ରାତିରେ ୨ଥର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲା ସ୍ୱାମୀ, ମନା କରିବାରୁ ପତ୍ନୀର ଗଳା କାଟିଦେଲା, ପୂରା ଘଟଣା ଜାଣି ହେବେ ତାଜୁବ୍

ସେକ୍ସ କରିବାକୁ ରାଜି ନ ହେବାରୁ ନିଜ ପତ୍ନୀକୁ ହତ୍ୟା କରିଲା ସ୍ୱାମୀ । ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲାରେ ଏଭଳି ଏକ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଭିଯୁକ୍ତଙ୍କ ନାମ ମହମ୍ମଦ ଅନୱର ହୋଇଥିବା ବେଳେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ବୟସ ୩୦ ବର୍ଷ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ଜେରା ବେଳେ ପୋଲିସ ସାମ୍ନାରେ ନିଜ ଦୋଷ ସ୍ୱୀକାର କରି ନେଇଥିଲା ।

ମିଳିଥିବା ସୂଚନା ଅନୁଯାଇ ମହମ୍ମଦ ଅନୱର ଅମରୋହାରେ ନିଜ ସ୍ତ୍ରୀ ଏବଂ ୩ ପିଲାଙ୍କ ସହିତ ରୁହନ୍ତି । ଘଟଣା ଦିନ ରାତିରେ ସେ ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିସାରିଥିଲେ ହେଁ ପୁଣିଥରେ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିଥିଲା । ଏଥିରେ ତାଙ୍କ ପତ୍ନୀ ରାଜି ହୋଇନଥିଲେ, ବାରମ୍ବାର କହିବା ପରେ ରାଜି ନ ହେବାରୁ ଅନୱରଙ୍କ ମୁଣ୍ଡକୁ ପିତ୍ତ ଚଢି ଯାଇଥିଲା ।

ସେ ଏକ ଦଉଡି ସାହାଯ୍ୟରେ ନିଜ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରି ଦେଇଥିଲା । ଏହି ଘଟଣାକୁ ଲୁଚାଇବାକୁ ଯାଇ ସେ ଶବକୁ ଘରଠାରୁ ପ୍ରାୟ ୫୦ କିମି ଦୂରରେ ନେଇ ଫିଙ୍ଗି ଆସିଥିଲା ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: ଯୁବକଙ୍କ ଅଶ୍ଳୀଳ କାମ, ଲେଡ଼ିଜ୍ ହଷ୍ଟେଲ ରେ ଝିଅ ଙ୍କ ନଗ୍ନ ଭିଡିଓ କରିବା ପରେ ବ୍ଲାକମେଲ୍ କରି କରୁଥୁଳ ସେକ୍ସ

ଏହାପରେ ନିଜେ ଥାନାକୁ ଯାଇ ସ୍ତ୍ରୀ ନିଖୋଜ ଥିବା ନେଇ ଏତଲା ଦେଇଥିଲା । କିଛିଦିନ ପରେ ପୋଲିସକୁ ଉକ୍ତ ମହିଳାଙ୍କ ଶବ ମିଳିବା ପରେ ସବୁକିଛି ସାମ୍ନାକୁ ଆସିଥିଲା ।