ମେଷ ରାଶି :
ଆଜି ଉଚ୍ଚପଦାଧତ୍କାରୀଙ୍କ ନିର୍ଦ୍ଦେଶାନୁସାରେ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ନିୟୋଜିତ ହୋଇପାରନ୍ତି। କର୍ମ ଏକାଦଶାଧିପତି ଶନି ସ୍ବଗୃହସ୍ଥ ଯୋଗୁ କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବୃଦ୍ଧି ସମସ୍ୟାର କାରଣ ହେବ। ବନ୍ଧୁ ସହଯୋଗର ପ୍ରତିଶ୍ରୁତି ଦେବେ। ଅତୀତ କଥାକୁ ଆଲୋଚନା କରି ପାରିବାରିକ ସମସ୍ୟା ବଢ଼ାନ୍ତୁ ନାହିଁ। ହଳଦିଆ ଫଳ ଏବଂ ମିଠା ଦାନ କରନ୍ତୁ।
ବୃଷ ରାଶି :
ସମସ୍ତ ପ୍ରସଙ୍ଗରେ ଗତି ବଜାୟ ରଖିବ। ଲାଭ ପ୍ରତିଶତ ଭଲ ହେବ।ସକରାତ୍ମକ ପରିସ୍ଥିତିର ଲାଭ ଉଠାଇବ। ଇଚ୍ଛାକୃତ ଫଳାଫଳ ହାସଲ ହେବ। ବୃତ୍ତିଗତମାନେ ଭଲ ପ୍ରଦର୍ଶନ କରିବେ। ବ୍ୟକ୍ତିଗତ ପ୍ରସଙ୍ଗରେ ପ୍ରଭାବଶାଳୀ ହେବ। ବିଭିନ୍ନ ଯୋଜନା ଗତି ଲାଭ କରିବ। ସଭାରେ ସଫଳ ହେବେ। ପ୍ରେମ ସମ୍ପର୍କ ଉନ୍ନତ ହେବ। ବଡ ଲକ୍ଷ୍ୟ ହାସଲ କରିବ। ରୋଜଗାର ବୃଦ୍ଧି ପାଇବ। ଦୀର୍ଘ ଦୂରତା ଯାତ୍ରା ସମ୍ଭବ।ବିଚାରାଧୀନ ଯୋଜନାଗୁଡିକ ଚୂଡାନ୍ତ ହେବ। ଈଶ୍ୱରୀୟ ସ୍ଥାନକୁ ଯାଆନ୍ତୁ।
ମିଥୁନ ରାଶି :
ଚନ୍ଦ୍ର ଯୁକ୍ତ ଶୁକ୍ରଙ୍କ ଧନସ୍ଥାନକୁ ଦୃଷ୍ଟି ଆର୍ଥିକସ୍ଥିତିକୁ ଦୃଢ଼ୀଭୂତ କରିବ। ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କଲେ ଉପକୃତ ହୋଇପାରନ୍ତି। ସନ୍ତାନଙ୍କ ବାଧ୍ୟବାଧକତାରେ ମନୋରଞ୍ଜନ ସମ୍ପର୍କିତ ସୌଖୀନ ଦ୍ରବ୍ୟ କ୍ରୟ କରିବେ। ଯାତ୍ରା ସମୟରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହେବାକୁ ପଡ଼ିପାରେ। ଶ୍ରୀ ହରି ବିଷ୍ଣୁ ଏବଂ ଦେବୀ ମହାଲକ୍ଷ୍ମୀଙ୍କୁ ପୂଜା କର।
କର୍କଟ ରାଶି :
ଆଜିର ବୁଦ୍ଧାଦିତ୍ୟ ଯୋଗ ଯାତ୍ରାକାଳୀନ ସମସ୍ୟାକୁ ସୁଧାରିବା ସହ ବନ୍ଧୁଙ୍କ ପ୍ରିୟଭାଜନ ହେବେ। ଦୀର୍ଘ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ଆଜି ପୁନଃ ପ୍ରତିଷ୍ଠିତ ହେବ। ଅଷ୍ଟମାଧିପତିଙ୍କ କର୍ମସ୍ଥାନକୁ ଦୃଷ୍ଟି କର୍ମହାନିର କାରଣ ହୋଇପାରେ। ପାରିବାରିକ ସମସ୍ୟାରେ ପରକଥାରେ ପ୍ରଭାବିତ ହେଲେ ଭୁଲ୍ ମାର୍ଗ ଅନୁସରଣ କରିବେ।
ସିଂହ ରାଶି :
କଠିନ ପରିଶ୍ରମ ସହିତ ଲକ୍ଷ୍ୟ ବଜାୟ ରଖିବା ଏବଂ ଫଳାଫଳକୁ ଉନ୍ନତ କରିବାର ସମୟ ଆସିଛି। ସେବା ବ୍ୟବସାୟ ସହିତ ଜଡିତ କାର୍ଯ୍ୟ ଗତି ଲାଭ କରିବ। ଏହାର ଅଧିକ ଉପଯୋଗ କରିବ। ନିତ୍ୟକର୍ମ କାର୍ଯ୍ୟରେ ଗତି ହେବ। କାର୍ଯ୍ୟରେ ଲୋଭ ଏବଂ ପ୍ରଲୋଭନରୁ ଦୂରେଇ ରହିବ।
କନ୍ୟା ରାଶି :
କେତୁ ରାଶିରେ ମାନସିକ ବିଭ୍ରମତାଜନିତ ଗୃହ, ଜମିବାଡ଼ି, ଯାନବାହନ ବିକ୍ରି ଚିନ୍ତା କରିପାରନ୍ତି। ହାତକୁ ନେଇଥିବା କାମ ଅଟକିବ ନାହିଁ ଏବଂ ସେଥିରେ ଆଶାଜନକ ଫଳ ପାଇବେ। ସରକାରୀ କାମରେ ହଠାତ୍ ବିଶ୍ୱସ୍ତ ସୂତ୍ରରୁ ଶୁଭଖବର ଶୁଣି ଖୁସି ହେବେ। ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭା୍ରତୃବିବାଦ ଦେଖାଦେଇପାରେ।
