କରୋନା ମହାମାରୀ ପରେ ଚିନ୍ ଦେଶରେ ବର୍ତ୍ତମାନ ଆଉ ଏକ ଅଜଣା ରୋଗ ଖୁବ୍ ଶିଘ୍ର ବ୍ୟାପିବାରେ ଲାଗିଛି । ପରିସ୍ଥିତି ଅସମ୍ଭାଳ ହେବା ସହିତ ଏପରି ହୋଇଛି ଯେ ଚୀନର ରାଜଧାନୀ ବେଜିଂ ଓ ତାର ଆଖପାଖ ଡାକ୍ତରଖାନାରେ ରୋଗୀ ସଂଖ୍ୟା ବଢିବାରେ ଲାଗିଛନ୍ତି । ଆଉ କିଛିଦିନରେ ବ୍ୟାପୁଥିବା ଏହି ରୋଗ ଆହୁରି ଭୟଙ୍କର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି ।
ଅଜଣା ନିମୋନିଆର ଆତଙ୍କ ଏଠାକାର ଶିଶୁମାନଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଛି । ଏହି କାରଣରୁ ଚାଇନାର ବେଜିଂ ସହରରେ ଥିବା ଲିୟାଓନିଙ୍ଗ ଡାକ୍ତରଖାନାରେ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।
ଏହି ରୋଗର ଲକ୍ଷଣ ପ୍ରାୟ ନିମୋନିଆ ସହିତ ମିଶୁଛି । ଏହି ରୋଗ ସଂକ୍ରାମକ ହୋଇଥିବା ବେଳେ ବଡ଼ ଲୋକମାନଙ୍କ ଅପେକ୍ଷା ଛୋଟ ପିଲାମାନଙ୍କ ଭିତରେ ଅଧିକ ଦେଖିବାକୁ ମିଳୁଛି । ରୋଗୀ ମାନଙ୍କ ଠାରେ ଜ୍ୱର ହେବା, ଥଣ୍ଡା, କାଶ, ଫୁସ୍ ଫୁସ୍ ରେ ଜଳନ ଓ ଛାତିରେ ଯନ୍ତ୍ରଣା ହେବା ଆଦି ଲକ୍ଷଣ ଦେଖାଦେଉଛି ।
ଆହୁରି ପଢନ୍ତୁ :- ଜଳଖିଆରେ ଏହି ୫ଟି ଖାଦ୍ୟର ସେବନ କର୍କଟ ରୋଗର କାରଣ, ଏବେଠୁ ଖାଇବା ଛାଡ଼ନ୍ତୁ ନହେଲେ ହେଇଯିବ ଡେରି
ଏଥିପାଇଁ ସେଠାରେ ପିଲାମାନଙ୍କ ସ୍କୁଲ ସବୁକୁ ଛୁଟି କରି ଦିଆଯାଇଛି । ଚୀନ ରେ ଏହି ଭୂତାଣୁ ଜନିତ ରୋଗ ଖୁବ୍ ତୀବ୍ର ବେଗରେ ବଢ଼ିବାକୁ ଲାଗିଥିବା ବେଳେ ଏହାକୁ ନେଇ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ଚିନ୍ତାବ୍ୟକ୍ତ କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଚୀନରେ ଶ୍ୱାସ ଜନିତ ଏହି ରୋଗ ପିଲାମାନଙ୍କ ଭିତରେ ବ୍ୟାପୁଥିବା ମାମଲା ଉପରେ ନଜର ରଖିଛି ।
ଏହି ଭାଇରସ ଭାରତ ପାଇଁ ମଧ୍ୟ ବିପଦ ଆଣିପାରେ,ତେଣୁ ଏହାକୁ ନଜରରେ ରଖି ଭାରତ ପ୍ରସ୍ତୁତ ଅଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ କରୋନା ଭୂତାଣୁର ଜନ୍ମ ମଧ୍ୟ ଚୀନ୍ ରୁ ହୋଇଥିଲା । ବର୍ଷ ବର୍ଷ ଧରି ଏହି ରୋଗ ସାରା ବିଶ୍ୱରେ ବ୍ୟାପିଥିବା ବେଳେ ଏଥିପାଇଁ ବହୁ ଧନଜୀବନ କ୍ଷତିଗ୍ରସ୍ତ ହୋଇଥିଲା ।
ଅନ୍ୟପକ୍ଷରେ ନିମୋନିଆକୁ ନେଇ ବଢ଼ୁଥିବା ବିପଦ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚିନ୍ତା ପ୍ରକଟ କରିଛି । ତେବେ ଏହି ରୋଗର ଆଶଙ୍କା ହ୍ରାସ କରିବା ପାଇଁ ଲୋକେ ବିଭିନ୍ନ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପରାମର୍ଶ ଦେଇଛି WHO । ଏଥି ସହ ଶିଶୁମାନଙ୍କ ନିମୋନିଆ ବିଷୟରେ ଅଧିକ ସୂଚନା ପ୍ରଦାନ କରିବାକୁ WHO ଅନୁରୋଧ କରିଛି । ଅକ୍ଟୋବର ମଧ୍ୟଭାଗରୁ ଉତ୍ତର ଚାଇନାରେ ଗତ ତିନିବର୍ଷ ମଧ୍ୟରେ ସମାନ ସମୟ ତୁଳନାରେ ସ୍ୱାଇନ୍ ଫ୍ଲୁ ଭଳି ରୋଗରେ ବୃଦ୍ଧି ଘଟିଥିବା ମଧ୍ୟ କହିଛି ।