ଗତକାଲି ରାଜଧାନୀ ଭୁବନେଶ୍ୱରରେ ଯେଉଁ ହତ୍ୟାକାଣ୍ଡ ଘଟିଗଲା ତାହାକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଖେଳି ଯାଇଛି । ଯେଉଁଠି ଦେଖଲେ ଲୋକେ କହୁଛନ୍ତି ଯେ ମହିଳାଙ୍କ ପାଇଁ ଶକ୍ତ କାନୁନ ନହେବାରୁ ଏଭଳି ଘଟଣା ଘଟୁଛି । ଏପଟେ ଆଇନଜୀବୀ ବ୍ୟୋମକେଶ ଏହି ମାମଲାକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ ଆଜିକାଲି ଝିଅମାନେ ନିଜକୁ ମେଣ୍ଟେନରେ ରଖିବା ପାଇଁ କିଛିବି କରିବାକୁ ପ୍ରସ୍ତୁତ ହୋଇ ଯାଉଛନ୍ତି । କାରଣ ରାଜଧାନୀ ଭଳି ଜାଗାରେ ନିଜକୁ ମେଣ୍ଟେନ କରିବା ପାଇଁ ଝିଅଙ୍କୁ ଅତି କମରେ ୫୦,୦୦୦ ନିହାତି ଆବଶ୍ୟକ । ଆଉ ଏଥିପାଇଁ ହିଁ ସେମାନେ ଏକାଧିକ ବୟଫ୍ରେଣ୍ଡ ରଖୁଛନ୍ତି । ମିଛ ପ୍ରେମ କରି ଯୁବକଙ୍କୁ ଠକିବା ସହିତ ଟଙ୍କା ଲୁଟୁଛନ୍ତି ।
ଯାହାକୁ ଆଜିକାଲିର ଯୁବକ ମାନେ ବୁଝିପାରୁ ନାହାଁନ୍ତି । ଏମିତିକି ଘରୁ ଟଙ୍କା ଆଣି ଗାର୍ଲଫ୍ରେଣ୍ଡଙ୍କୁ ଦେଉଛନ୍ତି । ଏହି ବିଷୟରେ ସବୁ ଯୁବକ ବୁଝିବା ଦରକାର ବୋଲି କହିଛନ୍ତି ବ୍ୟୋମକେଶ । ଏହି କାମରେ ଯେ ଖାଲି ଯୁବତୀ ମାନେ ନିୟୋଜିତ ତାହା ନୁହେଁ । କାରଣ ବର୍ତ୍ତମାନ ବ୍ୟୁଟି ପାର୍ଲରରେ ଖାଲି ଯୁବତୀ ନୁହେଁ ବରଂ ବିବାହିତ ଏବଂ ବୟସ୍କ ମହିଳାଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି ।
ତାଛଡ଼ା ଏମିତି ଅନେକ ଘଟଣା ମଧ୍ୟ ପୂର୍ବରୁ ଶୁଣିବାକୁ ମିଳୁଛି । ସେସବୁ ଘଟଣାରେ ମହିଳାଙ୍କ ଭୁଲ ଆଗକୁ ଆସି ନଥାଏ । ଆମ ସମ୍ବିଧାନରେ କେବଳ ନାମକୁ ସମାନ ଅଧିକାରର ନିୟମ ରହିଛି, ଯାହାକି ବାସ୍ତବରେ ଆଦୋୖ ନୁହେଁ । ଆଜିକାଲି ମହିଳାଙ୍କ ପାଇଁ ହିଁ କେବଳ କାନୁନ ରହିଛି ବୋଲି କୁହାଯାଇ ପାରେ ।
ଦେଖନ୍ତୁ ଭିଡିଓ :-
ଆଜିକାଲି ଯଦି କେହି ଯୁବକ ନିଜର ସମସ୍ୟା ନେଇ ଥାନାରେ ଅଭିଯୋଗ କରେ, ତେବେ ସେଥିରେ କିଛି ଲାଭ ହୁଏନାହିଁ । କିନ୍ତୁ ମହିଳା ଯଦି ମିଛ ସତ କହି ଜଣେ ପୁରୁଷ ନାମରେ ଅଭିଯୋଗ କରେ ତେବେ ସେହି ପୁରୁଷକୁ ଜେଲ ସୁନିଶ୍ଚିତ ଅଟେ । ତେଣୁ ବ୍ୟୋମକେଶଙ୍କ କହିବା କଥା ଯେ ବର୍ତ୍ତମାନ ନିୟମ ସମସ୍ତଙ୍କ ପାଇଁ ସମାନ ଆସିବା ଉଚିତ । ନଚେତ ଅଞ୍ଜନଙ୍କ ଭଳି କେତେ ଯେ ଜୀବନ ଅକାଳରେ ଚାଲିଯିବ ତାହା କେହି କହିପାରିବେ ନାହିଁ । ବ୍ୟୋମକେଶଙ୍କ କହିବା କଥା ଯେ ଏଥର ଜେଣ୍ଡର ନ୍ୟୁଟ୍ରାଲ ନିୟମ ଆସିବା ଉଚିତ । ନଚେତ ଯୁଗ ଯୁଗ ଧରି ସବୁ ପୁରୁଷଙ୍କ ଉପରେ ଏହିଭଳି ଅନ୍ୟାୟ ହେଉଥିବ ।