୧୩ ସେପ୍ଟେମ୍ବର ଶୁକ୍ରବାର ରାଶିଫଳ : ସିଂହ ଏବଂ ବିଛା ରାଶିର ଲୋକଙ୍କୁ ଦୁର୍ଘଟଣାରୁ ବଞ୍ଚିବାକୁ ପଡିବ, ଜାଣନ୍ତୁ ଦୈନିକ ରାଶିଫଳ।

ମେଷ ରାଶି :

ମେଷ ରାଶି ବିଶିଷ୍ଟ ବ୍ୟକ୍ତିମାନେ ଜମି-ସମ୍ପତ୍ତି ସମ୍ବନ୍ଧୀୟ ବିବାଦର ସମାଧାନ ହେବାର ସମ୍ଭାବନା ରହିଛି ଏବଂ ଚାକିରିରେ ଅଗ୍ରଗତି କରିବାର ତଥା ସଫଳ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ପାଇବେ। ଆର୍ଥିକ ଲାଭ ବ୍ୟବସାୟ ଯାତ୍ରା ଲାଭଦାୟକ ହୋଇପାରେ।

ବୃଷ ରାଶି :

ଆଜିିର ବ୍ୟୟବହୁଳ ଜୀବନଯାତ୍ରା ହେତୁ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନ୍‌ସନ ଦୂର ହେବ। କଳା ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ରକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ। ସାଧାରଣ କଥାକୁ କେନ୍ଦ୍ରକରି ବାଦବିବାଦଜନିତ ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ।

ମିଥୁନ ରାଶି :

ନୂଆ କାମରେ ଭାଗ୍ୟର ପୂରା ସହଯୋଗ ପାଇବେ। ଲେଖକ କୌଣସି ନୂଆ ପୁସ୍ତକ ଲେଖି ପାରନ୍ତି। ଅଫିସରେ ତଳିଆ କର୍ମଚାରୀଙ୍କ ସହଯୋଗ ପାଇବେ। ପରିବାରର ଦାୟିତ୍ବ ଭଲଭାବେ ବୁଝିବେ। ‌

କର୍କଟ ରାଶି :

ଯେତେ ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝିପାରିବେ ନାହିଁ। ଅଟକି ରହିଥିବା କାମ ସମ୍ପନ୍ନ ହେବାରେ ବନ୍ଧୁ ସାହାଯ୍ୟ କରିବେ। ଅଂଶୀଦାରଙ୍କ ପରାମର୍ଶରେ ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ସଫଳତା ହାସଲ କରିବେ। ପାରିବାରିକ କ୍ଷେତ୍ରରେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।

ସିଂହ ରାଶି :

ସିଂହ ରାଶିର ଲୋକମାନେ ଆଜି ସାମାଜିକ ଯୋଗାଯୋଗର ଲାଭ ଉଠାଇ ପାରିବେ। ସମ୍ମାନ ଏବଂ କାର୍ଯ୍ୟ ଶକ୍ତି ବୃଦ୍ଧି ହେବ। ପରିସ୍ଥିତିରେ ଉନ୍ନତି ହେବ। ନଷ୍ଟ ହୋଇଥିବା କାର୍ଯ୍ୟକୁ ସଂଶୋଧନ କରିବ। ବ୍ୟବସାୟରେ ଅପ୍ରତ୍ୟାଶିତ ଲାଭ ହେବ। ବାହାରକୁ ଯାତ୍ରା କଲାବେଳେ ରୁହନ୍ତୁ ସାବଧାନ।

କନ୍ୟା ରାଶି :

ଆନୁଷଙ୍ଗିକ ସାହାଯ୍ୟ ସହଯୋଗରୁ ଆଜିର କାମ ସାଧନ କରିପାରିବେ। ମିତ୍ରମାନେ ସୁପରାମର୍ଶ ନ ଦେଇ କିଛି ସମସ୍ୟାମୂଳକ କାମ ପ୍ରତି ପ୍ରଲୋଭିତ କରାଇ ପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ପ୍ରଶଂସିତ ହେବେ। ପାରିବାରିକ ସ୍ତରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।

