ମେଷ ରାଶି :
ଶୁକ୍ରଙ୍କ ଦୁର୍ବଳତା କାରଣରୁ ଆବଶ୍ୟକତା ପୂରଣ ପାଇଁ କରଜ କରିପାରନ୍ତି। କିନ୍ତୁ କେନ୍ଦ୍ରସ୍ଥ ଚନ୍ଦ୍ର ପ୍ରଭାବରେ ପରିବହନ ତଥା ବ୍ୟବସାୟିକ ସ୍ଥିତି ଭଲ ରହିବ। ବୁଧ ସହ ଶୁକ୍ର ସମ୍ପର୍କଜନିତ ସହକର୍ମୀ ବନେଇ ଚୁନେଇ କଥା କହି କାମ ହାସଲ କରିବେ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ଆଶଙ୍କା କାରଣରୁ ସାଧାରଣ କଥାରେ ଛାତି ଧଡ୍ଧଡ୍ ହୋଇପାରେ।
ବୃଷ ରାଶି :
ଆକସ୍ମିକ ଭାବରେ ପୁରାତନ ରୋଗୀମାନେ ପୀଡ଼ା ଅନୁଭବ କରିପାରନ୍ତି। ବନ୍ଧୁଙ୍କ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଶିଳ୍ପ, ବାଣିଜ୍ୟ ତଥା ନିର୍ମାଣ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ।
ମିଥୁନ ରାଶି :
କାରବାରରେ ବଡ଼ ଭାଇଙ୍କ ସହଯୋଗ ପାଇବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ରାସ୍ତା ନଜର ଆସିପାରେ। ବାଲ୍ୟବନ୍ଧୁ ସହ ସାକ୍ଷାତ ହେବ। ବାହନ କିଣିବା ଲାଗି ମନ ବଳିବ।
କର୍କଟ ରାଶି :
କୌଣସି କଥାକୁ କେନ୍ଦ୍ରକରି ପରିବାରରେ ସରସତା ରହିବ ନାହିଁ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସ୍ଥିତିର ପ୍ରତିକୂଳତା ଅନୁଭବ କରିପାରନ୍ତି। ଆବଶ୍ୟକତା ଅନୁଭବ କରି ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବା ସକାଶେ ମନ ବଳାଇବେ। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ବିବାଦର ଅବସାନ ଘଟିବ
ସିଂହ ରାଶି :
ଧନସ୍ଥାନସ୍ଥ କେତୁଜନିତ ଟଙ୍କା ପଇସା ଯୋଗାଡ କରିବା ପାଇଁ ଫନ୍ଦିଫିକର କରିବେ। ଫାଇଲ୍ପତ୍ର କିମ୍ବା ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବ। ବନ୍ଧୁଙ୍କ କଥାକୁ ବିଶ୍ୱାସ କରି ନୂତନ କାର୍ଯ୍ୟରେ ହାତ ଦେବେ। ବାଣିଜ୍ୟ, ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ। ସମସ୍ୟା ସୁଧାରିବା ଲାଗି କିଛି କରିବାକୁ ପଡ଼ିପାରେ।
କନ୍ୟା ରାଶି :
ଆର୍ଥିକ ସ୍ଥିତିରେ ଉତ୍ଥାନ ପତନ ଲାଗି ରହିବ। ମଉଜ ମଜଲିସର ଭଲ ସୁଯୋଗ ପାଇବେ। ନିଜକୁ ସଠିକ୍ ପ୍ରମାଣିତ କରିବା ଲାଗି ଭଲ ଦିନଟିଏ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ।
ତୁଳା ରାଶି :
ଧନସ୍ଥାନକୁ ଧନାଧିପଙ୍କ ପ୍ରତ୍ୟକ୍ଷଦୃଷ୍ଟି ହେତୁ ଆର୍ଥିକସ୍ଥିତି ବଦଳିଯିବା ଆଶା କରାଯାଇପାରେ। ଚାକିରି ସମସ୍ୟା ନେଇ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିବ। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବ କିନ୍ତୁ ପାରିବାରିକ କ୍ଷେତ୍ରରେ ଭଲକାମ କଲେ ସୁଦ୍ଧା ଆଦର ପାଇପାରିବେ ନାହିଁ।
ବିଛା ରାଶି :
ଦ୍ୱାଦଶସ୍ଥ ଚନ୍ଦ୍ର ହେତୁ ଅପୂରଣୀୟ ଅଭିଳାଷ ମନକୁ ବାରମ୍ବାର ଆଲୋଡିତ କରିବ। ଶନି ପ୍ରଭାବରେ ଅଧିକାଂଶ କାମରେ ପାରିବାରିକ ପ୍ରତିରୋଧ ମଧ୍ୟ କାମକୁ ବିଶୃଙ୍ଖଳିତ କରିପାରେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେବେ। ଘରମାଲିକ ସହ ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି।
ଧନୁ ରାଶି :
ମନରେ କୌଣସି କଥା ଦବି ରହିଥିଲେ ସମ୍ମୁଖକୁ ଆଣନ୍ତୁ। କାରବାରରେ ଯଥେଷ୍ଟ ଲାଭ ପାଇବେ। ବନ୍ଧୁ ସହିତ ସମ୍ବନ୍ଧରେ ସୁଧାର ହେବ। ଗବେଷଣା ଛାତ୍ରଙ୍କୁ ସଫଳତା ହାସଲ ହେବ।
ମକର ରାଶି :
ସପ୍ତମାଧିପତି କର୍ମଭାବରେ ଥିବାରୁ ଆଜିର କାମ ସୁବିଧାରେ ସମ୍ପନ୍ନ ହେବ। ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ ସହିତ କଳା, ସାହିତ୍ୟରେ ଉନ୍ନତି ଓ ପ୍ରଶଂସିତ ହେବେ। ଟିକିଏ ଟିକିଏ କଥାରେ ରାଗିଯାଇ ଯାହା ପଡିଲା ତାହା କହିବା ଦ୍ୱାରା ସମସ୍ୟା ଆସିପାରେ। ଆନୁଷ୍ଠାନିକ କିମ୍ବା ଧର୍ମ ସମ୍ବନ୍ଧୀୟ କାମରେ ମୁଖ୍ୟଭୂମିକା ଗ୍ରହଣ କରିପାରନ୍ତି।
କୁମ୍ଭ ରାଶି :
ଶନି ଓ ମଙ୍ଗଳଙ୍କ ପ୍ରଭାବରେ ନିଜ ଲୋକ ଯେତେ ସମସ୍ୟା ସୃଷ୍ଟି କଲେ ମଧ୍ୟ କାମ ଅଟକିବ ନାହିଁ। ସହକର୍ମୀଙ୍କ ସୌହାର୍ଦ୍ଦ୍ୟରୁ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହେବ। ଦୀର୍ଘ ଦିନ ହେଲା ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବାର ଆଶା ରହିଛି। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିବ।
ମୀନ ରାଶି :
କୌଣସି ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ଜୀବନସାଥୀ ସହ ଭଲ ସମୟ ଅତିବାହିତ କରିବେ। କୌଣସି ବଡ଼ କାମ କରିବାରୁ ନିବୃତ୍ତ ରହନ୍ତୁ। ପ୍ରିୟ ଲୋକଙ୍କ ସହିତ ସ୍ବାଦିଷ୍ଠ ଭୋଜନ କରିବେ।