ଦେଖନ୍ତୁ ଭିଡ଼ିଓ: ଯିଏ ସମସ୍ତଙ୍କୁ ହସାଉଥିଲା ସେ ଆଜି ICU ରେ ଜୀବନ ମୃତ୍ୟୁ ସହ ଲଢ଼ୁଛି, ଆପଣଙ୍କ ସାହାଯ୍ୟ ତାଙ୍କୁ ନୂଆ ଜୀବନ ଦେବ

ନାମ ଥିଲା ତାଙ୍କର ଖୁସି । ସେ ଲୋକଙ୍କୁ ବହୁତ ଭଲ ପାଉଥିଲେ । ଆଉ ତାଙ୍କ ଫ୍ୟାନ୍ସଙ୍କର ମନୋରଞ୍ଜନ ମଧ୍ୟ କରାଉଥିଲେ । ସେଥିପାଇଁ ତ ତାଙ୍କର ଲକ୍ଷ ଲକ୍ଷ ଫାଲୋଅର୍ସ ଥିଲା । ଏବେ ବି ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଖୋଜୁଛନ୍ତି । ହେଲେ ସେ ଏବେ ମରଣ ସହ ଲଢେ଼ଇ କରୁଛନ୍ତି ।

ଗର୍ଭରେ ଥିଲା ଛୁଆ । ଚେକଅପ ପାଇଁ ଡାକ୍ତରଙ୍କୁ ଦେଖାଇବାକୁ ଯାଇଥିଲେ । କିନ୍ତୁ ସବୁ ଠିକ ଥିବା ବେଳେ ଯେତେବେଳେ ସେ ପୁଣି ଡାକ୍ତରଙ୍କୁ ଦେଖାଇଲେ ସେତେବେଳେ ପିଲାଟି ଗର୍ଭରେ ମରିଯାଇଥିଲା । ତା’ପରେ ଡାକ୍ତର କହିଲେ ପିଲାକୁ ବାହାର କରିଦେବା ପାଇଁ । ଏହାପରେ ପିଲାଟିକୁ ବାହାର କରାଗଲା ସତ କିନ୍ତୁ ଏବେ ଖୁସିଙ୍କ ଦେହ ଆଦୌ ଭଲ ନାହିଁ ।

ସେ 3 ଦିନ ହେବ ICU ରେ ଅଛନ୍ତି ନା କିଛି ଖାଉଛନ୍ତି ନା ସେ କିଛି କହୁଛନ୍ତି । ବେଡ଼ରେ ଶୋଇ ଖାଲି ଚାହୁଁଛନ୍ତି ଆଉ ଆଖିରୁ ଲୁହ ଗଳାଉଛନ୍ତି । ଏବେ ପୁରା ଧର୍ଯ୍ୟହରା ହୋଇ ଯାଇଛି ପରିବାର । ସ୍ୱାମୀ ପାଖରେ ଯାହା ଅର୍ଥ ଥିଲା ଏବେ ସେ ଖର୍ଚ କରିସାରିଛନ୍ତି । ଏବେ ଲୋକଙ୍କୁ ଅନୁରୋଧ କରି ଟଙ୍କା ମାଗିଛନ୍ତି ସ୍ୱାମୀ ।

ଦେଖନ୍ତୁ ଭିଡିଓ :-

ତେବେ ଯଦି ଆପଣ ଖୁସିକୁ ହାତ ବଢାଇବାକୁ ଚାହୁଁଛନ୍ତି ତେବେ 9337969541 ନମ୍ବରରେ ଟଙ୍କା ପଠାଇ ସାହାଯ୍ୟର ହାତ ବଢ଼ାନ୍ତୁ ।