ଆଜିର ସମୟରେ ସ୍ମାର୍ଟଫୋନ ମଣିଷ ଜୀବନର ଏକ ଅଭିଚ୍ଛେଦ ଅଙ୍ଗ ପାଲଟି ଯାଇଛି । ପୂର୍ବରୁ ଫୋନକୁ କେବଳ କଥା ହେବା ପାଇଁ ବ୍ୟବହାର କରାଯାଉଥିଲା । କିନ୍ତୁ, ଏବେ ଏହା ମନୋରଞ୍ଜନ ଏବଂ ସୂଚନା ପ୍ରସାରର ଏକ ପ୍ରମୁଖ ମାଧ୍ୟମ ପାