ବଦଳିଯିବ ପାଗ ମାଡି ଆସିବ କଳାହାଣ୍ଡିଆ ମେଘ, ଏହିସବୁ ଜିଲ୍ଲାରେ ହେବ ଘଡ଼ଘଡ଼ି ବର୍ଷା, ରୁହନ୍ତୁ ସତର୍କ

ଆଜିଠୁ ତାତିରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି । କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।

କାଳବୈଶାଖୀ ଯୋଗୁ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ହ୍ରାସ ହୋଇପାରେ । ଫଳରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ତାତିରୁ ସାମୟିକ ଆଶ୍ୱସ୍ତି ମିଳିପାରେ । ବର୍ତ୍ତମାନ ପାଣିପାଗ ବିଭାଗ ଅନୁସାରେ, ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରିବ ।

ଯାହା ପରବର୍ତ୍ତୀ ସମୟରେ ଧୀରେଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏଁ କମିବ । ତେବେ କାଳବୈଶାଖୀ କାରଣରୁ ଏହିସବୁ ଜିଲ୍ଲାରେ ପ୍ରବଳ‌ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ।

ଆହୁରି ପଢନ୍ତୁ :- ଓଡ଼ିଶାରେ ଅସମ୍ଭାଳ ତାତି, 4 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ଏହି ସ୍ଥାନରେ ହୋଇଯିବ 45 ଡିଗ୍ରୀ

ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ଘଡ଼ଘଡ଼ି ବିଜୁଳି ସମୟରେ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ବର୍ଷା କମ୍ ହେଲେ ମଧ୍ୟ ବିଜୁଳି ଘଡ଼ଘଡ଼ିର ପରିମାଣ ଅଧିକ ରହିବ ।