ଭାଇରୁ ହୋଇଥିଲା ସ୍ୱାମୀ । ପୁଅ ଜନ୍ମ ହେବା ପରେ 4 ବର୍ଷର ପୁଅକୁ ଧରି ପ୍ରେମିକ ସହ ଫେରାର ହୋଇଗଲା ସ୍ତ୍ରୀ । ଉଭୟ ଭାଇ ଭଉଣୀ ଥିଲେ କିନ୍ତୁ ଉଭୟଙ୍କ ମଧ୍ୟରେ ଧୀରେ ଧୀରେ ପ୍ରେମ ସମ୍ପର୍କ ବଢ଼ିଲା । ମାମୁଁ ଝିଅ ସହ ହୋଇଗଲା ଭାଇର ପ୍ରେମ । ତେବେ ଘରେ କେହି ରାଜି ନହେବାରୁ ମାମୁଁ ଝିଅକୁ ନେଇ ଭାଇ ଚାଲିଗଲା ତାମିଲନାଡୁ ।
ସେଠାରେ ଉଭୟ ସ୍ୱାମୀ ସ୍ତ୍ରୀ ପରି ରହୁଥିଲେ । ଉଭୟଙ୍କର ଏକ ସନ୍ତାନ ମଧ୍ୟ ଜନ୍ମ ନେଲା । ଏବେ ପିଲାଟିର ବୟସ ମାତ୍ର 4 ବର୍ଷ । ତେବେ 4 ବର୍ଷର ପିଲାକୁ ନେଇ ଏବେ ସ୍ତ୍ରୀ ଫେରାର ହୋଇଯାଇଛି । ଯାହାକୁ ନେଇ ସ୍ୱାମୀ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ।
ସୂଚନା ଅନୁସାରେ ଚନ୍ଦନ ଭାଟି ଗାଁର ରାଜେଶ ନାଗ ବଲାଙ୍ଗୀର ଜିଲ୍ଲା କୁଇଁତଳା ବ୍ଲକ ଅନ୍ତର୍ଗତ ଦୁର୍ଗାପାଲି ଗାଁର ନିଜ ମାମୁଁ ଝିଅକୁ ଭଲ ପାଉଥିଲେ । ତେବେ 5 ବର୍ଷ ତଳେ ଉଭୟ ଘରୁ ଲୁଚି ପଳାଇଥିଲେ, ଆଉ ବାହାହେବା ସହ ସ୍ୱାମୀ ସ୍ତ୍ରୀ ପରି ରହି ଆସୁଥିଲେ ।
ଦେଖନ୍ତୁ ଭିଡ଼ିଓ :-
କିଛିଦିନ ପରେ ପରିବାର ଲୋକେ ମଧ୍ୟ ଉଭୟଙ୍କ ବିବାହକୁ ସ୍ୱୀକୃତି ଦେଇଥିଲେ । ତାପରେ ସେମାନେ ଘରକୁ ଫେରି ଆସିଥିଲେ । ତେବେ ଘରେ ନିଜେ ସ୍ତ୍ରୀକୁ ଛାଡ଼ିଦେଇ ରାଜେଶ ତାମିଲନାଡୁକୁ କାମ କରିବାକୁ ଚାଲିଗଲେ । ଏହା ଭିତରେ ସ୍ତ୍ରୀ ଜଣକ ସେହି ଗାଁର ଜଣେ ପୁଅକୁ ପ୍ରେମ କରି ବସିଲେ ଆଉ ତା ସହ ଏବେ ଫେରାର ହୋଇଯାଇଛନ୍ତି । ତେବେ ଏହାକୁ ନେଇ ପରିବାର ଲୋକେ ଏବଂ ରାଜେଶ ଥାନାରେ ଅଭିଯୋଗ କରିଛନ୍ତି ଏବଂ ସ୍ତ୍ରୀକୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି ।