ବିବାହର ଅର୍ଥ କଣ ତୁମେ ଜାଣିନଥିଲ । ସ୍ୱାମୀ ସ୍ତ୍ରୀ ସଂପର୍କ କଣ ତୁମେ ବୁଝିନଥିଲ । ଅନ୍ତରଙ୍ଗ ହେବାକୁ କଣ ତୁମେ ଚାହିଁନଥିଲ । ଆମେ ପରସ୍ପରକୁ ଭଲ ପାଇ ବାହା ହୋଇଥିଲେ ଏବଂ ଏକ ନୂଆ ସଂସାର ଗଢିବୁ ବୋଲି ସ୍ୱପ୍ନ ଦେଖିଥିଲେ ।
ଏହା କେବଳ ମୋର ସ୍ୱପ୍ନ ନଥିଲା ବରଂ ଆମ ଦୁହିଁଙ୍କ ସ୍ୱପ୍ନ ଥିଲା । ଆମ ପାଖରେ ତ ସବୁକିଛି ଥିଲା କେଉଁଥିରେ କିଛି ବି ଅସୁବିଧା ନଥିଲା । ହେଲେ ପୁଣି କଣ ଏମିତି ହୋଇଗଲା ଯେ ତୁମେ ମୋ ସହ ସମ୍ବନ୍ଧ ରଖିବାକୁ ଚାହିଁଲ ନାହିଁ । ମୁଁ ବିଛଣାରେ ଛଟପଟ ହେଉଥାଏ ଆଉ ତୁମେ ସବୁକିଛି ଦେଖି ମଧ୍ୟ ଚୁପ ରହୁଥିଲ ।
ଯେତେବେଳେ ଆମେ ପରସ୍ପରକୁ ଭଲ ପାଉଥିଲେ ସେତେବେଳେ ତୁମେ କଣ କେବେ ମୋ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁ ନଥିଲ । ମୁଁ ତ ଏବେ ବି ବୁଝିପାରୁନି ଅସୁବିଧା କୋଉଠି ରହିଗଲା । ଏହିପରି ଅନେକ କଥା ବର୍ଷାଙ୍କୁ ସୋସିଆଲ ମିଡିଆରେ ପଚାରିଛନ୍ତି ଅନୁଭବ ।
ଦେଖନ୍ତୁ ଭିଡିଓ :-
ଆଉ ସେପଟେ ଏଯାଏ ଆଇନଗତ ଭାବେ ପତ୍ନୀ ହୋଇ ରହିଥିବା ବର୍ଷା ପ୍ରିୟଦର୍ଶିନୀଙ୍କ ଉପରେ ସୋସିଆଲ ମିଡିଆରେ ନିଜର ରାଗ ଝଡ଼ାଇ ଚାଲିଛନ୍ତି ଅଭିନତାରୁ ସାଂସଦ ହୋଇଥିବା ଅନୁଭବ ମହାନ୍ତି । ନିଜର ଟ୍ୱିଟର ହ୍ୟାଣ୍ଡଲରେ ସେ ପରିବାର ଅଦାଲତର ବିଚାରକୁ ଗୋଟିଏ ପରେ ଗୋଟିଏ କରି ସମାଲୋଚନା କରିଛନ୍ତି । କୋର୍ଟରେ ବର୍ଷା ଦେଇଥିବା ଜବାବକୁ ସେୟର କରି ନିଜର ଅସହାୟତାକୁ ଜାହିର କରିବାକୁ ଚେଷ୍ଟା କରିଛନ୍ତି ।