ଦୁଷ୍କର୍ମର ଶିକାର ହୋଇ ମରିବାକୁ ଚାହୁଁଛନ୍ତି! ଏଠି ମହିଳା ଜଜଙ୍କୁ ମିଳୁନି ନ୍ୟାୟ, ସାଧାରଣ ଲୋକଙ୍କୁ କିଏ ପଚାରେ? ଜାଣନ୍ତୁ ପୁରା ଘଟଣା

ଏଠି ନ୍ୟାୟାଳୟ ମାଗୁଛି ନ୍ୟାୟ । ତେବେ ସାଧାରଣ ଲୋକେ ଯିବେ କୋଉଁଠୀକୁ । ଯେଉଁ ଦେଶର ବିଚାରପତି ମାନେ ନିଜେ ନ୍ୟାୟ ପାଇଁ ଏଣେ ତେଣେ ଧାଉଁଛନ୍ତି, ସେଠୀ ସାଧାରଣ ଲୋକଙ୍କ କଥା ଭାବିଲେ ଭୟ ଲାଗୁଛି । ଏମିତି କିଛି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ମହିଳା ବିଚାରପତିଙ୍କ ଚିଠି ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ସାରା ରାଜ୍ୟରେ ।

ମହିଳା ବିଚାରପତି ଜଣକ ଜଣେ ଜଜ୍ ଓ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଯୌନ ଉତ୍ପିଡନର ଅଭିଯୋଗ ଆଣିଥିଲେ । ଅଭିଯୋଗ କରିବାର ଦ୍ରୀଘ ଦିନ ବିତିଯାଇଥିଲେ ମଧ୍ୟ ସେ ଉଚିତ୍ ନ୍ୟାୟରୁ ଏବେବି ବଞ୍ଚିତ ଅଛନ୍ତି ।

ଏହି ମହିଳା ବିଚାରପତି ଜଣକ ସୁପ୍ରୀମିକୋର୍ଟ ର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼ଙ୍କୁ ଆତ୍ମହତ୍ୟା କରିବା ପାଇଁ ଅନୁମତି ନିମନ୍ତେ ଏକ ଚିଠି ଲେଖିଛନ୍ତି । ମହିଳା ଜଣକ କହିଛନ୍ତି, “ମୁଁ ଜାଣେ ଆତ୍ମହତ୍ୟା କରିବା ଏକ ଅପରାଧ ଅଟେ । ଯେଉଁଥିପାଇଁ ମୁଁ ନିଜ ସ୍ଵ-ଇଚ୍ଛାରେ ଏହା କରିବାକୁ ଉଚିତ୍ ମାନେ କରୁନାହିଁ, ହେଲେ ନ୍ୟାୟାଳୟ ଯଦି ମୋତେ କୁହନ୍ତି କି ଆମେ ତମକୁ ନ୍ୟାୟ ଦେଇପାରିବୁ ନାହିଁ, ତୁମେ ଆତ୍ମହତ୍ୟା କରିପାର । ତେବେ ମୁଁ ନିଶ୍ଚୟ ଆତ୍ମହତ୍ୟା କରିବି । କାରଣ ମୁଁ ଆଉ ଏହି ନିର୍ଯାତିତ ଜୀବନ ଚାହୁଁନାହିଁ ।”

ଆହୁରି ପଢନ୍ତୁ :- କୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ: ଏଣିକି ସ୍ଵାମୀ ବି ଏହିସବୁ ଅଭିଯୋଗ ଆଧାରରେ ସ୍ତ୍ରୀକୁ ଦେଇପାରିବ ଛାଡପତ୍ର, ଜାଣନ୍ତୁ ପୁରା ଖବର

ମହିଳା ଜଣକ ଚିଠିରେ ଲେଖିଛନ୍ତି, “ମୋ ଜୀବନକୁ ଡିସ ମିସ କରିଦିଅ । ମୁଁ ଶବ ହୋଇ ବଞ୍ଚିବାକୁ ଚାହୁଁନି । ମୋତେ ଏକ ବସ୍ତୁ ଭାବରେ ବ୍ୟବହାର କରାଯାଇଛି । ମୁଁ ଏପରି ଏକ ଆତ୍ମା ବିହୀନ ଜୀବନ ନେଇ ବଞ୍ଚିବାକୁ ଚାହୁଁନି । ମୋ ଜୀବନର ଏହି କଠିନ ମୁହୂର୍ତ୍ତରେ ମୋତେ ପ୍ରତି ସମୟରେ ନିଜ ଉପରେ ଧିକ୍କାର ଆସୁଛି । ଯଦି ମୁଁ ଜଣେ ଜଜ୍ ହୋଇ ନିଜେ ନ୍ୟାୟ ପାଇଁ ଘୁରି ବୁଲୁଛି, ତେବେ ମୁଁ କଣ ଲୋକମାନଙ୍କୁ ନ୍ୟାୟ ଦେବି ।”

ମହିଳାଙ୍କର ଏପରି ଅଭିଯୋଗ ସମ୍ପର୍କ ରେ ସୁପ୍ରିମକୋର୍ଟ ଜାଣିବା ପରେ ଏହି କ୍ଷେତ୍ରରେ ଅନୁଧ୍ୟାନ କରି ମହିଳା ଜଣକୁ ଯଥା ସମ୍ଭବ ନ୍ୟାୟ ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରି କରିଛି । ଏଠି ମନକୁ ଗୋଟିଏ ପ୍ରଶ୍ନ ଆସୁଛି, ଯେଉଁଠି ଖୋଦ୍ ଆଇନି ସୁରକ୍ଷିତ ନୁହେଁ ସେଠୀ ସାଧାରଣ ଲୋକଙ୍କ ଅବସ୍ଥା କଣ ।