ତୁଳା ରାଶି :

ଭାଗୀଦାରିରେ ବ୍ୟବସାୟ କରିବା ପୂର୍ବରୁ ମୁରବିଙ୍କର ଅନୁମତି ନିଅନ୍ତୁ। ଅଫିସରେ କୌଣସି କଥାକୁ ନେଇ ସହକର୍ମୀଙ୍କ ସହ ତର୍କବିତର୍କ ହୋଇପାରେ। ମନର କୌଣସି କଥା ଜୀବନସାଥୀଙ୍କୁ କହିବେ।

ବିଛା ରାଶି :

ବିଛା ରାଶି ରାଶିର ଲୋକଙ୍କ ରାଜନୈତିକ ସମ୍ପର୍କର ପ୍ରଭାବ ବୃଦ୍ଧି ପାଇବ। ସେମାନଙ୍କର ଇଚ୍ଛା ପୂରଣ ହେବ। ବ୍ୟବସାୟରେ ଶୁଭ ପରିବର୍ତ୍ତନ, ଆର୍ଥିକ ଲାଭ, ସମ୍ମାନର ସୁରକ୍ଷା ଏବଂ ଆତ୍ମ ସମ୍ମାନ, ବନ୍ଧୁମାନଙ୍କ ସମର୍ଥନ ଏବଂ ପରିବାର, ଜମି ଏବଂ ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟ ସଫଳ ହେବ। ଯାତ୍ରା କଲାବେଳେ ସାବଧାନ।

ଧନୁ ରାଶି :

ସକାଳୁ ସକାଳୁ ଜଣେ ବନ୍ଧୁ ଆସି କୌଣସି ଗୁରୁତ୍ୱପୂର୍ଣ୍ଣ କଥା କହିପାରନ୍ତି। କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟ ହେବେ। ବିଳାସ ଉପକରଣ କ୍ରୟ କରିବା ସକାଶେ ଘରୁ ବରାଦ ପାଇପାରନ୍ତି। ପରୋକ୍ଷ ଶତ୍ରୁତା ଯୋଗୁ କର୍ମକ୍ଷେତ୍ର ବିବାଦୀୟ ହେବାର ଆଶଙ୍କା ରହିଛି।

ମକର ରାଶି :

କଲେଜରେ ନୂଆ ସାଙ୍ଗ ଗଢ଼ିବା ଯୋଗୁଁ ଭଲ ଉପାୟ ପ୍ରସ୍ତୁତ କରିବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ନିଜ ଲୋକଙ୍କ ପ୍ରତି ଆପଣଙ୍କର ପ୍ରେମ ବଢ଼ିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

କୁମ୍ଭ ରାଶି :

ମନୋବଳ ବୃଦ୍ଧି କାରଣରୁ କର୍ମକ୍ଷେତ୍ରରେ ଅଗ୍ରଗାମୀ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲାରେ ଉନ୍ନତି ହେବ। ପରିବାର ଭିତରେ ବସନ ଭୂଷଣ ପ୍ରଭୃତି କ୍ରୟ କରିବା ନେଇ ସମସ୍ୟା ଦେଖା ଦେଇପାରେ। ବନ୍ଧୁଙ୍କ ସହ ପାରସ୍ପରିକ ଅସହଯୋଗ କେତେକ ସାଧାରଣ ସମସ୍ୟା ସୃଷ୍ଟି କରିବାର ସୂଚନା ରହିଛି।

ମୀନ ରାଶି :

ଦିନଟି ବହୁତ ଶୁଭ ରହିବ। ଆପଣଙ୍କର କୌଣସି ନିର୍ଣ୍ଣୟରେ ପରିବାର ଲୋକ ସହଯୋଗ କରିବେ। ଦୋକାନଦାରଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ବେକାରଙ୍କ ଲାଗି ଚାକିରିର ସୁଯୋଗ ରହିଛି।