ଅନ୍ୟ ଦିନ ଅପେକ୍ଷା ଶୀତ ଦିନେ କାହିଁକି ବଢିଥାଏ ଯୌନ ଇଚ୍ଛା? ଜାଣନ୍ତୁ ଏହାର କାରଣ

ବର୍ତ୍ତମାନ ଶୀତ ୠତୁ ଚାଲିଥିବା ବେଳେ ସାରା ରାଜ୍ୟ ଏବଂ ଦେଶରେ ଶୀତର ପ୍ରଭାବ ବଢ଼ିବାରେ ଲାଗିଛି । ଲୋକେ ବାହାରକୁ ନ ଯାଇ ଘରେ ରହିବାକୁ ପସନ୍ଦ କରୁଛନ୍ତି । ତେବେ, କେବେ ଆପଣ ଭାବିଛନ୍ତି ଯେ ଶୀତ ଦିନରେ ହିଁ କଣ ପାଇଁ ସେକ୍ସ କରିବା ପାଇଁ ଅଧିକ ଇଚ୍ଛା ହୋଇଥାଏ ? ସାଧାରଣତଃ ଶୀତ ଦିନରେ ଉଭୟ ମହିଳା ଏବଂ ପୁରୁଷଙ୍କ ଠାରେ ଏଭଳି ପ୍ରବୃତ୍ତି ଦେଖିବାକୁ ମିଳିଥାଏ ।

ଶୀତଦିନରେ ଦିନ ଛୋଟ ଏବଂ ରାତି ବଡ଼ ହୋଇଥାଏ ଯାହାଫଳରେ ଶରୀର ରୁ ମେଲାଟୋନିନ୍ ହରମୋନ୍ ନିର୍ଗତ ହୋଇଥାଏ ଯାହାକି ନିଦକୁ ପ୍ରୋତ୍ସାହିତ କରିଥାଏ । ଅନ୍ୟପକ୍ଷରେ ଶୀତଦିନରେ ଶରୀର ରୁ ଟେଷ୍ଟୋଷ୍ଟେରନ୍ ହରମୋନ୍ ଅଧିକ ନିର୍ଗତ ହୋଇଥାଏ ଯାହାକି ସେକ୍ସ କରିବା ପାଇଁ ପ୍ରୋତ୍ସାହିତ କରେ ।

ଶୀତଦିନେ ପୁରୁଷମାନଙ୍କଠାରୁ ଡୋପାମାଇନ୍ ନିର୍ଗତ ହେଉଥିବା ବେଳେ ମହିଳାମାନଙ୍କଠାରୁ ଇଷ୍ଟ୍ରୋଜେନ୍ ଅଧିକ ନିର୍ଗତ ହୋଇଥାଏ । ସେହିପରି ଭାବରେ ଅକ୍ସିଟୋସିନ୍ ହରମୋନ୍ ପ୍ରେମର ଭାବକୁ ବଢ଼ାଇଥାଏ । ଅନ୍ୟପକ୍ଷରେ ଶୀତଦିନେ ଆମେ ଅଧିକ ସମୟ ଘରେ ବିତାଇଥାଉ ।

ଆହୁରି ପଢନ୍ତୁ :- ମାସକୁ କେତେଥର ସେକ୍ସ କରିବା ଉଚିତ୍? ବିବାହିତ ଦମ୍ପତି ନିଶ୍ଚୟ ଜାଣନ୍ତୁ…

ଘରେ ଖାଲି ରହିଥିବାରୁ ନିଜ ପାର୍ଟନରଙ୍କ ସହିତ ସେକ୍ସ କରିବାକୁ ଇଚ୍ଛା ହେବା ଏକ ସାଧାରଣ କଥା ଅଟେ । ଅନ୍ୟପକ୍ଷରେ ସେକ୍ସ କରିଲେ ଦେହର ତାପମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ ଯାହାକି ଶୀତଦିନେ ଏକ ସୁଖଃଦ ଅନୁଭବ ଅଟେ । ଯେଉଁଥିପାଇଁ ଅନେକେ ଶୀତଦିନେ ବିବାହ କରିବାକୁ ମଧ୍ୟ ପସନ୍ଦ କରିଥାନ୍ତି ।

ଶୀତଦିନେ ଲୋକେ ପ୍ରାୟତଃ ଘରେ ରହି ଅଳସୁଆ ହୋଇ ଯାଉଥିବା ଦେଖିବାକୁ ମିଳିଥାଏ । ତେଣୁ, ପ୍ରତିଦିନ ସକାଳୁ ଉଠି ବ୍ୟାୟାମ ଏବଂ ଯୋଗ ଅଭ୍ୟାସ କରନ୍ତୁ । ଏହା ବ୍ୟତୀତ କିଛି ଭଲ କାମ କରିବାକୁ ଚେଷ୍ଟା କରନ୍ତୁ । ଯାହାଦ୍ୱାରା ଆପଣଙ୍କ ମନ ଆୟତ୍ତ ମଧ୍ୟରେ ରହିବ ଏବଂ ଦିନଟି ଉପଯୋଗୀ ହୋଇପାରିବ ।