବିଭକ୍ତ କରାଯାଇପାରେ । ଯଦି ଆପଣ ଏହି ଉପାୟରେ ଶୋଇଥା’ନ୍ତି, ତେବେ ଆପଣ ସମ୍ପୂର୍ଣ୍ଣ ନିଦ ପାଇପାରିବେ ଏବଂ ଶରୀର ମଧ୍ୟ ସୁସ୍ଥ ହୋଇପାରେ ।