ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ରେ ମିଳୁଥିବା ଖାଦ୍ୟରୁ ବାହାରିଲା ଅସରପା..

ଟ୍ରେନ ରେ ଦୁରଯାତ୍ରା କୁ ଗଲାବେଳେ ପ୍ରାୟ ଲୋକେ ଟ୍ରେନ ରେ ଖାଦ୍ୟ ଅଡର କରି ଖାଇଥାନ୍ତି। ତେବେ ଟ୍ରେନ ର ଖାଦ୍ୟ କେତେ ସ୍ବାସ୍ଥ୍ୟକର। ଅନେକ ସମୟରେ ଟ୍ରେନ ର ଖାଦ୍ୟ ଖରାପ ହୋଇଥାଏ। ଏହିପରି ଏକ ଖଟଣା ଘଟିଛି ବନ୍ଦେ ଭାରତ ଏକ୍ସପ୍ରେସ ରେ…

ବନ୍ଦେ ଭାରତ ଏକ୍ସପ୍ରେସରେ ୧୯ ଅଗଷ୍ଟରେ ଶିରିଡିରୁ ମୁମ୍ବାଇ ଯାତ୍ରା କରୁଥିବା ଏକ ପରିବାର ଟ୍ରେନ ରୁ ଖାଦ୍ୟ ଅଡର କରିଥିଲେ। ତାଙ୍କୁ ଦିଆଯାଇଥିବା ଖାଦ୍ୟରେ ମଲା ଅସରପା ମିଳିଥିଲା। ଏହାକୁ ଭିତ୍ତି କରି ଏହି ପରିବାର ରେଲୱେର ଜଣେ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶେୟାର କରାଯାଇଥିବା ଭିଡିଓ ଓ ଫଟୋରେ ଡାଲି ଭିତରେ ମଲା ଅସରପା ଦେଖାଯାଇଛି ।

ଏହି ପରିବାରର ଜଣେ ବ୍ୟକ୍ତି ଅଭିଯୋଗ କରି କହିଛନ୍ତି, ମୁଁ ଭୋଜନ କରିବା ସମୟରେ ମୋ ପିଉସୀ ଖାଦ୍ୟରେ ମଲା ଅସରପା ଦେଖିଥିଲେ । ଏହି ଖାଦ୍ୟକୁ ମୋ ୮୦ ବର୍ଷର ଜେଜେବାପା ମଧ୍ୟ ଖାଇଛନ୍ତି ।

ଏହାପରେ ଆଇଆରସିଟିସି ପକ୍ଷରୁ ଏକ୍ସରେ ଉକ୍ତ ବ୍ୟକ୍ତିଙ୍କ ପୋଷ୍ଟର ଜବାବ ଦେଇ କୁହାଯାଇଛି, ସେବା ପ୍ରଦାନ କରିଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଜୋରିମାନା ଲଗାଯିବ । ଏହି ଭୁଲ୍‌ ପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଛି ଆଇଆରସିଟିସି ।

ପ୍ରାୟ ୨ ମାସ ପୂର୍ବେ, ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । ଏକ ଦମ୍ପତି ବନ୍ଦେ ଭାରତ ଏକ୍ସପ୍ରେସରେ ଭୋପାଳରୁ ଆଗ୍ରା ଯାତ୍ରା କରୁଥିବା ସମୟରେ ତାଙ୍କୁ ଦିଆଯାଇଥିବା ଖାଦ୍ୟରେ ମଧ୍ୟ ମିଳିଥିଲା ମଲା ଅସରପା । ଆଉ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିଲା ବାସି ଖାଦ୍ୟ ଯାହାର ଅଭିଯୋଗ କରାଯାଇଥିଲା।