ମେଷ ରାଶି :
ଦୀର୍ଘଦିନରୁ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ କଷ୍ଟ କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବାର ସୂଚନା ରହିଛି। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି। ଦିନଟିରେ କିଛି ସମୟ ଟେନ୍ସନ ଲାଗି ରହିଲେ ମଧ୍ୟ ପରକ୍ଷଣରେ ମାନସିକ ଅସ୍ଥିରତା ଦୂରେଇ ଯିବ।
ବୃଷ ରାଶି :
ଯେତେ ସୁବିଧାରେ ଚଳିବାକୁ ଚେଷ୍ଟାକଲେ ମଧ୍ୟ ବିଭିନ୍ନ ଝମେଲା ଭିତର ଦେଇ ଯିବାକୁ ପଡ଼ିବ। ବାକିଥିବା କାମକୁ ଶେଷ କରିବେ କି ହାତକୁ ନେଇଥିବା କାମକୁ ଆରମ୍ଭ କରିବେ ଏହି ଚିନ୍ତାରେ ବ୍ୟସ୍ତ ରହିପାରନ୍ତି। ଆଶା କରିଥିବା ଦିଗରୁ ଅର୍ଥ ଓ ସମ୍ମାନ ପାଇବେ। ସ୍ବାସ୍ଥ୍ୟ ସମସ୍ୟା ନେଇ ଭାରାକ୍ରାନ୍ତ ମନରେ ଦିନଟି କଟାଇବେ।
ମିଥୁନ ରାଶି :
ମିଥୁନ ଲୋକମାନେ ଏକ ନୂତନ ଚାକିରି ଖୋଜୁଥିବା କିମ୍ବା ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିବେ। ବ୍ୟବସାୟ ଶ୍ରେଣୀ ପୁରୁଣା ପାର୍ଟି ସହିତ ଯୋଗାଯୋଗ କରିବାର ସୁଯୋଗ ପାଇବ, ପୁରୁଣା ଯୋଗାଯୋଗ ମାଧ୍ୟମରେ ଭଲ ଲାଭ ହେବାର ସମ୍ଭାବନା ଅଛି। ଯଦି କିଛି ଶିଖିବାର ସୁଯୋଗ ଅଛି, ତେବେ ଯୁବକମାନେ ଏପରି ସୁଯୋଗକୁ ଛାଡିବା ଉଚିତ୍ ନୁହେଁ। ନିଜ ଜୀବନସାଥୀ କିମ୍ବା ପ୍ରେମ ସାଥୀ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରନ୍ତୁ, ଯୋଗାଯୋଗର ଅଭାବ ମନରେ ତିକ୍ତତା ସୃଷ୍ଟି କରିପାରେ। ସ୍ୱାସ୍ଥ୍ୟ ସହ ଜଡିତ ସମସ୍ତ ଛୋଟ ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ପ୍ରସ୍ତୁତ ରହିବାକୁ ପଡିବ, ଏହାକୁ ଅଣଦେଖା କଲେ ସମସ୍ୟା ବଢ଼ିପାରେ।
କର୍କଟ ରାଶି :
ଏହି ରାଶି ଚିହ୍ନର ଲୋକମାନେ ସେମାନଙ୍କର ସ୍ଥିତି ଏବଂ ପ୍ରତିଷ୍ଠା ବଜାୟ ରଖିବାକୁ ଚେଷ୍ଟା କରିବା ଉଚିତ୍, ଏଥିପାଇଁ ଉଭୟ କାର୍ଯ୍ୟ ଏବଂ ଆଚରଣ ବିଷୟରେ ସଚେତନ ହେବା ଆବଶ୍ୟକ। ବ୍ୟବସାୟ ଶ୍ରେଣୀ ସିଷ୍ଟମକୁ ଦୃଢ଼ ରଖିବା ଉଚିତ ଏବଂ କର୍ମଚାରୀଙ୍କ ଉପରେ ମଧ୍ୟ ନଜର ରଖିବା ଉଚିତ କାରଣ ଅଳସୁଆ ହେତୁ ଜିନିଷଗୁଡ଼ିକ ଖରାପ ହେବାର ସମ୍ଭାବନା ଅଛି। ଏହା ଯୁବକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେବାର ସମ୍ଭାବନା ଅଛି। ଇଗୋ ଏବଂ କ୍ରୋଧ ହେତୁ ଘନିଷ୍ଠ ସମ୍ପର୍କ ସହିତ ଯୁକ୍ତିତର୍କ ହେବାର ସମ୍ଭାବନା ଅଛି। ଯେତେବେଳେ ତୁମେ ମାନସିକ ଶାନ୍ତି ପାଇବ, ତୁମେ ମଧ୍ୟ ନିଜ ସ୍ୱାସ୍ଥ୍ୟରେ ଉନ୍ନତି ଅନୁଭବ କରିବ, ତେଣୁ ଯଥାସମ୍ଭବ ଖୁସି ରହିବାର ଉପାୟ ଖୋଜ।
ସିଂହ ରାଶି :
ବହୁ ଦିନର ସମସ୍ୟା ଆଜି ସମାଧାନ ହୋଇଯିବ। ଆଲୋଚନା କାଳରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ଆପଣଙ୍କ ସେବା ଓ ସାହାଯ୍ୟଲାଭ କରି ରୋଗୀ, ପଡ଼ୋଶୀ, ବନ୍ଧୁ କିମ୍ବା ସହଯାତ୍ରୀ ଆଜି ଖୁସି ହୋଇଯିବେ। ପାରିବାରିକ ସମସ୍ୟା କେତେକାଂଶରେ ପ୍ରଗତିର ପଥରୋଧ କରିପାରେ।
କନ୍ୟା ରାଶି :
କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିପାରନ୍ତି। ବନ୍ଧୁମିଳନ କାର୍ଯ୍ୟକ୍ରମରେ ନିଜର ପୂର୍ବପ୍ରତିଶ୍ରୁତି ଅତିଥି ଅନୁଯାୟୀ ଠିକ୍ ସମୟରେ ଆସିବେ। ଆର୍ଥିକ ଦିଗଟି ପୂର୍ବପରି ରହିବା ଯୋଗୁ ବିଶେଷ ଆନନ୍ଦ ଅନୁଭବ କରିବେ। ନିଜକୁ ପରିସ୍ଥିତି ଓ ପରିବେଶ ସହ ଖାପ ଖୁଆଇ ନ ଚଳିପାରିଲେ ହଇରାଣ ହୋଇପାରନ୍ତି।
ତୁଳା ରାଶି :
କ୍ୟାରିୟର ଦୃଷ୍ଟିକୋଣରୁ ତୁଳା ରାଶିର ଲୋକଙ୍କ ପାଇଁ ଏହି ଦିନ ଅନୁକୂଳ ଅଟେ। ମିଡିଆ ଯୋଗାଯୋଗର ପରିସ୍ଥିତି ହୋଇପାରେ, ତେଣୁ ବ୍ୟବସାୟ ଶ୍ରେଣୀ କିଛି ସତର୍କତାର ସହିତ କାର୍ଯ୍ୟ କରିବା ଉଚିତ୍। ବାହାର ଲୋକଙ୍କ ସହିତ ଯୋଗାଯୋଗ କରିବା ସମୟରେ ସାବଧାନ ରୁହନ୍ତୁ କାରଣ ଆଜି ତୁମର ଆଚରଣ ହେତୁ ତୁମକୁ ପରିହାସ କରାଯାଇପାରେ। ପରିବାରରେ କିଛି ଅପ୍ରତ୍ୟାଶିତ ଘଟଣା ଘଟିପାରେ। ଆପଣ ସ୍ୱାସ୍ଥ୍ୟ ଏବଂ ଚିନ୍ତାଧାରାରେ ମଧ୍ୟ ସକରାତ୍ମକ ପରିବର୍ତ୍ତନ ଅନୁଭବ କରିବେ। ଆପଣଙ୍କର ସ୍ବାସ୍ଥ୍ୟରେ ଉନ୍ନତି ସହିତ, ଆପଣ ବିଚାରାଧୀନ କାର୍ଯ୍ୟ ସମାପ୍ତ କରିବାକୁ ଆପଣଙ୍କର ଉଦ୍ୟମ ବୃଦ୍ଧି କରିବେ।
ବିଛା ରାଶି :
କୌଣସି ମହିଳାଙ୍କ ସାହାଯ୍ୟ ଓ ସହଯୋଗରୁ ମାନସିକ ଅସ୍ଥିରତା ଦୂରେଇଯିବ। ପରିସ୍ଥିତି ଓ ପରିବେଶକୁ ଲକ୍ଷ୍ୟରଖି କାମ ନ କଲେ ଅସୁବିଧା ଭୋଗିବେ। ସଭାସମିତି, ଗଠନମୂଳକ କାର୍ଯ୍ୟରେ ଯୋଗଦେବେ। ଶିଳ୍ପ, ବ୍ୟବସାୟ, ପରିବହନ, ନିର୍ମାଣ, ଯୋଗାଯୋଗ, ଅଫିସରଙ୍କ ସହ ସାକ୍ଷାତ ତଥା ରାଜନୀତି ପାଇଁ ଦିନଟି ଭଲ।
