ବଡ଼ କଷ୍ଟ ରେ ଉଦ୍ଧାର ମାଗି ପାଠ ପଢ଼ାଇଲା ସ୍ୱାମୀ ଆଉ ଚାକିରୀ ହେବା ପରେ ଛାଡି ଚାଲିଗଲା ସ୍ତ୍ରୀ

ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ସବୁ ସମ୍ପର୍କଠୁ ଭିନ୍ନ। ଏମାନେ ସାଥି ସାତଜନ୍ମ ପାଇଁ। ହେଲେ ୭ ଜନ୍ମର ସମ୍ପର୍କ ଏଠି ୭ ମିନିଟରେ ଭାଙ୍ଗିବାରେ ଲାଗିଛି। ପ୍ରେମ କେତେବେଳେ କାହାକୁ ବା କେଉଁଠାରେ ବି ହୋଇଯିବ, ତାହାର କଳ୍ପନା କରାଯାଇ ପାରିବ ନାହିଁ । ମହିଳାମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାଁନ୍ତି । 

ଅନେକଥର ବିବାହ ପରେ ମଧ୍ୟ ମହିଳାମାନେ ଅନ୍ୟ ପୁରୁଷଙ୍କ ପ୍ରେମରେ ପଡ଼ିଯାଆନ୍ତି। ତେବେ ବର୍ତମାନ ସେହି ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାହାକି ବେଗୁସରାୟରେ ରହୁଥିବା ପ୍ରିନ୍ସ ଆନନ୍ଦ ଏପ୍ରିଲ ୨୪, ୨୦୧୯ରେ ସମସ୍ତିପୁରର ମନୀଷାଙ୍କୁ ବିବାହ କରିଥିଲେ। 

ଦ୍ବାଦଶ ପାସ୍ କରିଥିବା ମନୀଷା ବିବାହ ପରେ ଜିଏନ୍ଏମ୍ ପାଠପଢ଼ି ନର୍ସ ହେବେ ବୋଲି ଇଚ୍ଛାପ୍ରକାଶ କରିଥିଲେ। ଘରେ ଆର୍ଥିକ ଅଭାବ ଥିବାରୁ ଋଣ କରି ଆନନ୍ଦ, ପଞ୍ଜାବରେ ଥିବା ଅଜିତ ନର୍ସିଂ ଇନଷ୍ଟିଚ୍ୟୁଟରେ ମନୀଷାଙ୍କର ନାମ ଲେଖାଇଥିଲେ। 

ପାଠ ପଢ଼ିବା ସମୟରେ ସେ ଅଧା ସମୟ ନିଜ ବାପ ଘରେ ରହୁଥିଲେ। ଏହି ସମୟରେ ୨୦୨୧ରେ ସେ ଏକ ଶିଶୁକନ୍ୟାକୁ ଜନ୍ମଦେଇଥିଲେ। ୨୦୨୩ରେ ପାଠପଢ଼ା ଶେଷ ହେବା ସହ ଚାକିରି ହେବାରୁ ମନୀଷା, ଆନନ୍ଦଙ୍କ ସହ ରହିବାକୁ ମନା କରିଦେଇଥିଲେ। 

ଏହାର ସମାଧାନ ପାଇଁ ପଞ୍ଚାୟତ ବସିଥିଲେ ବି ସମାଧାନର ବାଟ ବାହାରିପାରିନଥିଲା। ଏଥିପାଇଁ ଆନନ୍ଦ ବାଧ୍ୟ ହୋଇ ପୁଲିସରେ ଅଭିଯୋଗ କରିଛନ୍ତି। ତେବେ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ପାଠପଢ଼ା ଶେଷ କରି ଚାକିରି କରିବା ପରେ ପତ୍ନୀଙ୍କ ସ୍ବଭାବ ବଦଳି ଯାଇଛି। 

ସେ ମୋ ସହ ଏବଂ ମୋ ମା’ଙ୍କ ସହ ରହିବାକୁ ଚାହୁଁ ନାହାନ୍ତି। ଏଥିପାଇଁ ଜୁନ୍ ୧୫ରେ ସେ ତାଙ୍କ ପିତା ଏବଂ ଭାଇଙ୍କୁ ଆଣି ବିବାହ ସମୟରେ ଆଣିଥିବା ସମସ୍ତ ଘରୋଇ ସାମଗ୍ରୀ ନେଇ ତାଙ୍କ ବାପ ଘରକୁ ଚାଲି ଯାଇଛନ୍ତି। ଏବେ ଆମେ ତ‌ାଙ୍କ ବିରୋଧରେ ପୁଲିସ ଷ୍ଟେସନରେ ଅଭିଯୋଗ କରିଛୁ।