ଫାଇନାନ୍ସ ରେଡ ହୋଇଛି ରୂପା ପିଣ୍ଟୁଙ୍କ ଘର ଉପରେ । ତେବେ କାହିଁକି ହୋଇଛି ଏହି ରେଡ? ରେଡ ବେଳେ ଫାଇନାନ୍ସ କର୍ମଚାରୀ ନାଲି ଆଖି ଦେଖାଇଛନ୍ତି ପରିବାର ବର୍ଗଙ୍କୁ। ତେବେ ଏହି ପରିବାରର ମହିଳା ଭୟରେ କାନ୍ଦୁଛନ୍ତି । ଏହି ରେଡ଼ କୁ ନେଇ ଅନେକ ପ୍ରଶ୍ନ ଉଠିଛି ସାଧାରଣ ଲୋକଙ୍କ ମନରେ…
ମହାମାରୀ କରୋନା କାଳରେ ରୂପା ପିଣ୍ଟୁଙ୍କ ପରିବାର କୁ ମିଳିଥିଲା ଏକ ନୂଆ ପରିଚୟ। କରୋନା ସମୟରେ ଲୋକେ ଆର୍ଥିକ ଅନଟନର ସମ୍ମୁଖୀନ ହେଉଥିଲେ ସାଧାରଣ ଜନତା । ମହାମାରୀ କାଳରେ ଲୋକେ ହାତ ବାନ୍ଧି ବସିଥିବା ବେଳେ ଅର୍ଥ ରୋଜଗାରର ସାଧନ ଭାବେ ୟୁଟ୍ୟୁବକୁ ଆପଣେଇଥିଲେ ଏହି ଦମ୍ପତି। ୟୁଟ୍ୟୁବରେ ବିଭିନ୍ନ ଭିଡିଓ ଅପଲୋଡ କରି ଲୋକପ୍ରିୟତା ହାସଲ କରିବା ସହ ଅର୍ଥ ମଧ୍ୟ ଉପାର୍ଜନ କରିଥିଲେ ।
ତେବେ ଏମାନଙ୍କ ୟୁଟ୍ୟୁବ ପେଜରେ ସେମାନଙ୍କ ଘରେ ଫାଇନାନ୍ସ ରେଡ ହୋଇଥିବା ଖବର ମିଳୁଛି । ଏଥିସହ ୪୭ ମିନିଟର ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି । ଭିଡିଓରେ ଫାଇନାନ୍ସ କର୍ମଚାରୀ ଟଙ୍କା ଫେରାଇବାକୁ ସେମାନଙ୍କୁ ଧମକ ଦେଉଥିବାର ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ, ଟଙ୍କା ଫେରାଇବାର ଦମ ନାହିଁ ତ କାହିଁକି ଦାମୀ ଗାଡି କିଣିଛ କହି ଗାଡି ଟାଣିନେବାକୁ ଧମକାଉଛନ୍ତି । କର୍ମଚାରୀଙ୍କ ଧମକ ଶୁଣି ବିକଳରେ ରୂପା ଓ ତାଙ୍କ ଶାଶୂ କାନ୍ଦୁଥିବା ଦେଖିବାକୁ ମିଳୁଛି ।
ତେବେ ଏହି ଭିଡିଓଟି ବାସ୍ତବରେ କୌଣସି ରେଡର ଭିଡିଓ ନୁହେଁ ବୋଲି ଜଣାପଡିଛି । ରେଡରେ ସାଧାରଣ ଲୋକର ଅବସ୍ଥାକୁ ନିଛକ ରୂପେ ଉପସ୍ଥାପନ କରିଛନ୍ତି ରୂପା, ପିଣ୍ଟୁ, ସେମାନଙ୍କ ମା ତଥା ଗ୍ରାମବାସୀ ।