ଧନୁ ରାଶି :
କର୍ମକ୍ଷେତ୍ରରେ ନୀଚ ମନୋଭାବର ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି। ଆକସ୍ମିକ ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ପରିଜନଙ୍କ ସହିତ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ। ଆତ୍ମୀୟସ୍ବଜନଙ୍କ ସହାନୁଭୂତିରୁ କେତେକ ସମସ୍ୟା ଲାଘବ ହୋଇପାରେ।
ମକର ରାଶି :
ଏହି ରାଶି ଚିହ୍ନର ଲୋକମାନେ ଧୈର୍ଯ୍ୟ ଏବଂ ସାହସ ସହିତ କାର୍ଯ୍ୟ ଏବଂ ପାରିବାରିକ ସମସ୍ୟାର ସମାଧାନ ଖୋଜିବାରେ ସକ୍ଷମ ହେବେ। ପିଲା କିମ୍ବା ଜୀବନସାଥୀଙ୍କ ସାହାଯ୍ୟରେ ବ୍ୟବସାୟ ଶ୍ରେଣୀର କାର୍ଯ୍ୟ ଭାର ହ୍ରାସ ପାଇବ। ଏହି ପ୍ରତିଯୋଗିତାରେ ଯୁବକମାନେ ଜିତିବାର ସମ୍ଭାବନା ରହିଛି। ଟଙ୍କା ସଞ୍ଚୟ କରନ୍ତୁ କାରଣ ଆର୍ଥିକ ସମସ୍ୟା ହେତୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସ୍ଥଗିତ ରଖିବାକୁ ପଡିପାରେ। ଧ୍ୟାନର ସାହାଯ୍ୟରେ, ଆପଣ ନକାରାତ୍ମକତାକୁ ଦୂର କରିପାରିବେ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଅନୁଭବ କରିବେ। ପୁଷ୍ଟିକର ଖାଦ୍ୟ ଖାଆନ୍ତୁ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟରୁ ଦୂରେଇ ରୁହନ୍ତୁ।
କୁମ୍ଭ ରାଶି :
ପରିସ୍ଥିତିକୁ ଲାଘବ କରିବା ଉଦ୍ଦେଶ୍ୟରେ ଅନ୍ୟମାନଙ୍କ ସକାଶେ ଅଯଥା କଷ୍ଟ ଅନୁଭବ କରିପାରନ୍ତି। ସଭାସମିତିରେ ବନ୍ଧୁମେଳରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇପାରେ। ବ୍ୟବସାୟରେ ସଫଳତା ହାସଲ କରିବେ।
ମୀନ ରାଶି :
ଆଜିର କର୍ମକ୍ଷେତ୍ର୍ରରେ ବନ୍ଧୁ ଫାଇଦା ହାସଲ ପାଇଁ ବିଭିନ୍ନ ଫନ୍ଦିଫିକର କରିବାକୁ ମନ ବଳାଇବେ। ହାତକୁ ନେଇଥିବା କାମଟିକୁ ଶେଷ କରିବା ସକାଶେ ବହୁତ ପ୍ରତିରୋଧର ସାମନା କରିବାକୁ ପଡ଼ିପାରେ। ପଛକଥା ନ ଭାବି ଏହି ସମୟର ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କରନ୍ତୁ। କର୍ମକ୍ଷେତ୍ରରେ ସଂଯମତା ଅବଲମ୍ବନ କଲେ ବଡ଼ ବଡ଼ ସମସ୍ୟାରୁ ମୁକ୍ତ ହୋଇପାରିବେ।