ଶିବାନୀ ଓ ରାଧେଶ୍ୟାମ ଉଭୟ ଉଭୟଙ୍କୁ ଖୁବ ଭଲ ପାଉଥିଲେ, ବର୍ତ୍ତମାନ ଦୁଇ ଜଣଙ୍କୁ ଝିଅର ବାପା ଠେଲିଦେଲା କୁମ୍ଭୀର ଆଗକୁ…

ଶିବାନୀ ଓ ରାଧେଶ୍ୟାମ ଉଭୟ ଉଭୟଙ୍କୁ ଖୁବ ଭଲ ପାଉଥିଲେ । ଆଉ ଗୋଟିଏ ମୁହୂର୍ତ୍ତ ବି କେହି କାହାରିକୁ ନଦେଖିଲେ ରହିପାରୁନଥିଲେ । ସେଇଥିପାଇଁ ଉଭୟ ଦୁଇଜଣ ଘର ଛାଡ଼ି ବାହାରକୁ ଚାଲିଗଲେ । ସେ ଦୁଇ ଜଣ କିଛି ଦିନ ଘର ଛାଡ଼ି ଫେରାର ହୋଇଯିବା ପରେ ଯୁବକ ଏବଂ ଯୁବତୀଙ୍କ ର ବାପା ମା ଆସି ଥାନାରେ ନିଖୋଜର ଅଭିଯୋଗ ଦେଇଥିଲେ । ପୁଲିସ ମଧ୍ୟ ଯୁବକ ଯୁବତୀଙ୍କୁ ଖୋଜାଖୋଜି ଆରମ୍ଭ କରିଦେଇଥିଲା । ଆଉ ଶେଷରେ ଉଭୟ ପ୍ରେମୀ ଯୁଗଳଙ୍କୁ ପାଇ ଉଭୟ ପରିବାରକୁ ହସ୍ତାନ୍ତର କରିଥିଲା ପୁଲିସ ।

ଶିବାନୀର ବାପା ସବୁବେଳେ କହୁଥିଲେ ସେ ଯୁବକ ସହିତ ନମିଶିବା ପାଇଁ ହେଲେ ଶିବାନୀ ଜମାବି ବାପାଙ୍କ କଥାକୁ ମାନୁ ନଥିଲେ । କାରଣ ସେ ପରା ମନ ହୃଦୟ ଦେଇ ଭଲ ପାଉଥିଲେ ରାଧେଶ୍ୟାମଙ୍କୁ । କେମିତି ବା ସେ ଭୁଲି ପାରିବେ ତାଙ୍କ ପ୍ରେମିକକୁ । କେହି କଣ କେବେବି ଭୁଲି ପାରିବ ନିଜର ପ୍ରେମକୁ, ତେବେ ଶିବାନୀ କେମିତି ବା ଭୁଲି ପାରିଥାନ୍ତା । ତାଙ୍କର ପ୍ରେମ ଯେ ତାଙ୍କର ଜୀବନରେ କାଳ ସାଜିବ ବୋଲି ସେମାନେ କେବେବି ଭାବି ନଥିଲେ । ଶିବାନୀର ବାପା ଯେତେବେଳେ ଜାଣିବାକୁ ପାଇଲେ ଏମାନେ ଦୁହେଁ କେବେବି ଅଲଗା ହେବେନି, ସେଥିପାଇଁ ଶିବାନୀର ବାପା ରଚିଲେ ବଡ଼ ଧରଣର ଷଡ଼ଯନ୍ତ୍ର ।

ପ୍ରଥମେ ଶିବାନୀର ବାପା ଶିବାନୀକୁ ମାରିଦେଲେ, ତା ପ୍ରେମିକ ରାଧେଶ୍ୟାମକୁ ମଧ୍ୟ ଜୀବନରୁ ମାରିଦେଲେ । ସବୁ ଦିନ ପାଇଁ ଆଖି ବୁଜି ଦେଲେ ଦୁହେଁ ପ୍ରେମୀ ଯୁଗଳ ଶିବାନୀ ଏବଂ ରାଧେଶ୍ୟାମ । ଉଭୟଙ୍କର ଶବକୁ ନିକଟରେ ଥିବା ନଦୀରେ ଫୋପାଡ଼ି ଦେଇଥିଲେ । ଯେମିତି ଉଭୟଙ୍କର ଶବକୁ କେହି ଖୋଜି ପାଇବେନି ସେଥିପାଇଁ ଯେଉଁଠି କୁମ୍ଭୀର ରହିଛି ଉଭୟଙ୍କର ଶବକୁ ସେଇଠି ନେଇ ଫୋପାଡ଼ି ଦେଲେ ଝିଅର ବାପା ।

ଦେଖନ୍ତୁ ଭିଡିଓ :-

ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ମରେନା ଜିଲ୍ଲାର ରତନବାସାଇ ଗ୍ରାମରେ । ନିକଟରେ ଥିବା ଚମ୍ବଲ ନଦୀରେ ଉଭୟ ପ୍ରେମୀ ଯୁଗଳଙ୍କୁ ମାରି ଦେଇ ଭସାଇ ଦେଇଛନ୍ତି ଝିଅ ଶିବାନୀର ବାପା । ହେଲେ ପୁଲିସ ଶିବାନୀର ବାପାଙ୍କୁ ଯେତେ ମଧ୍ୟ ପଚରା ଉଚରା କରିଥିଲେ ସେ ଜମାବି ମୁହଁ ଖୋଲୁ ନଥିଲେ । ଶେଷରେ ପୁଲିସ ଆଗରେ ମାନି ଯାଇଥିଲେ ଯେ ସେ ଉଭୟ ପ୍ରେମୀ ଯୁଗଳଙ୍କୁ ମାରି ନିକଟରେ ଥିବା ଚମ୍ବଲ ନଦୀରେ କୁମ୍ଭୀର ଆଗରେ ଉଭୟଙ୍କ ଶବକୁ ଫୋପାଡ଼ି ଦେଇଛନ୍ତି । ତେବେ ଏଭଳି ଦୁଃଖଦ ଦୟନୀୟ ଘଟଣା ପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଦେଇଛି । ତେବେ ଜାଣିବାକୁ ବାକି ରହିଲା ଯେ ଅଭିଯୁକ୍ତ ଶିବାନୀର ବାପାଙ୍କୁ କେଉଁ ଦଣ୍ଡ ମିଳୁଛି ।