ଦେଖନ୍ତୁ ଭିଡିଓ : ଯୁବତୀଙ୍କ ଅଜବ ବୟାନ, କହିଲେ “ଆମେ ପୁରୁଷଙ୍କ ସୁଖର କାରଣ, କାହିଁକି ନା ନାରୀ ବିନା ପୁରୁଷ କେବେ ବି…”

ଘରକୁ ସୁନ୍ଦର ଘରଣୀ ! ସବୁ ସୁଖ ସବୁ ଭଲ ପାଇବା ସବୁକିଛି ନାରୀ ପାଖରେ ଥାଏ ଏବଂ ଯେଉଁ ଘରେ ନାରୀ ନଥାଏ ସେ ଘର କେବେ ବି ସୁନ୍ଦର ଲାଗେ ନାହିଁ । ଜଣେ ମହିଳା ଯେତିକି ପ୍ରେସର ସହି ପାରିବେ, ଜଣେ ପୁରୁଷ ସେତିକି ପ୍ରେସର ସହି ପାରିବ ନାହିଁ । ତେବେ ନିଜ ମତାମତ ପାଇଁ ସର୍ବଦା ଚର୍ଚ୍ଚାରେ ଥିବା ଲିଜାଙ୍କ ମୁହଁରୁ ମହିଳା ଦିବସରେ ଏପରି କିଛି ମନ୍ତବ୍ୟ ମଧ୍ୟ ଆସିଛି । ତେବେ ଲିଜା ମଧ୍ୟ ଜଣେ ମହିଳା ହୋଇଥିବାରୁ ସେ ମହିଳା ଦିବସରେ ସମସ୍ତ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ସେ ମହିଳାମାନଙ୍କ ବିଷୟରେ କିଛି ବିଶେଷ ମନ୍ତବ୍ୟ ମଧ୍ୟ ଦେଇଥିଲେ ।

ତେବେ ଲିଜାଙ୍କ ଅନୁଯାୟୀ ଉଭୟ ପୁରୁଷ ଏବଂ ମହିଳା ସେମାନଙ୍କ ସ୍ଥାନରେ ଠିକ । ଜଣେ ମହିଳା ଯେଉଁ ପ୍ରକାରର ପ୍ରେସରକୁ ସହ୍ୟ କରିପାରନ୍ତି ? ପୁଅମାନେ ସେତେ ପ୍ରେସର ନେଇ ପାରିବେ ନାହିଁ । କାରଣ ଋତୁସ୍ରାବ ସମୟରେ ମହିଳାମାନେ ମାସକୁ ମାସ ସମ୍ମୁଖୀନ ହେଉଥିବା ଯନ୍ତ୍ରଣା । ପୁରୁଷମାନଙ୍କ ପାଇଁ ଏହା ବହୁତ କଷ୍ଟସାଧ୍ୟ ହେବ । ପ୍ରସବ ସମୟରେ ଜଣେ ମହିଳାଙ୍କୁ ଯେଉଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ ତାହା ମଧ୍ୟ ବହୁତ ଯନ୍ତ୍ରଣାଶୀଳ ତଥାପି ନାରୀ ସମସ୍ତ କଷ୍ଟକୁ ସହି ନିଜର କର୍ତ୍ତବ୍ୟ କରିଚାଲିଛି ।

ଦେଖନ୍ତୁ ଭିଡିଓ :

କିନ୍ତୁ ମହିଳା ସମସ୍ତ ଅସୁବିଧା ସହିତ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି । ସେଥିପାଇଁ ପ୍ରତ୍ୟେକ ମହିଳା ମା, ଦେବୀଙ୍କ ରୂପ ଭାବରେ ବିବେଚନା କରାଯାଏ । ଯଦି ଜଣେ ମହିଳା ସବୁକିଛି ସହ୍ୟ କରନ୍ତି, ତେବେ ସେ ହେଉଛନ୍ତି ମା ସରସ୍ୱତୀ, ଦାନ କରିବା ଆରମ୍ଭ କରନ୍ତି, ତେବେ ସେ ମା ଲକ୍ଷ୍ମୀ ଏବଂ ଯେତେବେଳେ ଜଣେ ମହିଳା ସହନଶୀଳତା ହରାଇ କ୍ରୋଧିତ ହୁଅନ୍ତି, ସେତେବେଳେ ସେ ମା’ କାଳୀଙ୍କର ରୂପ ଧାରଣ କରିଥାଏ ।

ପୁରୁଷମାନଙ୍କୁ ସମସ୍ତ ସୁଖ ମହିଳାମାନଙ୍କ ପାଖରୁ ମିଳିଥାଏ । ପୁଅ ପାଇଁ ମା’ଙ୍କର ପ୍ରେମ, ଭାଇ ପାଇଁ ଭଉଣୀର ପ୍ରେମ ଏବଂ ସ୍ୱାମୀଙ୍କ ପାଇଁ ପତ୍ନୀଙ୍କ ପ୍ରେମ, ଏସବୁ ଏକ ନାରୀରେ ଉପସ୍ଥିତ । ସେଥିପାଇଁ ଘର ପାଇଁ ପୁଅ ଯେତିକି ଦରକାର ଝିଅ ମଧ୍ୟ ସେତିକି ଦରକାର ହୋଇଥାଏ । କାରଣ କଥାରେ ଅଛି, ଘରକୁ ସୁନ୍ଦର ଘରଣୀ । ତେବେ ମହିଳା ଦିବସରେ ଲିଜା ପ୍ରତ୍ୟେକ ମହିଳାଙ୍କ ପାଇଁ ଏପରି ବାର୍ତ୍ତା ଦେଇଥିଲେ ।