ରାଜଧାନୀର ରାଜରାସ୍ତା ଉପରେ ଚାଲିଛି ହଣାମରା । ଏଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣଙ୍କ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ପ୍ରେମିକା ନିଜ ପ୍ରେମିକକୁ ହତ୍ୟା କରିବାକୁ ପ୍ରବର୍ତାଉ ଥିଲା । ଆଉ ପ୍ରେମିକା ଆଗରେ ହିରୋ ସାଜିବା ପାଇଁ ପ୍ରେମିକ ମଧ୍ୟ ଠିକ ସେହିଭଳି କରୁଥିଲା । ଆଉ ହତ୍ୟା କରିବା ପରେ ପ୍ରେମିକ ପ୍ରେମିକା ଫେରାର ହୋଇଗଲେ । ଆଉ ଏପଟେ ବିନା ଦୋଷରେ ଜଣେ ଯୁବକର ଜୀବନ ଚାଲି ଯାଇଛି । ଗୋଟିଏ ସାଙ୍ଗ ପାଇଁ ଆଉ ଗୋଟିଏ ସାଙ୍ଗର ପ୍ରେମରେ ମିଡିଏଟର ହେବା ମହଙ୍ଗା ପଡ଼ି ଯାଇଛି । ବ୍ରେକଅପ ପରେ ସାଙ୍ଗ ପାଇଁ ବୁଝାଇବାକୁ ଯାଇଥିବା ବେଳେ ପ୍ରେମିକାର ନୂଆ ପ୍ରେମିକ ତାଙ୍କୁ ହାଣୀ ମାରି ଦେଇଛି ।
ପ୍ରେମିକା ଆଗରେ ହିଁ ପ୍ରେମିକ ଯୁବକଙ୍କୁ ହାଣୀବାରେ ଲାଗିଥିଲା । ଆଉ ପ୍ରେମିକା ଜଣକ ଚୁପଚାପ ଛିଡ଼ା ହୋଇ ଦେଖୁଥିଲା । ଏମିତିକି ତାକୁ ଅଟକାଇବାକୁ ମଧ୍ୟ ଚେଷ୍ଟା କରି ନଥିଲା । ଏତେ ବଡ଼ ହତ୍ୟାକାଣ୍ଡ ଘଟାଇବା ପରେ ନିଜ ପ୍ରେମିକ ସହିତ ମିଶି ପ୍ରେମିକା ଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା । ଏପଟେ ଛଟପଟ ହୋଇ ଜୀବନ ଚାଲିଗଲା ଯୁବକଙ୍କର ।
ମୃତ ଯୁବକଙ୍କ ନାମ ହେଉଛି ଅଞ୍ଜନ । ଯିଏକି ନିଜ ସାଙ୍ଗ ଗୌତମ ପାଇଁ, ଗୌତମଙ୍କ ପୂର୍ବ ପ୍ରେମିକା ଗୁଡ଼ଡୁ ପାଖକୁ ବୁଝାଇବାକୁ ଯାଇଥିଲେ । କିନ୍ତୁ ଗୁଡଡୁ ପୂର୍ବରୁ ନିଜର ନୂଆ ପ୍ରେମିକ କାହ୍ନା ପ୍ରଧାନଙ୍କୁ ଡାକି ନିଜ ପାଖରେ ରଖିଥିଲେ । ଆଉ ଯେତେବେଳେ ଗୌତମ ଏବଂ ଅଞ୍ଜନ ତାଙ୍କ ପାଖକୁ ଯାଇଥିଲେ ସେତେବେଳେ କାହ୍ନା ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା ।
ଦେଖନ୍ତୁ ଭିଡିଓ :-
କେବଳ କାହ୍ନା ନୁହେଁ ବରଂ ତାଙ୍କ ସହିତ ଅନ୍ୟ ଯୁବକ ମାନେ ମଧ୍ୟ ସାମିଲ ରହି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଗୌତମ ସେଠାରୁ ଖସି ଯାଇଥିଲେ କିନ୍ତୁ ଅଞ୍ଜନ ସେଠୁ ଖସି ଯାଇପାରି ନଥିଲେ । କାହ୍ନା ପ୍ରେମିକା ଗୁଡ଼ଡୁ ସାମ୍ନାରେ ଆକ୍ରମଣ କରିବାରେ ଲାଗିଥିଲା । ପ୍ରେମିକା ଗୁଡ଼ଡୁ ବି କିଛି ପ୍ରତିବାଦ କରିନଥିଲା । ଅଞ୍ଜନଙ୍କୁ ହତ୍ୟା କରିବା ପରେ ଦୁଇଜଣ ଫେରାର ହୋଇ ଯାଇଛନ୍ତି ବୋଲି କହି ଅଞ୍ଜନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ମୃତ୍ୟୁକୁ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଫେରାର ଅଭିଯୁକ୍ତଙ୍କର କୌଣସି ଖୋଜଖବର ପାଇନାହିଁ । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଏକ ଟିମ ଗଠନ କରିଛି । ସେପଟେ ପୁଅକୁ ହରାଇ ଘର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ।