ସାହାଯ୍ୟ ପାଇଁ ନେହୁରା ହେଉଥିଲେ ମହିଳା, କିନ୍ତୁ ରୁମ୍ ଭିତରକୁ ଟାଣି ନେଇ ଗଣ ଦୁଷ୍କର୍ମ କରିଲେ ଦୁର୍ବୁତ୍ତ…

ଦେଶର ରାଜଧାନୀ ଦିଲ୍ଲୀ ବର୍ତ୍ତମାନ ସମୟରେ ଅପରାଧ ଦୁନିଆର ରାଜଧାନୀ ପାଲଟି ଗଲାଣି ବୋଲି କେହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରାୟ ପ୍ରତିଦିନ ଏଠାରେ ହତ୍ୟା, ଡକାୟତି ଭଳି ମାମଲା ସାମ୍ନାକୁ ଆସୁଛି । କେବଳ ସେତିକି ନୁହେଁ ବରଂ ବଳାତ୍କାର ପରି ମହିଳା ମାନଙ୍କ ଉପରେ ନିର୍ଯ୍ୟାତନାର ଅନେକ ଚିତ୍ର ମଧ୍ୟ ଏଠାରେ ସାମ୍ନାକୁ ଆସୁଛି ।

ପୂର୍ବରୁ ଏଭଳି ଅନେକ ଦୃଷ୍ଟାନ୍ତ ସାମ୍ନାକୁ ଆସିଥିବା ବେଳେ ଏବେ ଏଭଳି ହିଁ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀ ଆଗ୍ରା ସ୍ଥିତ ଏକ ହୋଟେଲରେ ଜଣେ ମହିଳାଙ୍କୁ ଜୋରଜବରଦସ୍ତ ମଦ ପିଆଇ ଦେଇ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି ।

ଭାଇରାଲ ହେଉଥିବା ଏହି ଭିଡ଼ିଓରେ ମହିଳା ଜଣଙ୍କ ନିଶାସକ୍ତ ଅବସ୍ଥାରେ ଥିବାବେଳେ ତାଙ୍କୁ ଜଣେ ବ୍ୟକ୍ତି ରୁମ୍ ଭିତରକୁ ଟାଣି ନେଉଥିବା ଦେଖିବାକୁ ମିଳିଛି । ମହିଳା ଜଣକ କାକୁତି ମିନତୀ ହୋଇ ସାହାଯ୍ୟ ମାଗିଥିଲେ ହେଁ କେହି ଆଗକୁ ଆସିନଥିଲେ । ମିଳିଥିବା ସୂଚନା ଅନୁଯାଇ ପୀଡିତା ଜଣକ ଉକ୍ତ ହୋଟେଲରେ ପୂର୍ବରୁ କାମ କରୁଥିଲେ ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡିଓ: ରୁମରେ ଶୋଇଥିଲା ଝିଅ, ହଠାତ ରାତିରେ ପଶିଗଲା ଧରମ ବାପା, ନେହୁରା ହୋଇ ମନା କରୁଥିଲା ଝିଅ କିନ୍ତୁ ବାପା କଲା ଦୁଷ୍କର୍ମ

ଏହି ମାମଲାରେ ପୋଲିସ ୪ ଜଣ ଯୁବକଙ୍କ ସହିତ ଜଣେ ଯୁବତୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହି ମାମଲାରେ ଆହୁରି ଅନେକଙ୍କର ସମ୍ପୃକ୍ତି ରହିଥିବା ଅନୁମାନ କରାଯାଉଅଛି । ମହିଳାଙ୍କର ଡାକ୍ତରୀ ମଇନା କରାଯିବା ସହିତ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଦୁଷ୍କର୍ମ, ନିର୍ଯାତନା ତଥା ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଅନ୍ୟାନ୍ୟ ବିଭାଗ ଅଧୀନରେ ଏକ ଅପରାଧିକ ମାମଲା ରୁଜୁ କରାଯାଇଛି ।