ଯାଆଁଳା ଭଉଣୀଙ୍କୁ ଜଣେ ଯୁବକଙ୍କ ସହ ହେଲା ପ୍ରେମ, ଧୁମ୍ ଧାମରେ ହେଲା ବିବାହ, ଜାଣନ୍ତୁ ପୂରା ଘଟଣା

ଜଣେ ବରକୁ ବିବାହ କରିଲେ ଦୁଇ ଯାଆଁଳା ଭଉଣୀ। ମହାରାଷ୍ଟ୍ରର ସୋଲାପୁର ଠାରେ ଏଭଳି ଏକ ଭିନ୍ନ ପ୍ରକାର ଘଟଣା ଘଟିଯାଇଛି। ଯାଆଁଳା ଭଉଣୀଙ୍କ ନାମ ରିଙ୍କି ଏବଂ ପିଙ୍କି ହୋଇଥିବା ବେଳେ ସେମାନଙ୍କୁ ବିବାହ କରିଥିବା ଯୁବକଙ୍କ ନାମ ଅତୁଲ ବୋଲି ଜଣାପଡ଼ିଛି। ଉଭୟ ପରିବାରର ସମର୍ଥନରେ ହିଁ ଏହି ବିବାହ ଅନୁଷ୍ଠିତ ହୋଇଥିବା ଜଣାଯାଇଛି।

ଖବର ଅନୁଯାଇ ଯାଆଁଳା ଭଉଣୀ ରିଙ୍କି ଏବଂ ପିଙ୍କି ଉଭୟେ ଆଇଟି ଇଞ୍ଜିନିୟର ଭାବରେ ମୁମ୍ବାଇରେ କାର୍ଯ୍ୟ କରନ୍ତି। ନିଜ ପିତାଙ୍କର ଦେହାନ୍ତ ପରେ ଏହି ଦୁଇ ଭଉଣୀ ମଲସିରାସ ତାଲୁକାରେ ରହି ଆସୁଥିଲେ। ହଠାତ ଦିନେ ତାଙ୍କ ମାଆଙ୍କର ଦେହ ଖରାପ ହୋଇଯାଇଥିଲା। ସେହିଦିନ ନିଜ କାର ଯୋଗେ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ ଅତୁଲ।

ଅତୁଲଙ୍କର ଏହି ସାହାଯ୍ୟ ପରେ ଦୁଇ ଭଉଣୀଙ୍କ ସହିତ ତାଙ୍କର ସମ୍ପର୍କ ବଢିବାକୁ ଲାଗିଥିଲା। ଏହି ସମ୍ପର୍କ ଆଗକୁ ପ୍ରେମର ରୂପ ନେଇଥିବା ବେଳେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଉଭୟ ପରିବାର ଏହି ପ୍ରସ୍ତାବରେ ରାଜି ହେବାପରେ ହିଁ ବିବାହ ସମ୍ଭବ ହୋଇପାରିଥିଲା। ଅତୁଲଙ୍କର ଏକ ଟ୍ରାଭେଲ୍ ଏଜେନ୍ସି ରହିଥିବା ଜଣାପଡିଛି।

Leave a Comment