କେମିତି ଜଣେ ଲୋକ ହୋଇଯାଇଥିଲେ କୁକୁର, ଆସନ୍ତୁ ଜାଣିବା ତାଙ୍କ ନିଜ ମୁଖରୁ। ତା’ସହିତ ଏହା ଉପରେ କଣ ରହିଛି ଡାକ୍ତରଙ୍କ ମତ ଜାଣିବା ଏହି ପୋଷ୍ଟରେ…

ଆପଣମାନେ ଶୁଣିଥିବେ ଯେ କୁକୁର କାମୁଡିବା ପରେ ରୋଗୀକୁ ଠିକ ସମୟରେ ଚିକିତ୍ସା ନ ଦିଆଗଲେ ରୋଗୀ କୁକୁର ପରି ବ୍ୟବହାର କରେ। କିନ୍ତୁ କଣ ଏହା ସତ୍ୟ! ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ପିସ୍କାପାଙ୍ଗା ପଞ୍ଚାୟତ ରତନଗୁଡା ଗ୍ରାମରେ। ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୁକୁର ପରି ହେଉଥିବା ଜଣେ ଯୁବକଙ୍କୁ ଦେଖି ଡାକ୍ତରଙ୍କୁ ଛାଡ଼ିଦେଇ ଉପସ୍ଥିତ ସମସ୍ତଙ୍କ ହୋସ ଉଡ଼ିଯାଇଥିଲା କେହି ବି କିଛି ବୁଝି ପାରିନଥିଲେ। ଯୁବକ ଜଣକ କୁକୁର କାମୁଡିବା ପରେ କୁକୁର ପରି ଆଚରଣ କଲେ କୁକୁର ଭଳି ପାଣି ଚାଟିବାକୁ ଲାଗିଲେ । ତେବେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ।

ତେବେ ଖୁସିର ଖବର ଏହା ଯେ ବର୍ତ୍ତମାନ ସୁସ୍ଥ ହୋଇ ଯାଇଛନ୍ତି ଯୁବକ ଜଣକ ଆଉ ସବୁ ପ୍ରଶ୍ନର ଉତ୍ତର ଠିକ୍ ଢଙ୍ଗରେ ଦେଉଛନ୍ତି । ସୁସ୍ଥ ହେବା ପରେ ନିଜେ ଯୁବକ ଜଣକ କହିଛନ୍ତି କାହିଁକି ଓ କିପରି ସେ କୁକୁରଙ୍କ ପରି ବ୍ୟବହାର କରୁଥିଲେ । କିନ୍ତୁ ଗୋଟାଏ ଦିନ ତଳେ ଏହି ଯୁବକ ଜଣକ ଯେପରି କୁକୁର ଭଳି ହେଉଥିଲେ ତାହା ଦେଖି ସମସ୍ତେ ଡରି ଯାଇଥିଲେ। ପରିବାର ଲୋକେ ତ ତାଙ୍କୁ ଦେଖି ମୁଣ୍ଡରେ ହାତ ଦେଇ ଦେଇଥିଲେ।

ଚନ୍ଦ୍ରପୁର ବ୍ଲକର ରତନଗୁଡା ଗ୍ରାମର ହରିପୁର ବ୍ରେଡେକାଙ୍କୁ ଗତ ୪ ଦିନ ତଳେ ଏକ ବୁଲା କୁକୁର କାମୁଡି ଦେବା ପରେ ତାଙ୍କୁ ମୁନିଗୁଡା ଡାକ୍ତରଖାନାକୁ ଆଣି କୁକୁର କାମୁଡା ଇଞ୍ଜେକସନ ଦେବା ସହ ଚିକିତ୍ସା କରି ଘରକୁ ନେଇଥିଲେ ପରିବାର ଲୋକେ ।

ହେଲେ ଏହାପରେ ଉକ୍ତ ଯୁବକ ଜଣକ କୁକୁର ଭଳି ଆଚରଣ କରୁଥିବାର ଦେଖିବାକୁ ମିଳିଥିଲା । ଶେଷରେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ତେବେ ଡାକ୍ତରଙ୍କ କହିବା ଅନୁସାରେ ଜଳାନ୍ତକ ରୋଗରେ ଆକ୍ରାନ୍ତ ରୋଗୀଙ୍କ ନିକଟରେ ଏଭଳି ଲକ୍ଷଣ ଦେଖିବାକୁ ମିଳିଥାଏ । କୁକୁର କାମୁଡିବା ରୋଗୀଙ୍କ ଚିକିତ୍ସା କରା ନଗଲେ ସେମାନଙ୍କ ପାଖରେ ଏଭଳି ଲକ୍ଷଣ ଦେଖା ଦେଇଥାଏ ।