ବାହା ବେଦୀରେ କନ୍ୟାକୁ କିସ୍ କଲା ବର, ରାଗିଗଲେ କନ୍ୟାପକ୍ଷ ବେଦୀ ଉପରେ ବରକୁ ନିର୍ଦ୍ଧୁମ ପିଟିଲେ, ଜାଣନ୍ତୁ ପୁରା ଘଟଣା

ବାହାଘର ସମୟରେ କିଛି ଏପରି କରିଲେ ବର, ଯାହା ପରେ କନ୍ୟା ପକ୍ଷ ମିଶି ବର ଓ ବରପକ୍ଷଙ୍କୁ ନିର୍ଧୁମ ପିଟିଲେ । ଏପରି ଏକ ଖବର ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଆଲୋଚ୍ୟର ବିଷୟ ପାଲଟିଛି । ଜାଣନ୍ତୁ ବାହାଘର ସମୟରେ ଏପରି କଣ କଲା ବର…

ଏପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ୟୁପିର ହାପୁର ଅଞ୍ଚଳରେ । ସୁଚନା ଅନୁସାରେ, ସେହି ଅଞ୍ଚଳର ଜଣେ ପରିବାର ଦୁଇ ଝିଅଙ୍କ ବାହାଘର ଗୋଟିଏ ଦିନରେ ଗୋଟିଏ ସ୍ଥାନରେ କରୁଥିଲେ , ଯେଉଁଠି ଘଟିଥିଲା ଏଭଳି ଏକ ଘଟଣା ।

ବଡ ଝିଅର ବାହାଘର କାମ ସରିବା ହେବା ପରେ ସାନ ଝିଅର ବାହାଘର କାମ ଆରମ୍ଭ ହୋଇଥିଲା । ସାନ ଝିଅର ବରମାଳା ପଡ଼ିବା ସମୟରେ ବର ଝିଅକୁ ଚୁମା ଦେଇଥିଲା । ଯେଉଁଥିରେ ରାଗି ଯାଇଥିଲେ କନ୍ୟାପକ୍ଷ ଲୋକମାନେ ।

କନ୍ୟା ପକ୍ଷ ଲୋକେ ବର ପକ୍ଷଙ୍କୁ ବାଡେଇବା ଆରମ୍ଭ କରି ଦେଇଥିଲେ । ଯେଉଁଥିରେ ବରର ବାପା ଆଘାତ ହୋଇଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଭାବେ ଆହତ ଲୋକଙ୍କୁ ଡାକ୍ତରଖାନାକୁ ପଠାଇବା ସହିତ କନ୍ୟା ପକ୍ଷର ସାତ ଜଣ ଲୋକଙ୍କୁ ଅଟକ ରଖିଛି ।