ଏହି ୪ ରାଶିଙ୍କ ପାଇଁ ସତର୍କ ଘଣ୍ଟି, ବୁଧଙ୍କ ଚଳନ ଯୋଗୁଁ ବିବାଦ ସହ ଧନହାନୀର ରହିଛି ଯୋଗ!

ଜ୍ୟୋତିଶ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ରାଜକୁମାର ବୁଧ ଏପ୍ରିଲ ୧୫ ତାରିଖରେ ତୁଳା ରାଶି ଛାଡି ମୀନ ରାଶିକୁ ଚଳନ କରିସାରିଛନ୍ତି । ବୁଧଙ୍କୁ ଧନ, ବୃଦ୍ଧି, ବାଣୀ ଓ ବ୍ୟବସାୟର କାରକ ବୋଲି ବିବେଚନା କରାଯାଏ । ବୁଧଙ୍କ ସ୍ଥିତି ମଣିଷକୁ ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରଦାନ କରିଥାଏ । ସତର୍କ ରୁହନ୍ତୁ ଏହି ସବୁ ରାଶି । ତେବେ ବୁଧଙ୍କର ଏହି ରାଶି ପରିବର୍ତ୍ତନ କାହା ପାଇଁ ସତର୍କ ର ଘଣ୍ଟି ଆସନ୍ତୁ ଜାଣିବା…

ମେଷ ରାଶି :- ମୀନ ରାଶିରେ ବୁଧଙ୍କ ଅସ୍ତ ହେବା ବା ଚଳନ ଏହି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ । ବ୍ୟବସାୟୀମାନେ ଘାଟା ସହିବାର ସମ୍ଭାବନା ରହିଛି । ଯଦି କୌଣସି ବ୍ୟବସାୟରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି । ତେବେ, ଜଣେ ଏକ୍ସପର୍ଟଙ୍କ ପରାମର୍ଶ ନେଇ ଟଙ୍କା ବିନିଯୋଗ କରନ୍ତୁ । ଗାଡ଼ି ମଟର ଚଲାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । କଠିନ ପରିଶ୍ରମ କଲାପରେ ମଧ୍ୟ କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରିୟ ହୋଇପାରିବେ ନାହିଁ । ହେବାକୁ ଥିବା ପଦୋନ୍ନତି ବି ଅଟକିପାରେ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଋଣ ମଧ୍ୟ ଆଣିପାରନ୍ତି ।

ସିଂହ ରାଶି :- ସିଂହ ରାଶିର ବ୍ୟକ୍ତି ବିଶେଷଙ୍କୁ କ୍ୟାରିୟରରେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବାକୁ ପଡି଼ବ । କୌଣସି କାରଣ ପାଇଁ ନିଜ ଚାକିରି ହରାଇ ପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଛୋଟମୋଟ କଥାକୁ ନେଇ ନିଜ ସହକର୍ମୀଙ୍କ ସହ ବିବାଦ ଦେଖାଦେବ । କଠିନ ପରିଶ୍ରମ କଲେ ମଧ୍ୟ ଫଳ ପାଇବେ ନାହିଁ । କ୍ୟାରିୟରେ ବଡ଼ ଧରଣର କ୍ଷତି ସହିପାରନ୍ତି ଏବଂ କ୍ୟାରିୟରକୁ ନେଇ ଚାପରେ ରହିବେ । ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ ।

ଆହୁରି ପଢନ୍ତୁ :- ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଦେବଙ୍କ ଗୋଚର ଫଳରେ ଏହି ୩ ରାଶି ଉପରେ ପଡ଼ିବ ବଡ଼ ପ୍ରଭାବ!

ମୀନ ରାଶି :- ବୁଧଙ୍କ ଚଳନର କୁପ୍ରଭାବ ଏହି ରାଶି ଉପରେ ପଡି଼ବ । ଅଯଥା ଖର୍ଚ୍ଚ ବଢିବ । ପରିଶ୍ରମର ଫଳ ମିଳିବ ନାହିଁ । ପ୍ରେମ ବ୍ୟାପାରରେ ସମସ୍ୟା ଦେଖାଦେଇପାରେ । ଆଶା କରୁଥିବା ଦିଗରୁ ଅର୍ଥ ମିଳିବ ନାହିଁ । ଅଯଥା କଥାକୁ କେନ୍ଦ୍ର କରି ପରିବାରରେ ବିବାଦ ଦେଖାଦେବ । ରାଜନିତି କ୍ଷେତ୍ରରେ ଜଡି଼ତ ଥିବା ଲୋକଙ୍କ ପାଇଁ ସମୟ ଆଦୈ ଭଲ ନାହିଁ । ତେଣୁ ଦେଖିରଖି ଚଳନ୍ତୁ ।

ବିଛା ରାଶି :- ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବିଛା ରାଶିର ଲୋକଙ୍କ ପାଇଁ ମୀନ ରାଶିରେ ବୁଧର ଚଳନ ଖୁବ୍ ଯନ୍ତ୍ରଣାଦାୟକ ହେବ । ଚାକିରିରେ କାମର ଚାପ ଅଧିକ ପଡ଼ିପାରେ । ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ସିନିୟରଙ୍କ ସହ କିଛି ପ୍ରସଙ୍ଗରେ ଯୁକ୍ତିତର୍କ ହୋଇପାରେ । ଯେଉଁ କାରଣରୁ ଆପଣ ଚାକିରିରୁ ବରଖାସ୍ତ ମଧ୍ୟ ହୋଇପାରନ୍ତି ।