ପରକୀୟା ପ୍ରୀତିରେ ବାଧା ସାଜୁଥିଲା ସ୍ୱାମୀ, ସେଥିପାଇଁ ସ୍ତ୍ରୀ ରଚିଲା ଏଭଳି କାଣ୍ଡ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ, ଜାଣନ୍ତୁ ପୁରା ଘଟଣା

ଅନ୍ୟ ପୁରୁଷ ସହ ଅନୈତିକ ସମ୍ପର୍କ ରଖୁଥିଲା ସ୍ତ୍ରୀ , ଯେଉଁଥି ପାଇଁ ଅନେକ ସମୟରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଲାଗି ରହୁଥିଲା କଳହ । ନିଜ ପ୍ରେମିକ ସହିତ ଦେଖା କରିବାରେ ସ୍ଵାମୀ ବାଧା ସୃଷ୍ଟି କରିବାରୁ ସ୍ୱାମୀକୁ ସବୁ ଦିନ ପାଇଁ ବାଟରୁ ହଟାଇ ଦେଇଛି ସ୍ତ୍ରୀ ।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଟପୁର ଗ୍ରାମପଞ୍ଚାୟତର ବେରିଖି ଗାଁରେ । ସେହି ଗ୍ରାମର ବାସିନ୍ଦା ଅଟନ୍ତି ବନବିହାରୀ ଜେନା । ବନବିହାରୀ ତାମିଲନାଡୁର ଏକ କମ୍ପାନୀରେ କାମ କରନ୍ତି ।

ଗତ ଦୁଇ ମାସ ହେବ ସେ କମ୍ପାନୀ ନ ଯାଇ ଘରେ ଥିଲେ । ତାଙ୍କର ଗୋଟିଏ ପୁଅ ଏବଂ ଝିଅ ମଧ୍ୟ ରହିଛି । ବନବିହାରୀଙ୍କ ସ୍ତ୍ରୀ ବନିତା ଜେନାଙ୍କର ସେହି ଗ୍ରାମର ବାବୁଲି ଜେନାଙ୍କ ସହ ଅନୈତିକ ସମ୍ପର୍କ ରହିଥିଲା ।

ଅଭିଯୋଗ ଅନୁସାରେ ଏହାକୁ ଦେଖି ଦେଇଥିଲେ ସ୍ଵାମୀ ନିଜ ଆଖିରେ । ଯେଉଁଥି ପାଇଁ ସବୁ ଦିନ ପାଇଁ ସ୍ତ୍ରୀ ନିଜ ରାସ୍ତାରୁ ହଟାଇ ଦେଇଛି ସ୍ବାମୀଙ୍କୁ। ଏଭଳି ଏକ ଅଭିଯୋଗ ଆଣିଛନ୍ତି ବନବିହାରୀଙ୍କ ଭାଇ ତାଙ୍କ ଭାଇବୋହୂ ନାଁରେ ।