ଭୋଜି ଚାଲିଥିଲା ଘରେ କୁଣିଆ ବି ଭର୍ତ୍ତି, ହେଲେ ପୋଲିସକୁ ଦେଖି ବାହା ବେଦିରୁ ବର କନ୍ୟା ହେଲେ ଫେରାର, ଜାଣନ୍ତୁ ପୁରା ଘଟଣା

ବାଜୁଥିଲା ସାହାନାଇ । ଆଉ କିଛି ସମୟ ପରେ ସବୁଦିନ ପାଇଁ ସମ୍ପର୍କରେ ବାନ୍ଧି ହୋଇଥାନ୍ତେ ବର କନ୍ୟା ଦୁହେଁ । ବନ୍ଧୁ ବାନ୍ଧବ, ସାହି ଭାଇ ସମସ୍ତଙ୍କଙ୍କର ଭିଡ ଜମିଥାଏ । ସାଜ ସଜା ସହିତ ବଡ ଆକାରରେ ଭୋଜିର ମଧ୍ୟ ଆୟୋଜନ କରା ଯାଇଥିଲା ।

ମାତ୍ର ସବୁ କିଛି କ୍ଷଣ ମାତ୍ରକେ ଏପରି ଓଲଟ ପାଲଟ ହୋଇଯିବ କିଏ ଜାଣିଥିଲା । ବର କନ୍ୟା ବେଦୀ ଉପରକୁ ଯିବା ପୂର୍ବରୁ ଏପରି କିଛି ଘଟି ଯାଇଥିଲା ସେଠି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ହଠାତ୍ ବିବାହ ସ୍ଥାନରେ ଆସି ପହଞ୍ଚିଥିଲେ ପୋଲିସ୍ ଓ ଶିଶୁ କଲ୍ୟାଣ ଅଧିକାରୀ । ଯେଉଁମାନେ ବିବାହ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ ପୋଲିସ ଓ ଘର ଲୋକଙ୍କ ଭିତରେ ହାତା ହାତି ମଧ୍ୟ ହୋଇଥିଲା । ତେବେ ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଆହୁରି ପଢନ୍ତୁ :- ରାତିଅଧରେ ସ୍ୱାମୀ ମୁଣ୍ଡରେ ଚଢ଼ିଲା ପିତ୍ତ, ନିଦରୁ ଉଠି ସ୍ତ୍ରୀ ପେଟରେ ଛୁରୀ ଭୁଷି ମାରିଦେଲା, ଜାଣନ୍ତୁ ପୁରା ଘଟଣା

ଏପରି ଏକ ଘଟଣା ଦେହିବାକୁ ମିଳିଛି ତାଳଚେର ଜିଲ୍ଲା ଢେମାରଗୁଡ଼ି ଅଞ୍ଚଳରେ । ସୂଚନା ଅନୁସାରେ ସେହି ସ୍ଥାନରେ ବାଲ୍ୟ ବିବାହ କରା ଯାଉଥିଲା । କେହି ଜଣେ ପୋଲିସ୍ କୁ ଫୋନ୍ କରି ଏହାର ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିବାହ ରୋକିଥିଲେ ।

ପୋଲିସ୍ ଓ ଘର ଲୋକଙ୍କ ମଧ୍ୟରେ କଥା ବାର୍ତ୍ତା ସମୟରେ ପୋଲିସ୍ ଜାଣିବାକୁ ପାଇଥିଲା ଯେ ବର କନ୍ୟା ଦୁହେଁ ଘଟଣା ସ୍ଥଳରୁ କୁଆଡେ ଫେରାର ହୋଇ ଯାଇଛନ୍ତି । ପୋଲିସ୍ ଘରର ଚାରି ପାଖ ଓ ଗାଆଁ ରେ ଖୋଜା ଖୋଜି କରିବା ପରେ ମଧ୍ୟ ଦୁହିଁଙ୍କୁ ପାଇ ନଥିଲା ।