ସମସ୍ତେ ନିଜ ନିଜ ବିବାହକୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି । କାହାର ସେହି ସ୍ୱପ୍ନଗୁଡ଼ିକ ସାକାର ହୁଏତ ଆଉ କାହାର ଅଧାରେ ରହିଯାଏ । ହେଲେ ଥରେ ଭାବି ଦେଖିଲେ ଯଦି ବିବାହ ପରେ କେବଳ ଶାରୀରିକ ସମ୍ପର୍କକୁ ପ୍ରାଧାନ୍ୟ ଦିଆଯାଏ ସେତେବେଳେ କଣ ହୁଏ । ଆଜ୍ଞା ହଁ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଯାହା ଶୁଣିବା ପରେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗିପାରେ ।
ହମିରପୁର, ୟୁପି, ଯେଉଁଠାରେ ଜଣେ ନବ ବିବାହିତ ମହିଳାଙ୍କର ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ସ୍ୱାମୀ ଶକ୍ତି ବୃଦ୍ଧି କରୁଥିବା ଔଷଧ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା ।
ଅଭିଯୋଗ ଅନୁସାରେ, ସ୍ଵାମୀ ଜଣଙ୍କ ପ୍ରୋଟିନ ବଟିକା ଖାଇ ସ୍ତ୍ରୀ ଙ୍କ ସହ ଅପ୍ରାକୃତିକ ତଥା ଅସ୍ୱାଭାବିକ ସମ୍ପର୍କ ରଖିଥିଲେ । ଯେଉଁ କାରଣରୁ ପତ୍ନୀ ଆହତ ହୋଇଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡିଓ: 60 ବର୍ଷର ଶିକ୍ଷକ କରିଦେଲା ସ୍କୁଲ ଛାତ୍ରୀକୁ ଗର୍ଭବତୀ, ସମସ୍ତଙ୍କ ସାମ୍ନାରେ କହିଲେ କରିବାକୁ ଚାହୁଁଛନ୍ତି ବିବାହ
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏହି ବିବାହ ଚଳିତ ବର୍ଷ ଫେବୃଆରୀ ୪ ରେ ହୋଇଥିଲାବେଳେ ମୃତକଙ୍କ ସମ୍ପର୍କୀୟ କହିଥିଲେ ଯେ ପ୍ରୋଟିନ ବଟିକା ଖାଇବା ପରେ ସ୍ୱାମୀ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ, ଯେଉଁ କାରଣରୁ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ।
ଚିକିତ୍ସା କରୁଥିବା ସ୍ତ୍ରୀ ରୋଗ ବିଶେଷଜ୍ଞ କହିଛନ୍ତି ଯେ ଝିଅ ସହିତ ଗ୍ୟାଙ୍ଗ-ବଳାତ୍କାର କରାଯାଇଛି । ମୃତକଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ସେମାନେ ପୋଲିସ ଷ୍ଟେସନରେ ଶାଶୁଘର ଲୋକଙ୍କ ବିରୋଧରେ ଅଭିଯୋଗ କରିବେ । ଅଭିଯୋଗ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ କହିଛି ।