ଗଣମାଧ୍ୟମରେ ବେଳେ ବେଳେ ଏମିତି ଖବର ଆସେ, ଯାହା ଅନେକ ସମୟରେ ଆମକୁ ଆଶ୍ଚର୍ଯ୍ୟ କରିଦିଏ । ଏମିତି ଏକ ଖବର ଆସିଛି ଆମେରିକାର ଜାଁର୍ଜିୟାରୁ, ଏଠାରେ ଜଣେ ୨୬ ବର୍ଷୀୟ ଯୁବକ ୬୩ ବର୍ଷୀୟା ବୃଦ୍ଧାଙ୍କୁ ବିବାହ କରିଛନ୍ତି ।
ସୂଚନାମୁତାବକ ୬୩ ବର୍ଷୀୟା ମହିଳା ଏବଂ ତାଙ୍କ ୨୬ ବର୍ଷୀୟ ସ୍ୱାମୀ ସୋସିଆଲ ମିଡିଆରେ ନିଜର ଅନନ୍ୟ ପ୍ରେମ କାହାଣୀ ବାଣ୍ଟିବା ସହ ସମାଜର ଆଦର୍ଶ ତଥା ଅନଲାଇନ୍ ସମାଲୋଚନାକୁ ଅବମାନନା କରିଛନ୍ତି । ଆମେରିକାର ଜର୍ଜିଆର ଚେରିଲ ଏବଂ କୁରାନ ମ୍ୟାକକେନ୍,୩୭ ବର୍ଷ ବୟସ ବ୍ୟବଧାନ ହେତୁ ଚର୍ଚ୍ଚାରେ ଅଛନ୍ତି ।
ତଥାପି, ସେମାନେ କହିଛନ୍ତି ଯେ ସେମାନଙ୍କର ପ୍ରେମ ପ୍ରକୃତ ଅଟେ, ଏବଂ ସମାଲୋଚନାର ସମ୍ମୁଖୀନ ହୋଇଥିଲେ ମଧ୍ୟ ସେମାନେ ନିଜ ସମ୍ପର୍କକୁ ପରବର୍ତ୍ତୀ ସ୍ତରକୁ ନେବାକୁ ପ୍ରସ୍ତୁତ – ଏକ ପରିବାର ବା ନିଜର ସନ୍ତାନ କରିବାକୁ ଚାହୁଁଛନ୍ତି ।
ଆହୁରି ପଢନ୍ତୁ :- ଆଖି ପତା ଡେଇଁବା ଶୁଭ ନା ଅଶୁଭ ? ବାମ ଓ ଡାହାଣ ଆଖି ପତା ଡେଇଁବା କଣ ସୂଚନା ଦିଏ ଜାଣନ୍ତୁ…
ପୂର୍ବରୁ କୁରାନ ଚୋରିଲଙ୍କ ରେଷ୍ଟୁରାଣ୍ଟରେ ୱେଟର୍ ଭାବେ କାମ କରୁଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ସେମାନେ ଏବେ ସେମାନଙ୍କ ପରିବାରକୁ ବଢାଇବାକୁ ଚାହୁଁଚନ୍ତି । ହେଲେ ଚୋରିଲଙ୍କ ବୟସ ଅଧିକ ହୋଇଥିବାରୁ ସନ୍ତାନ ହେବା କଷ୍ଟକର । ସନ୍ତାନ ଲାଗି ସେମାନେ ଯଦି ଅସଫଳ ହୁଅନ୍ତି ତେବେ ସେମାନେ ସରୋଗେସୀ ପ୍ରକ୍ରିୟାର ସହଯୋଗ ନେବେ । ତାଙ୍କୁ ଜଣେ ମହିଳା ମିଳିଛନ୍ତି ଯିଏ ଏଥି ପାଇଁ ରାଜି ହୋଇଥିଲେ । ହେଲେ କାରଣ ବସତଃ ସେ ଦମ୍ପତିଙ୍କ ଠାରୁ ୭ଲକ୍ଷ ଟଙ୍କା ନେଇ କୁଆଡେ ପଳାଇଛନ୍ତି ଯାହା ତାଙ୍କୁ ଚିନ୍ତାରେ ପକାଇଛି ।