୨୧ ଡିସେମ୍ବର ଶନିବାର ରାଶିଫଳ: ମକର ରାଶିର ଲୋକମାନେ ଶନିବାର ଦିନ ପ୍ରଲୋଭନ ପ୍ରତି ସତର୍କ ରହିବା ଉଚିତ୍।

ମେଷ ରାଶି :

ସାମଗ୍ରୀକ ଦୃଷ୍ଟିକୋଣରୁ ଦିନଟି ଭଲ। ସକାଳୁ କୌଣସି ଶୁଭ ଖବର ପାଇ ଖୁସି ହେବେ। ଶନିକ୍ଷେତ୍ରସ୍ଥ ଶୁକ୍ର ଯୋଗୁ କାର୍ଯ୍ୟ ତ୍ୱରାନ୍ବିତ ହେବା ବଦଳରେ ହଠାତ୍‍ ଅଟକିଯାଇପାରେ। ଶିଳ୍ପ, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ପରିବାରର ନିର୍ଦ୍ଦେଶକ୍ରମେ ଗୃହକୁ ଧାତୁ, ଅଳଙ୍କାରାଦି ପଦାର୍ଥ କିମ୍ବା ମୂଲ୍ୟବାନ ଜିନିଷ ଆଣି ପାରନ୍ତି।

ବୃଷ ରାଶି :

କର୍ମକ୍ଷେତ୍ରରେ ଗତି ଦେଖାଇବ। କ୍ରେଡିଟ୍ ଏବଂ ସମ୍ମାନ ଗ୍ରହଣ କରିବେ। ବୃତ୍ତିଗତମାନଙ୍କଠାରୁ ଶିକ୍ଷା ଏବଂ ପରାମର୍ଶ ନିଅନ୍ତୁ। ଶାରୀରିକ ସୁବିଧା ଉପରେ ଗୁରୁତ୍ୱ ଦିଆଯିବ। ସ୍ୱାର୍ଥପରତା ଏବଂ ସଂକୀର୍ଣ୍ଣ ଚିନ୍ତାଧାରା ଛାଡିଦିଅ। ଅଧିକାରୀଙ୍କଠାରୁ ସାହାଯ୍ୟ ପାଇବେ। ଯୋଜନାଗୁଡିକ ରୂପ ନେବ। ଇଚ୍ଛିତ ଜିନିଷ ପ୍ରାପ୍ତ ହେବ। ବୃତ୍ତିଗତତା ବଜାୟ ରଖିବ। କ୍ୟାରିୟର ଏବଂ ବ୍ୟବସାୟରେ ପ୍ରଭାବଶାଳୀ ହେବ। ଅଦରକାରୀ ବାର୍ତ୍ତାଳାପରୁ ଦୂରେଇ ରୁହନ୍ତୁ।

ମିଥୁନ ରାଶି :

କର୍ମସ୍ଥାନର ରାହୁ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ମାନସିକ ଅସ୍ଥିରତା ଦେଖାଦେଇପାରେ। ବିଭିନ୍ନ ପ୍ରକାର କାମରେ ବ୍ୟସ୍ତ ରହିବା କାରଣରୁ ମନ ଠିକ୍‍ ରହିବ ନାହିଁ। କୌଣସି ବ୍ୟକ୍ତି ଦ୍ୱାରା ବାଧ୍ୟ ବାଧ୍ୟକତାରେ ଯାତ୍ରାରୁ ଦୂରେଇ ରହିବା ଭଲ। ଅଫିସ୍‍ କାମରେ ଆଲୋଚନା ସରଗରମ ମଧ୍ୟରେ ଅସମାପ୍ତ ରହିବ।

କର୍କଟ ରାଶି :

ନିଜ ରାଶିରେ କେନ୍ଦ୍ରସ୍ଥ ମଙ୍ଗଳଙ୍କ ସୁପ୍ରଭାବରେ କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥାକହି ଜଟିଳ ପରିସ୍ଥିତିକୁ ସୁଧାରି ନେବେ। ଟଙ୍କା ପଇସା, ନେବା ଆଣିବା, କ୍ଷେତ୍ରରେ ସତର୍କ ନ ରହିଲେ ଅନୁତାପ କରିବାକୁ ପଡିପାରେ। ପାରିବାରିକ କ୍ଷେତ୍ର, ଯାନ ବାହନ ଚଳାଚଳ, ଦୋକାନବାଡିରେ ସମସ୍ୟା ଦେଖାଦେବ।

