୧୨ ସେପ୍ଟେମ୍ବର ଗୁରୁବାର ରାଶିଫଳ : କୁମ୍ଭ ରାଶିର ଲୋକମାନେ ୠଣ କାରବାରରୁ ଦୂରେଇ ରହିବା ଉଚିତ୍। ଅନ୍ୟ ରାଶି ମାନଙ୍କ କିପରି କଟିବ ଦିନ ଜାଣନ୍ତୁ।

ମେଷ ରାଶି :

ଆଜି କୃତ୍ତିକା ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଆର୍ଥତ୍କ ସ୍ଥିତି ଦୁର୍ବଳ ହେତୁ ତାହାହିଁ ଚିନ୍ତାର କାରଣ ହୋଇପାରେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ ପଡ଼ିବ।

ବୃଷ ରାଶି :

ବାପା ମାଆଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କୁ ବଡ଼ ସୁଯୋଗ ମିଳିବା ଯୋଗୁଁ ଧନଲାଭ ହେବ। ଜୀବନସାଥୀ ସହିତ ସାମଞସ୍ୟ ବଜାୟ ରହିବ। ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ‌

ମିଥୁନ ରାଶି :

ମାନସିକ ଅଶାନ୍ତି ଓ ରାଗକୁ ନିୟନ୍ତ୍ରଣ ମଧ୍ୟରେ ନ ରଖି ଅନ୍ୟ ଉପରେ ଶୁଝାଇଲେ ତିକ୍ତତା ସୃଷ୍ଟି ହେବ। କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ପୁନର୍ବସୁ ନକ୍ଷତ୍ର ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭକରି ପ୍ରଶଂସିତ ହେବେ। ସ୍ତ୍ରୀଙ୍କ ସୌହାର୍ଦ୍ଦ୍ୟରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।

କର୍କଟ ରାଶି :

ଆପଣଙ୍କ ପିଲାଙ୍କ ଠାରୁ ଭଲ ଖବର ପାଇବେ। ଆପଣ ନିଜ ପରିଶ୍ରମ ଅନୁସାରେ ଫଳ ପାଇବେ। ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ଉତ୍ସାହରେ ରହିବେ। ବେପାରରେ ଲାଭ ହେବ।

ସିଂହ ରାଶି :

ବିଭିନ୍ନ ସମସ୍ୟା ଭିତରେ ଗତିକରି ମଧ୍ୟ ପଛକୁ ଫେରିବା ଚିନ୍ତା କରିବେ ନାହିଁ। ବନ୍ଧୁ କିମ୍ବା ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ ନୂତନ କାମ କରିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ର ପରିବାରବର୍ଗଙ୍କ ସହାୟତା ପାଇ କାମ ହାସଲ କରିପାରନ୍ତି।

କନ୍ୟା ରାଶି :

ଆପଣଙ୍କ ପିଲାଙ୍କ ଠାରୁ ଭଲ ଖବର ପାଇବେ। ଆପଣ ନିଜ ପରିଶ୍ରମ ଅନୁସାରେ ଫଳ ପାଇବେ। ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ଉତ୍ସାହରେ ରହିବେ। ବେପାରରେ ଲାଭ ହେବ।

ତୁଳା ରାଶି :

ଶାରୀରିକ ଦୁର୍ବଳତା ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ଶତ୍ରୁଠାରୁ ଦୂରତା ରଖି କାମ କରିବା ଭଲ। ଚିତ୍ରା ନକ୍ଷତ୍ର ନିଜର କାମଗୁଡ଼ିକୁ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢ଼ିଯାଇପାରେ। ଅଫିସ୍‌ କାମରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହେବ ମାତ୍ର ଆପଣଙ୍କୁ ଅନ୍ୟମାନେ ସାହାଯ୍ୟ କରିବେ।

ବିଛା ରାଶି :

