ଇନଷ୍ଟାଗ୍ରାମ୍ ନେଲା ଜୀବନ, ସ୍ୱାମୀ ରିଲ୍ସ ପାଇଁ ମନାକରିବାରୁ ଝୁଲି ପଡ଼ିଲା ସ୍ତ୍ରୀ, ଜାଣନ୍ତୁ ପୁରା ଘଟଣା

ବର୍ତ୍ତମାନ ସମୟରେ ଇନଷ୍ଟାଗ୍ରାମରେ ରିଲ୍ସ କରିବାର ନିଶା ଯେପରି ସମସ୍ତଙ୍କୁ ଘାରି ରଖିଛି । ଯାହାର ଯେତେ ଲାଇକ୍ସ ସେ ସେତେ ପପୁଲାର । ଛୋଟ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ରିଲ୍ସ କରିବା ପାଇଁ ସମସ୍ତେ ଉତ୍ସାହିତ ।

ତେବେ ଇନଷ୍ଟାଗ୍ରାମକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୋଏଡ଼ାରେ । ସ୍ବାମୀ ଇନଷ୍ଟାଗ୍ରାମ ବ୍ୟବହାର କରିବାକୁ ମନା କରିବାରୁ ସ୍ତ୍ରୀ କରିଛି ଆତ୍ମହତ୍ୟା । ତେବେ ଏଭଳି ଘଟଣା ନୋଏଡ଼ାର ସଦରପୁର କଲୋନୀରେ ଦେଖିବାକୁ ମିଳିଛି ।

ପୋଲିସର ସୂଚନା ଅନୁସାରେ, ମୃତ ମହିଳା ଜଣକଙ୍କ ନାମ ହେଉଛି ବିଶାଖା । ତାଙ୍କ ସ୍ଵାମୀ ଜଣେ ଅଟୋ ଡ୍ରାଇଭର୍ । ବିଶାଖା ଏବଂ ତାଙ୍କ ସ୍ଵାମୀ ତାଙ୍କର ଦୁଇ ପିଲାଙ୍କ ସହ ସେକ୍ଟର ୩୯ ଅନ୍ତର୍ଗତ ଏକ କଲୋନୀରେ ରହୁଥିଲେ ।

ତେବେ ଗତ ସୋମବାର ଇନଷ୍ଟାଗ୍ରାମ ବ୍ୟବହାରକୁ ନେଇ ଦୁହିଁଙ୍କ ମଧ୍ୟରେ ବେଶ୍ ଯୁକ୍ତି ତର୍କ ହୋଇଥିଲା । ଯାହା ପରେ ମହିଳା ଜଣଙ୍କ ଏକ କୋଠରୀରେ ଆତ୍ମହତ୍ୟା କରିଥିଲେ । ପଡୋଶୀଙ୍କ କହିବା ଅନୁସାରେ ସେ ପୂର୍ବରୁ ଥରେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।