ଦେଖନ୍ତୁ ଭିଡ଼ିଓ : ସେଓ ଖାଇ ଖାଇ ରାସ୍ତା ପାର ହେଉଥିଲେ ମହିଳା, ଉପରକୁ ଖସି ପଡିଲା ପାଣି ଟାଙ୍କି! ଆଉ ତାପରେ…

ରାସ୍ତାରେ ଚାଲି ଚାଲି ଯାଉଥିବା ସମୟରେ ହଠାତ୍‌ ଏକ ପାଣି ଟାଙ୍କି ମହିଳାଙ୍କ ଉପରେ ପଡିଗଲା। ତାଙ୍କ ଅବସ୍ଥା କ’ଣ ହୋଇଥିବ ଆପଣ ଭାବିପରୁଛନ୍ତି କି? ଏହିପରି ଏକ ଘଟଣା ର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ୨୨ ସେକେଣ୍ଡର ଏହି ଭିଡିଓ ଏବେ ବେଶ ଭାଇରାଲ୍‌ ହେଉଛି ।

ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ମହିଳା ସେଓ ଖାଇ ଖାଇ ରାସ୍ତାର ଏପଟ ରୁ ସେପଟକୁ ଯାଉଛନ୍ତି। ସେହି ସମୟରେ ହଠାତ୍‌ ଉପରୁ ଏକ ପାଣି ଟାଙ୍କି ତାଙ୍କ ଉପରକୁ ଖସି ପଡୁଛି ।

ଟାଙ୍କିଟି ମହିଳାଙ୍କ ଉପରେ ଏପରି ପଡୁଛି ଯେ ମହିଳାଟି ଟାଙ୍କିର ଥିବା ଗାତ ଭିତରକୁ ପସିଯାଉଛନ୍ତି। ଟାଙ୍କି ଖାଲି ଥିବାରୁ ମହିଳାଙ୍କ କୌଣସି କ୍ଷତି ହୋଇ ନାହିଁ ବୋଲି ଜଣାପଡିଛି । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।