ପତ୍ନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ପରେ ତାଙ୍କୁ ନେଇ ଡାକ୍ତରଖାନା ଯାଇଥିଲେ ସ୍ୱାମୀ । ସେଠାରେ ସେ ଏକ ଗୁରୁତର ରୋଗରେ ପୀଡିତ ଏବଂ ତାଙ୍କ ପାଖରେ ଖୁବ୍ କମ୍ ସମୟ ରହିଥିବା ଡାକ୍ତର ପ୍ରକାଶ କରିଥିଲେ । ତେବେ, ଏତେ ଦୁଃଖ ମଧ୍ୟରେ ସ୍ତ୍ରୀକୁ ତାଙ୍କର ଶେଷ ଇଚ୍ଛା ପଚାରିଥିଲେ ସ୍ୱାମୀ । ଯାହାର ଉତ୍ତରରେ ମହିଳା ଜଣକ ଏପରି କିଛି କହିଲେ ଯାହା ଶୁଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ ।
ପ୍ରକୃତରେ ନିଜର ଶେଷ ସମୟରେ ମହିଳା ଜଣକ ସ୍ୱାମୀଙ୍କ ସହିତ ନୁହେଁ ବରଂ ପୁରୁଣା ପ୍ରେମିକ ସହିତ ସମୟ ବିତାଇବାକୁ ଏବଂ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିବା ପ୍ରକାଶ କରିଥିଲେ । ଏଭଳି ଅଜବ ପ୍ରସ୍ତାବ ଶୁଣି ଯୁବକ ଜଣଙ୍କର ପାଦ ତଳୁ ମାଟି ଖସି ଯାଇଥିଲା । ତେବେ, ସେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ହେବାକୁ ଲାଗିଛି ।
ମିଳିଥିବା ସୂଚନା ଅନୁଯାଇ ଡାକ୍ତରଙ୍କ କହିବା ଅନୁଯାଇ ଆଗାମୀ ୪-୫ ମାସ ମଧ୍ୟରେ ମହିଳାଙ୍କର ହ୍ବିଲ୍ ଚେୟାରରେ ବସିବା ଭଳି ଅବସ୍ଥା ହୋଇଯିବ । ଆହୁରି ୯ ମାସ ମଧ୍ୟରେ ସେ ମୃତ୍ୟୁର ଦ୍ୱାରଦେଶରେ ଥିବେ । ତେବେ, ମହିଳାଙ୍କର ଏଭଳି ଶେଷଇଚ୍ଛାକୁ ନେଇ ତାଙ୍କ ସ୍ୱାମୀ ସୋସିଆଲ ମିଡିଆ ପୋଷ୍ଟ କରିଥିବା ବେଳେ ଏହାକୁ ନେଇ ଲୋକେ ଭିନ୍ନ ଭିନ୍ନ ପ୍ରକାର ମନ୍ତବ୍ୟ ଦେଇଛନ୍ତି । ଅନେକେ ଏହାକୁ ବିରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।