ସ୍କୁଲରେ ଛାତ୍ରୀ ଉପରେ ଚୋରି ଅଭିଯୋଗ ପରେ ଲଙ୍ଗଳା କରି ସର୍ଚ୍ଚ କଲେ ଦିଦି, ସହି ନପାରି ଜୀବନ ହାରିଦେଲା ଛାତ୍ରୀ, ଜାଣନ୍ତୁ ପୁରା ଘଟଣା

ଶିକ୍ଷୟତ୍ରୀଙ୍କ ଅପମାନ ସହି ନପାରି ଚଉଦ ବର୍ଷୀୟ ଛାତ୍ରୀ ହାରି ଦେଇଛନ୍ତି ଜୀବନ ! ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ରାଜ୍ୟ ବାଗଲକୋଟ ସରକାରୀ ବିଦ୍ୟାଳୟରେ । ଚୋରି କରିଥିବା ସନ୍ଦେହ କରି ଛାତ୍ରୀ ଜଣଙ୍କୁ ନିବସ୍ତ୍ର କରି ଯାଞ୍ଚ କରିଥିଲେ ଶିକ୍ଷୟତ୍ରୀ । ଯେଉଁ ଅପମାନକୁ ସହଜରେ ଭୁଲି ପାରି ନ ଥିଲେ ଛାତ୍ରୀ ଜଣଙ୍କ ।
ଶେଷରେ ହାରି ଦେଲେ ନିଜ ଜୀବନ ।

ସୂଚନା ଅନୁସାରେ କର୍ଣ୍ଣାଟକ ରାଜ୍ୟ ବାଗଲକୋଟ ସରକାରୀ ବିଦ୍ୟାଳୟର ସାହିତ୍ୟ ଶିକ୍ଷୟତ୍ରୀ ଜଣଙ୍କ ନିଜର ଦୁଇ ହଜାର ଟଙ୍କା ଚୋରି ଅଭିଯୋଗରେ ସଂପୃକ୍ତ ଛାତ୍ରୀ ଅନ୍ୟ ଚାରି ଜଣ ପିଲାଙ୍କୁ ସନ୍ଦେହରେ ଡାକି ପଚରା ଉଚରା କରିଥିଲେ ।

ଏପରିକି ସେମାନଙ୍କୁ ନିବସ୍ତ୍ର କରି ସେମାନଙ୍କର ତଲାସି ନେଇଥିଲେ । ଏହା ସହିତ ଶୁଣିବାକୁ ମିଳିଛି ଯେ ନିକଟସ୍ଥ ମନ୍ଦିରକୁ ମଧ୍ୟ ନିଆ ଯାଇଥିଲା । ଛାତ୍ରୀ ଜଣଙ୍କ ସହ ଏପରି ଘଟଣା ଘଟିବା ପର ଠାରୁ ସେ ମାନସିକ ସ୍ତରରେ ଆଘାତ ପାଇଥିଲେ । ଯେଉଁଥି ପାଇଁ ସେ ଅନେକ ସମୟରେ ଚୁପ୍ ରହୁଥିଲେ ଓ ନିଜ ଅପମାନର କଥା ଭାବୁଥିଲେ । ଏହି ମାନସିକ ଚାପ ଭିତରେ ରହି ସେ ନିଜର ଜୀବନ ହାରି ବସିଛନ୍ତି ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡିଓ: ନିଜ ଆଖି ଆଗରେ ବଏ ଫ୍ରେଣ୍ଡ୍ କୁ ଗୁଣ୍ଡା ଲଗେଇ ହାଣିଦେଲା ଝିଅ, ହାଣିବା ପରେ ପର ପୁଅ ସହ ହେଲା ଫେରାର

ବାଗଲକୋଟ ଏସପି ଅମରନାଥଙ୍କ ସୂଚନା ଅନୁସାରେ, ମୃତକଙ୍କ ଭଉଣୀ ମଧ୍ୟ ସେହି ସ୍କୁଲରେ ପଢୁଥିଲେ । ଏହି ଘଟଣା ସଂପର୍କରେ ସେ ଘରେ ଜଣାଇଥିଲେ । ମୃତ୍ୟୁ ପୂର୍ବରୁ ଛାତ୍ରୀ ଜଣକ ବାରମ୍ୱାର ଏହି ସମାନ କଥା ଚିନ୍ତା କରୁଥିଲେ​​ । ଶେଷରେ ସେ ଆତ୍ମହତ୍ୟା କରିଦେଇଥିବା ସୂଚନା ମିଳିଥିଲା । ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି । ତେବେ ଏନେଇ ବାଗଲକୋଟର ଜନ ଶିକ୍ଷା ବିଭାଗ ଡେପୁଟି ଡାଇରେକ୍ଟରଙ୍କ ମନ୍ତବ୍ୟ ମିଳିପାରିନାହିଁ ।