ସିଂହ ରାଶି :

ଶନିଙ୍କ ଦୃଷ୍ଟିରେ ରାଶ୍ୟାଧିପ ବୁଧ ରହିଥିବା ହେତୁ ସ୍ବାସ୍ଥ୍ୟ ନିୟନ୍ତ୍ରଣରେ ରହି ନ ପାରେ। ଅତ୍ୟଧିକ ଲୋଭ ଏବଂ ସଂନ୍ଦେହ, ପାରିପାର୍ଶ୍ୱିକ ପରିସ୍ଥିତିକୁ ଅସ୍ବାଭାବିକ କରିପାରେ। ଅପରାହ୍ନେ ଅଯାଚିତ ଭାବରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ।

କନ୍ୟା ରାଶି :

କାର୍ଯ୍ୟର ସ୍ତର ସ୍ୱାଭାବିକ ହେବ। ବଜେଟ୍ ପ୍ରସ୍ତୁତ କରିବା ପରେ କାମ କରିବ। ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରରେ ରହିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ବୃଦ୍ଧି କରିବ। କଠିନ ପରିଶ୍ରମ ସହିତ ତୁମେ ତୁମର ଲକ୍ଷ୍ୟ ହାସଲ କରିବ। ବାଣିଜ୍ୟରେ ନିରନ୍ତରତା ଆଣିବ। ବୃତ୍ତିଗତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ। ବିନିଯୋଗ ଏବଂ ସମ୍ପ୍ରସାରଣ କାର୍ଯ୍ୟରେ ଜଡିତ ହେବେ। ବିଭିନ୍ନ ପ୍ରସଙ୍ଗରେ ସତର୍କ ରୁହନ୍ତୁ। ଆଇନଗତ ସମସ୍ୟା ଉପୁଜିବାର ସମ୍ଭାବନା ଅଛି। ନୀତି ନିୟମ ଅନୁସରଣ କରିବେ। ଶୃଙ୍ଖଳା ଏବଂ ଅନୁଶାସନ ବଜାୟ ରଖିବ।

ତୁଳା ରାଶି :

ଆଜି ଶୁକ୍ରଙ୍କ ପ୍ରଭାବରୁ ଶାରିରୀକ ଓ ମାନସିକ ସ୍ଥିତି ଭଲ ରହିବ। ସନ୍ତାନଙ୍କ ଉନ୍ନତି, ଶିକ୍ଷା, ଆନୁଷ୍ଠାନିକ ଆଲୋଚନା ପ୍ରଭୃତିରେ ସଫଳ ହେବେ। ବୁଦ୍ଧିଜୀବୀଙ୍କ ସୁନଜରରେ ଆସିବେ। ସାହିତ୍ୟସଭା, ଆନୁଷ୍ଟାନିକ କାମ, ରାଜନୈତିକ ସଂଗଠନ ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ। ଗବେଷଣା, ଅନୁସନ୍ଧାନରେ ଚେଷ୍ଟା ସଫଳ ହେବ।

ବିଛା ରାଶି :

ଭାଗ୍ୟାଧିପ କର୍ମସ୍ଥାନରେ ଅବସ୍ଥାନ କରି ଅଭିଳାଷ ପୂରଣ କରିବାରେ ତପତ୍ରତା ପ୍ରକାଶ କରିବେ। ଶିଳ୍ପ, ବାଣିଜ୍ୟରେ ମାଲପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଅଫିସରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ କିନ୍ତୁ ସମୟାନ୍ତରେ ସମାଧାନ ମଧ୍ୟ ହୋଇଯିବ। ପାରିବାରିକ ଜୀବନ ଉତ୍ତମ ବୁଝାମଣାଜନିତ ସୁଖସନ୍ତୋଷ ପାଇପାରିବେ।

ଧନୁ ରାଶି :

