ସୂର୍ଯ୍ୟ-ଶନି ଏକାଠି, ଏହି ରାଶିର ଲୋକେ ଆଗାମୀ ୨୫ ଦିନ ରୁହନ୍ତୁ ସାବଧାନ, ଆସୁଛି ମୃତ୍ୟୁବତ୍ ପୀଡ଼ା

ଦୀର୍ଘ ୩୦ ବର୍ଷ ପରେ ଏକାଠି ହେବାକୁ ଯାଉଛନ୍ତି ସୂର୍ଯ୍ୟ ଓ ଶନି । ଦୁହିଁଙ୍କ ମଧ୍ୟରେ ବାପ ପୁଅର ସମ୍ପର୍କ ଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଭଲ ପଡ଼ି ନ ଥାଏ । ତେଣୁ କରି ଦୁହିଁଙ୍କର ମିଳନ କେତେକ ରାଶି ମାନଙ୍କ ଉପରେ ଖରାପ୍ ପ୍ରଭାବ ସୃଷ୍ଟି କରିବ । ୧୩ ଫେବୃୟାରୀରୁ ଶନି ଓ ସୂର୍ଯ୍ୟ କୁମ୍ଭ ରାଶିରେ ପ୍ରବେଶ କରି ସାରିଲେଣି । ତେଣୁ କରି କୁମ୍ଭ ରାଶିର ଲୋକ ମାନଙ୍କୁ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ୨ ଗ୍ରହର ମିଳନ କୁମ୍ଭ ରାଶି ପାଇଁ ବିଭିନ୍ନ ପ୍ରକାରର ସମସ୍ୟାର କାରଣ ପାଲଟିବ । ସେହି ପରି ମାର୍ଚ୍ଚ ୧୪ରେ ସୂର୍ଯ୍ୟ କୁମ୍ଭ ରାଶିରୁ ମୀନ ରାଶିକୁ ଯାତ୍ରା କରିବେ । ତେବେ ଫେବୃୟାରୀ ୧୩ ରୁ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ କୁମ୍ଭ ରାଶିର ଲୋକ ମାନଙ୍କୁ ନାନା ପ୍ରକାରର ଅସୁବିଧା ଓ କଷ୍ଟର ସାମ୍ନା କରିବାକୁ ପଡ଼ିବ ।

ଏହି ସମୟରେ କୁମ୍ଭ ରାଶିର ଲୋକ ମାନଙ୍କ ଜୀବନରେ ବହୁ ବାଧା ବିଘ୍ନ ଦେଖାଯିବା ସହିତ ସେମାନଙ୍କର ଅନେକ ସମ୍ପର୍କ ଜନିତ ସମସ୍ୟା ଦେଖାଯିବ । ଅନେକ ଅନ୍ତରଙ୍ଗ ବ୍ୟକ୍ତିଙ୍କ ସହିତ କୁମ୍ଭ ରାଶି ମାନଙ୍କର ମତ ଭେଦ ଦେଖା ଦେବ । ବୈବାହିକ ଜୀବନରେ ମଧ୍ୟ ବିବାଦ ଦେଖା ଦେଇ ପାରେ । ବିଭିନ୍ନ ସ୍ବାସ୍ଥ୍ୟ ଗତ ସମସ୍ୟା ମଧ୍ୟ ଦେଖା ଦେଇପାରେ ।

ଆହୁରି ପଢନ୍ତୁ :- ପଡୁଛି ଗଜଲକ୍ଷ୍ମୀ ରାଜଯୋଗ, ଏହି ସବୁ ରାଶିଙ୍କ ବଦଳିବ ଭାଗ୍ୟ, ମିଳିବ ଖୁସି ଖବର, ହେବ ଧନଲାଭ

ଜାଣନ୍ତୁ କଣ କରିବେ ଉପକାର :- ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଭଲ କାମ କରନ୍ତୁ । ଗରିବ ଲୋକ ମାନଙ୍କୁ ସାହାଯ୍ୟ କରନ୍ତୁ । କୁକୁରଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ । ପ୍ରତି ଶନିବାର ଶିବଙ୍କ ମନ୍ଦିର ଯାଆନ୍ତୁ ।