ସାପର ଭୟରେ ଯୁବକ! ସାପର କାମୁଡ଼ାରେ ମାସକୁ ୫ ଥର ଗଲେଣି ହସ୍ପିଟାଲ। ଗୋଡ଼ାଇ ଗୋଡ଼ାଇ କାମୁଡୁଛି ସାପ…

ଏକ ଅବିଶ୍ବାସୀୟ ଘଟଣା ସମ୍ନାକୁ ଆସିଛି । ବାରମ୍ବାର ସାପ କାମୁଡ଼ାରେ ଯୁବକ ପୀଡିତ। ଯୁବକଙ୍କ ଘର ଫତେହପୁରରେ ସୌରା ଗାଁ। ୨୪ ବର୍ଷୀୟ ବିକାଶ ଦୁବେଙ୍କୁ ଲଗାତର ସାପ ପିଛା କରୁଛି । ପ୍ରତି ସପ୍ତାହରେ ଥରେ ତାଙ୍କୁ ସାପ କାମୁଡୁଛି ।

ବିକାଶ ଦୁବେ କୁହନ୍ତି କି ପ୍ରଥମ ଥର ୨ ଜୁନରେ ତାଙ୍କୁ ପ୍ରଥମ ଥର ସାପ କାମୁଡିଥିଲା । ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କଲେ । ସେଠାରେ ୨ ଦିନ ରହିଲେ । ଚିକିତ୍ସା ପରେ ସେ ଠିକ୍ ହୋଇ ଘରକୁ ଆସିଲେ । ଏହା ପରେ ପୁଣି ୧୦ ଜୁନ ରାତିରେ ତାଙ୍କୁ ଆଉ ଏକ ସାପ କାମୁଡିଲା । ସେହି ହସ୍ପିଟାଲରେ ପୁଣି ତାଙ୍କ ଚିକିତ୍ସା କରାଗଲା । ଠିକ୍ ହୋଇ ସେ ଘରକୁ ଆସିଲେ । କିନ୍ତୁ ଏଥର ସେ ସବୁବେଳେ ସତର୍କ ହୋଇ ଚଳିଲେ । ସାପ ପ୍ରତି ତାଙ୍କର ବହୁତ ଭୟ ଆସିଗଲା । କିନ୍ତୁ ଏହାର ୭ ଦିନ ପରେ ୧୭ ଜୁନରେ ତାଙ୍କୁ ପୁଣି ଘର ଭିତରେ ଏକ ସାପ କାମୁଡିଦେଲା । ପୁଣି ହସ୍ପିଟାଲରୁ ଠିକ୍ ହୋଇ ସେ ଘରକୁ ଆସିଲେ ।

ଏହା ପରେ ସମସ୍ତେ ତାଙ୍କୁ ଅନ୍ୟ କେଉଁ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଲେ । ସେ ୧୨ କିଲୋମିଟର ଦୂର ନିଜ ମାଉସୀ ଘରକୁ ରହିବାକୁ ଚାଲିଗଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ସେଠି ମଧ୍ୟ ଘର ନିକଟରେ ତାଙ୍କୁ ଏକ ସାପ କାମୁଡିଦେଲା । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଗଲା । ଘର ନିକଟରେ ଅନେକ ଖୋଜାଖୋଜି ପରେ ମଧ୍ୟ ସାପ ମିଳିଲାନି ।