ପରିବାରରେ ହର୍ଷ ଉଲ୍ଲାସର ବାତାବରଣ ରହିବ। କିଛି ଲୋକ ଆପଣଙ୍କ ପ୍ରତି ପ୍ରଭାବିତ ହେବେ। ଛାତ୍ରଛାତ୍ରୀଙ୍କ ଲାଗି ସଫଳତାର ଦିନଟିଏ। ରୋଜଗାରର ଅବସର ପାଇବେ।

ଧନୁ ରାଶି :

ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ କର୍ମକ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ। ଆର୍ଥତ୍କ ଦିଗରୁ କିଛିଟା ସମସ୍ୟା ଲାଗି ରହିବ, ଅବଶ୍ୟ ସମାଧାନର ପନ୍ଥା ଖୋଜି ପାଇବେ। ଅଫିସ୍‌ରେ ସହକର୍ମୀଙ୍କ ସହ ମିଷ୍ଟାଳାପରେ ମାତିରହିବେ ଓ ସମୟ ଅବଶ୍ୟ ଖୁସିରେ କଟିଯିବ। ଉତ୍ତରାଷାଢ଼ା ନକ୍ଷତ୍ର ସକାଶେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।

ମକର ରାଶି :

ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ଅଫିସରେ ଆପଣଙ୍କ କାମରେ ଧ୍ୟାନ ଦିଅନ୍ତୁ। ଅର୍ଡ଼ର ସପ୍ଲାଇଙ୍କୁ ଯଥେଷ୍ଟ ଲାଭ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।

କୁମ୍ଭ ରାଶି :

ଲାଭ ପାଇଁ ପ୍ରୟାସକୁ ଦୃଢ଼ କରିବ। ଲକ୍ଷ୍ୟ ଉପରେ ଧ୍ୟାନ ରହିବ। ଆପଣ ପ୍ରଭାବଶାଳୀ ଲୋକଙ୍କୁ ଭେଟି ପାରନ୍ତି। ବିଭିନ୍ନ ଫଳାଫଳ ଦ୍ୱାରା ଉତ୍ସାହିତ ହେବେ। ଅର୍ଥନୈତିକ ପରିଚାଳନା ଉନ୍ନତ ରହିବ। ଆୟ ଏବଂ ବ୍ୟୟ ବୃଦ୍ଧି ପାଇବ। ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଗତି ଲାଭ କରିବ। ଋଣ କାରବାରରୁ ଦୂରେଇ ରୁହନ୍ତୁ। ଚାରିଆଡେ ଲାଭ ଏବଂ ସମୃଦ୍ଧିର ପରିସ୍ଥିତି ଆସିବ। କାର୍ଯ୍ୟର ବିସ୍ତାର ଉପରେ ଗୁରୁତ୍ୱ ଦେବେ। ସହକର୍ମୀ ଏବଂ ସାଙ୍ଗମାନଙ୍କ ସମର୍ଥନ ରହିବ। ପରିସ୍ଥିତି ଉପରେ ନିୟନ୍ତ୍ରଣ ବୃଦ୍ଧି କରିବ। ଅନୁଶାସନ ସହିତ କାମ କରିବ। ସଫଳତା ମଜବୁତ ହେବ।

ମୀନ ରାଶି :

ପରିବାର ଭିତରେ ଅଯଥା ବ୍ୟସ୍ତତା ପ୍ରକାଶ କରି ସମାଲୋଚିତ ହେବେ। ପରିସ୍ଥିତିବଶତଃ ଧାରକରଜ କରି ଆବଶ୍ୟକତାକୁ ଚଳାଇନେବାକୁ ବାଧ୍ୟହେବେ। ଉତ୍ତର ଭାଦ୍ରପଦ୍‌ ନକ୍ଷତ୍ର ସକାଶେ ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ, ନତୁବା ସମସ୍ୟା ଉପୁଜିପାରେ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମକରି ମନସ୍ତାପ କରିପାରନ୍ତି।