ଷଷ୍ଠାଧିପ ଶୁକ୍ର ଦ୍ୱିତୀୟ ଅବସ୍ଥାନ କରିଥିବାରୁ କାର୍ଯ୍ୟରେ ସଫଳତା କଷ୍ଟକର ହୋଇପାରେ। ଯାହା ଭାବୁଛନ୍ତି ଶୀଘ୍ର ନ କଲେ ପରିସ୍ଥିତି ବଦଳି ଯାଇପାରେ। ବନ୍ଧୁଙ୍କୁ ମନକଥା କହି ନ ପାରିଲେ ପରେ ପସ୍ତେଇବେ। ଶିଳ୍ପ, ବାଣିଜ୍ୟ, ପ୍ରକାଶନ, ରାଜନୀତି, ପରିବହନ ଓ ଆଇନ ଅଦାଲତ କ୍ଷେତ୍ରରୁ ଉଚ୍ଚ ମାନର ଫଳ ପାଇବେ।

ମକର ରାଶି :

ଲୋଭ, ପ୍ରଲୋଭନ ଏବଂ ଚାପର ଶିକାର ହୁଅ ନାହିଁ। କାର୍ଯ୍ୟ ଅବସ୍ଥା ମିଶ୍ରିତ ହୋଇପାରେ। ସାଧାରଣ ଜ୍ଞାନ ଏବଂ ନିୟମ ବଜାୟ ରଖିବ। ସମସ୍ତଙ୍କ ସହଯୋଗରେ ଆଗକୁ ବଢ଼ିବ। ଅନୁଶାସନ ବଜାୟ ରଖିବ। ଧୈର୍ଯ୍ୟ ଏବଂ ବିଶ୍ୱାସ ସହିତ ତୁମେ ଫଳାଫଳ ପାଇବ। ଶିଳ୍ପ ବ୍ୟବସାୟ ପ୍ରୟାସ ସମାନ ରହିବ। ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରତା ରଖିବ। ଗୁଜବ ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ। ସ୍ମାର୍ଟ ବିଳମ୍ବ ନୀତି କାର୍ଯ୍ୟକାରୀ କରନ୍ତୁ। ବୃତ୍ତିଗତତା ବଜାୟ ରଖନ୍ତୁ। ଭ୍ରମିତ ହୁଅ ନାହିଁ।

କୁମ୍ଭ ରାଶି :

ଭାଗ୍ୟାଧିପ ବ୍ୟୟଭାବସ୍ଥ ଯୋଗୁ ବିବଦମାନ ସ୍ଥିତି ସମାଧାନ ଦିଗକୁ ଗତି କରି ନ ପାରେ। ନିର୍ମାଣଧୀନ କାର୍ଯ୍ୟ ସକାଶେ ଅର୍ଥ ଅପରିହାର୍ଯ୍ୟ ହୋଇପାରେ। ସକାଳୁ ମାଙ୍ଗଳିକ କାମ କିମ୍ବା ଧର୍ମାନୁଷ୍ଠାନ ସକାଶେ ଖିଆପିଆ ଛାଡି ବୁଲିବେ। ପରିସ୍ଥିତିକୁ ଆଖି ଆଗରେ ରଖି ଉପସ୍ଥିତି ବୁଦ୍ଧି ପ୍ରୟୋଗ କରିପାରିଲେ କାର୍ଯ୍ୟ ସାଧନ କରିପାରିବେ।

ମୀନ ରାଶି :

ଆଜିର ଗ୍ରହସ୍ଥିତିରୁ ମନ ଭୁଲାଣିଆ କଥାରେ ଶତ୍ରୁମାନେ ମିତ୍ର ପାଲଟିଯିବେ। ଅସାବଧାନତା କିମ୍ବା ସତର୍କତା ଅଭାବରୁ ଧନ ହାନୀ ଘଟିପାରେ। ପରିବାରରେ, ପରିବହନରେ, ଗୃହ ନିର୍ମାଣରେ, ସଭା ସମିତିରେ କ୍ରମଶଃ ସ୍ଥିରତା ଫେରି ଆସିବ। କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହୟତାରୁ ଉପକୃତ ହୋଇ ପାରନ୍ତି।