ହାଇକୋର୍ଟ ଦେଲେ ବଡ଼ ନିଷ୍ପତ୍ତି! ପାର୍ଟନର ସହିତ ଶାରୀରିକ ସମ୍ପର୍କ ନ ରଖିବା ଅଟେ ମାନସିକ ନିର୍ଯ୍ୟାତନା, ଜାଣନ୍ତୁ ପୂରା ଖବର

ବିବାହ ପରେ ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ଏକ ପ୍ରକାର ମାନସିକ ନିର୍ଯ୍ୟାତନା ଅଟେ । ଏଭଳି ପରିସ୍ଥିତିରେ ଦମ୍ପତ୍ତିଙ୍କ ମଧ୍ୟରେ ଛାଡ଼ପତ୍ର ଦିଆଯାଇପାରିବ । ଏଭଳି ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ଆଲ୍ଲାହବାଦ ହାଇକୋର୍ଟ । ଆବେଦନକାରୀଙ୍କୁ ଏହି ମାମଲାରେ ଛାଡ଼ପତ୍ର ଦିଆଯିବା ପାଇଁ ଅନୁମତି ମିଳିଛି ।

ଏହି ମାମଲା ମୁତାବକ ୧୯୭୯ ମସିହାରେ ରବୀନ୍ଦ୍ର ପ୍ରତାପ ଯାଦବ ନାମକ ଜଣେ ବ୍ୟକ୍ତିଙ୍କର ଆଶା ଦେବୀଙ୍କ ସହିତ ବିବାହ ହୋଇଥିଲା । କିନ୍ତୁ, ରବୀନ୍ଦ୍ରଙ୍କ କହିବା ଅନୁଯାଇ ବିବାହର କିଛି ମାସ ପରେ ତାଙ୍କ ସ୍ତ୍ରୀଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଏପରିକି ଆଶା ଦେବୀ ସ୍ୱାମୀ ରବୀନ୍ଦ୍ରଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖୁନଥିଲେ । ସେ ବିବାହର ୬ ମାସ ପରେ ବାପ ଘରକୁ ପଳାଇଥିଲେ ।

ଗାଁ ପଞ୍ଚାୟତରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ହେବା ସହିତ ରବୀନ୍ଦ୍ର ୨୨,୦୦୦ ଟଙ୍କା ଭରଣପୋଷଣ ରାଶି ଦେଇଥିବା ଜଣାଇଛନ୍ତି । ତେବେ, ବିଧିବଦ୍ଧ ଭାବରେ ଛାଡପତ୍ର ପାଇଁ ସେ ବାରଣାସୀ ଫ୍ୟାମିଲି କୋର୍ଟରେ ୨୦୦୫ ମସିହାରେ ଆବେଦନ କରିଥିଲେ ହେଁ ତାଙ୍କୁ ଏଥିପାଇଁ ଅନୁମତି ମିଳିନଥିଲା । ଏବେ ଆଲ୍ଲାହବାଦ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଏଥିନେଇ ଅନୁମତି ପ୍ରଦାନ କରିଛି ।