ତୁଳା ରାଶି :
ପାରିବାରିକ କ୍ଷେତ୍ରରେ ସମ୍ଭ୍ରାନ୍ତତା ବଜାୟ ରଖନ୍ତୁ। ସମ୍ପର୍କର ଘନିଷ୍ଠତା ବୃଦ୍ଧି ପାଇବ। ଭାବନାତ୍ମକ ସମ୍ବେଦନଶୀଳତାକୁ ନିୟନ୍ତ୍ରଣ କରନ୍ତୁ। ବିତର୍କ ଏବଂ ବିବାଦରୁ ଦୂରରେ ରହିବେ। ସ୍ୱାର୍ଥପରତା ଏବଂ ସଂକୀର୍ଣ୍ଣ ଚିନ୍ତାଧାରା ଛାଡିଦିଅ। ପରିଚାଳନାରେ ଉନ୍ନତି ହେବ। ଅଭିଯୋଗ ଏବଂ ପ୍ରତିବାଦ ଅଭିଯୋଗକୁ ଏଡ଼ାନ୍ତୁ।
ବିଛା ରାଶି :
ଭାଗ୍ୟସ୍ଥାନରେ ଦୁର୍ବଳରାଶ୍ୟାଧିପ କୌଣସି କାମରେ ସ୍ଥିରତା ରକ୍ଷାରେ ଅସମର୍ଥ ହୋଇପାରନ୍ତି। ଏକାଧିକ କର୍ମରେ ସମ୍ପୃକ୍ତ ରହିବାରୁ ବ୍ୟସ୍ତତା ବଢ଼ିଯାଇପାରେ। ଆଜି ଅନୁରାଧା ନକ୍ଷତ୍ର ବନ୍ଧୁ ମେଳରେ ରହିବାର ସୁଯୋଗ ପାଇ ଦୁଃଖ ଭୁଲିଯିବେ। ଅବଶ୍ୟ ସାମାଜିକ ପ୍ରତିଷ୍ଠା ବଢ଼ିବା ସହ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ।
ଧନୁ ରାଶି :
ଘରୋଇ ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ। ତୁମର ପ୍ରିୟ ଲୋକଙ୍କୁ ଭଲ ଭାବରେ ଶୁଣିବ। ପରିବାର ସଦସ୍ୟଙ୍କ ସୁଖ ଏବଂ କଲ୍ୟାଣ ପାଇଁ ପ୍ରୟାସ ବୃଦ୍ଧି କରିବ। ସଂଗ୍ରହ ସଂରକ୍ଷଣ ପ୍ରତି ଧ୍ୟାନ ଦେବେ। ଆପଣ ଆକର୍ଷଣୀୟ ଅଫର ପାଇବେ। ବାଣୀ ଏବଂ ଆଚରଣ ପ୍ରଭାବଶାଳୀ ହେବ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ। ସମ୍ମାନ ବୃଦ୍ଧି ପାଇବ। ଦ୍ୱନ୍ଦ୍ୱ ଦୂର ହେବ। ପରିବାର ସହିତ ସୁଖ ବାଣ୍ଟିବେ।
ମକର ରାଶି :
ରାଶିରେ ଶୁକ୍ର ଓ ଚନ୍ଦ୍ରଙ୍କ ସ୍ଥିତି ଅତୀତର ବିବାଦୀୟ ସ୍ଥିତିକୁ ସୁଧାରିବାରେ ସାହାଯ୍ୟ କରିବେ। ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ଅନ୍ୟମାନଙ୍କ ଭୁଲ୍ ଧାରଣା ଯୋଗୁ କର୍ମକ୍ଷେତ୍ରରେ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିପାରନ୍ତି।
କୁମ୍ଭ ରାଶି :
ରାହୁ ଧନସ୍ଥାନରେ ଥିବାରୁ ବିଶୃଙ୍ଖଳିତ ପରିସ୍ଥିତି ଲାଗି ରହିବାର ଆଶଙ୍କା ରହିଛି। ଶିଳ୍ପ, ବାଣିଜ୍ୟ, ଶେୟାର ବଜାରରେ କ୍ଷତିର ଆଶଙ୍କା ରହିଛି ମାତ୍ର ଜଣେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ପ୍ରିୟ କଥା କହି ପରିବାରରେ ଥିବା ସମସ୍ୟାକୁ ସୁଧାରି ନେବେ। କର୍ମକ୍ଷେତ୍ରରେ କୌଣସି କାରଣରୁ ବିବାଦୀୟ ହୋଇପଡ଼ିବେ।
ମୀନ ରାଶି :
ଭାଗ୍ୟସ୍ଥାନକୁ ବୃହସ୍ପତିଙ୍କ ଦୃଷ୍ଟି ସମସ୍ତ ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସଫଳ ହେବେ। କିନ୍ତୁ ରେବତୀ ନକ୍ଷତ୍ର ଯେତେ ଭଲ କାମ କଲେ ସୁଦ୍ଧା ପରୋକ୍ଷ ସମାଲୋଚନା ଜନିତ ସମାଲୋଚିତ ହୋଇପାରନ୍ତି। ଶାରୀରିକ ସୁସ୍ଥତା ଓ ବନ୍ଧୁମାନଙ୍କ ସହାନୁଭୂତି ଲାଭକରି କିଛିଟା ଆଶ୍ୱସ୍ତି ଲାଭ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିପାରନ୍ତି।