ୟୁ.ପି. ରେ ଡିବୃଗଡ଼ ଏକ୍ସପ୍ରେସ ର ଦୁର୍ଘଟଣା! ୨୧ ଟି କୋଚ୍ ଖସିଗଲା, ୨ ଜଣଙ୍କ ମୃତ୍ୟୁ ଏବଂ ୨୫ ଆଘାତ…

ଚଣ୍ଡିଗଡ଼-ଡିବ୍ରୁଗଡ ଏକ୍ସପ୍ରେସର 5 ଏସି ସହିତ 21 ଟି ବଗି ଖସିଲା। 3 ଥର ଓଲଟିଲା ବଗି। ପଲଏହି ଦୁର୍ଘଟଣାରେ 2 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ 25 ଜଣ ଆହତ ହୋଇଛନ୍ତି। ଏଥିସହିତ ଦୁଇ ଯାତ୍ରୀଙ୍କ ଗୋଡ କାଟି ଦିଆଯାଇଛି। ତେବେ 5 ଜଣ ଯାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ମାନକପୁର ଏସଡିଏମ ଯଶୱନ୍ତ କୁମାର ପୂର୍ବରୁ କହିଥିଲେ। ଏକ ଘଣ୍ଟା ପରେ ସେମାନେ 2 ଯାତ୍ରୀଙ୍କ ମୃତ୍ୟୁକୁ ନିଶ୍ଚିତ କରିଥିଲେ। ଅଧିକାଂଶ ଆହତ ଯାତ୍ରୀ ଏସି କୋଚରୁ ବୋଲି କୁହାଯାଉଛି। ଦୁର୍ଘଟଣା ପରେ ଯାତ୍ରୀମାନେ ଝରକା କାଚ ଭାଙ୍ଗି ଡେଇଁପଡିଥିଲେ।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। SDRF ଦଳ ଘଟଣାସ୍ଥଳରେ ଅଛନ୍ତି। ଟ୍ରେନ୍ ଭିତରେ ଫସି ରହିଥିବା ଲୋକଙ୍କୁ ବଗି କାଟି ଉଦ୍ଧାର କରାଯାଉଛି। ଉତ୍ତର ପୂର୍ବାଞ୍ଚଳ ରେଳବାଇର CPRO ପଙ୍କଜ କୁମାର କହିଛନ୍ତି – ଦୁର୍ଘଟଣା ପୂର୍ବରୁ ଲୋକୋ ପାଇଲଟ୍ ବିସ୍ଫୋରଣର ଶବ୍ଦ ଶୁଣିଥିଲେ।

ଏଥି ସହ ରେଳ ମନ୍ତ୍ରଣାଳୟ ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି। ଗୁରୁତର ଆହତଙ୍କୁ 2.5 ଲକ୍ଷ ଟଙ୍କା ଏବଂ ନାବାଳକ ଆହତଙ୍କୁ 50 ହଜାର ଟଙ୍କା ପ୍ରଦାନ କରାଯିବ। ଏଥିସହ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଟ୍ରେନ୍ (15904) ଚଣ୍ଡିଗଡ଼ରୁ ଦିବ୍ରୁଗଡକୁ ଯାଉଥିଲା। ଝିଲାହି ରେଳ ଷ୍ଟେସନ ମଧ୍ୟରେ ଗୋସାଇ ଦିୱା ଠାରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍ ଗୁରୁବାର ରାତି 11.39 ରେ ଚଣ୍ଡିଗଡ଼ରୁ ବାହାରିଥିଲା।। ଅପରାହ୍ନ 2.37 ରେ ଓଲଟି ପଡିଲା।