କୋୖଣସି ଝିଅ/ମହିଳାଙ୍କୁ ୧୪ ସେକେଣ୍ଡରୁ ଅଧିକ ସମୟ ଦେଖିଲେ ହେବ ଜେଲ୍? NCIBର ଟ୍ୱିଟ ବଢାଇଲା ପୁଅଙ୍କ ଚିନ୍ତା

ସର୍ବସଧାରଣ ସ୍ଥାନରେ ଜଣେ ମହିଳାଙ୍କୁ ୧୪ ସେକେଣ୍ଡ କିମ୍ବା ତା ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାହିଁ ରହିଲେ ଆପଣଙ୍କୁ ଜେଲ୍ ଯିବାକୁ ହେବ। ଏଭଳି କିଛି ଟ୍ୱିଟ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। NCIB(National Crime Investigation Bureau) ପକ୍ଷରୁ ଏଥିନେଇ ଏକ ଟ୍ୱିଟ କରାଯାଇଥିବା ଜଣାପଡିଛି।

ଭାରତୀୟ ଦଣ୍ଡବିଧାନ IPC ଧାରା ୨୯୪ ଏବଂ ୫୦୯ ଅନୁଯାଇ ଜଣେ ମହିଳାଙ୍କୁ ୧୪ ସେକେଣ୍ଡ ପର୍ଯ୍ୟନ୍ତ ଚାହିଁ ରହିଲେ ଆପଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ପାରିବ ବୋଲି ଏହି ଟ୍ୱିଟରେ ଉଲ୍ଲେଖ କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ NCIB ଏକ NGO ସଂସ୍ଥା ଅଟେ ଏବଂ ଏହା କୌଣସି ନିୟମ ପ୍ରଣୟନ କରିବାର ଅଧିକାର ରଖିନଥାଏ।

ଅନ୍ୟପକ୍ଷରେ IPC ଧାରା ୨୯୪ ଏବଂ ୫୦୯ ଅନୁଯାଇ ସାର୍ବଜନିକ ସ୍ଥାନରେ କୌଣସି ମହିଳାଙ୍କ ଉପରେ ଅଶ୍ଲୀଳ ଭାଷା କିମ୍ବା ଗୀତ ପ୍ରୟୋଗ କରିବା। ତାଙ୍କୁ ଅନାଦର କରିବା କିମ୍ବା ଅଶ୍ଲୀଳ ଇଙ୍ଗିତ କରିଥିବା ବ୍ୟକ୍ତିଙ୍କୁ ୩ ବର୍ଷର କାରାଦଣ୍ଡ ଭୋଗିବାକୁ ପଡିପାରେ। କିନ୍ତୁ, ଏଠାରେ ୧୪ ସେକେଣ୍ଡ ପର୍ଯ୍ୟନ୍ତ ଚାହିଁବାକୁ ନେଇ କୌଣସି ଦଣ୍ଡବିଧାନ ଉଲ୍ଲେଖ କରାଯାଇନାହିଁ। ତେଣୁ, NCIB ଦ୍ୱାରା ପୋଷ୍ଟ କରାଯାଇଥିବା ଏହି ଟ୍ୱିଟଟି ସମ୍ପୂର୍ଣ୍ଣ ରୂପେ ବିଭ୍ରାନ୍ତକାର ବୋଲି କୁହାଯାଉଛି।

Leave a Comment