ପଣ୍ଡିଆନଙ୍କ ଗନ୍ଧିଆ ରାଜନୀତିର ଶିକାର ପାଲଟିଛି ଓଡ଼ିଶା, କଣ ରହିବ ଆଗାମୀ ମୋଡ଼..? ଜାଣନ୍ତୁ ପୁରା ଖବର

ପାଣ୍ଡୀଆନଙ୍କ ନିଷ୍ପତ୍ତିରେ ଏବେ ଦୋହଲିଛି ରାଜ୍ୟ ରାଜନୀତି । କିଛି ରାଜନୀତି ସମୀକ୍ଷକ ଏହାକୁ ଗଣତାନ୍ତ୍ରିକ ପ୍ରକ୍ରିୟାର ଅଂଶ କହୁଥିବା ବେଳେ କିଛି ଏହାକୁ ପ୍ରି ପ୍ଲାନ୍ ରାଜନୀତି ବୋଲି କହୁଛନ୍ତି । ସଠିକ୍ ଉତ୍ତର ନ ଥିଲେ ମଧ୍ୟ ପ୍ରଶ୍ନ ଏବେ ଅନେକ । ଯାହାର ଉତ୍ତର ହୁଏ ତ ନବୀନ ଓ ପାଣ୍ଡିଆନ ଙ୍କ ଛଡ଼ା ଅନ୍ୟ କେହି ଦେବା ସମ୍ଭବ ନୁହେଁ । ପ୍ରଶ୍ନ ଯେପରିକି ;

ମୁଖ୍ୟମନ୍ତ୍ରୀ ନବୀନଙ୍କ ପରେ ଓଡ଼ିଶାର ଭବିଷ୍ୟତ କଣ ପାଣ୍ଡିଆନ ?

ପାଣ୍ଡିଆନ ଙ୍କ ଏପରି ସିଧା ସଳଖ ରାଜନୈତିକ ନିଯୁକ୍ତିର ଲକ୍ଷ କଣ ରହିଛି ?

ଆହୁରି ପଢନ୍ତୁ :- ଚତୁର୍ଥୀ ରାତି ରେ କ୍ଷୀର ପିଇବାକୁ କାହିଁକି ଦିଆଯାଏ? ଏହାର କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଏ ନେଇ ବିରୋଧୀ ଦଳ ମାନଙ୍କର ପ୍ରତିବାଦର ସ୍ବର କାହିଁକି ଶୁଭୁ ନାହିଁ ?

କଣ ସତରେ ବିଜେଡ଼ି ଓ ବିଜେପି ଭିତରେ ରହିଛି କିଛି ଭିତିରିଆ ବୁଝାମଣା ?

ଏପରି ଅନେକ ପ୍ରଶ୍ନ ଉଠୁଛି ଓଡ଼ିଶା ରାଜ୍ୟ ରାଜନୀତିରେ । ପାଣ୍ଡିଆନଙ୍କ ଏହି ରାଜନୈତିକ ଯାତ୍ରା ମଧ୍ୟ ଏତେ ସହଜ ନ ଥିଲା । ତାଙ୍କର ଏହି ରାଜନୈତିକ ଯାତ୍ରାରେ କେବେ ତାଙ୍କୁ କାଳୀ ମାଡ ତ କେବେ ପୁଣି ବିରୋଧୀଙ୍କ କଟାକ୍ଷ ସହିବାକୁ ପଡ଼ିଥିଲା । ପାଣ୍ଡିଆନ ସର୍ଭିସ୍ ରେ ଥିବା ବେଳେ ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ବିରୋଧ ଭାଷା ଥିଲା ତାହା ହେଉଛି ଜଣେ ସରକାରୀ ଚାକିରିଆ ହୋଇ କିପରି କରୁଛନ୍ତି ଖୁଲମ ଖୁଲା ରାଜନୀତି ।

ହେଲେ ଏବେ କିନ୍ତୁ ସମ୍ପୂର୍ଣ ଘେରରେ ପାଣ୍ଡିଆନ । ପାଣ୍ଡିଆନଙ୍କ ଏପରି ନିଷ୍ପତ୍ତି ଏବେ ଅଡ଼ୁଆରେ ପକାଉଛି ରାଜନୀତିକୁ । କେହି କେହି କହୁଛନ୍ତି ପାଣ୍ଡିଆନଙ୍କୁ କେବଳ ବିଜେଡିର ନୁହେଁ ବିଜେପିର ବି ମିଳୁଛି ସମର୍ଥନ ।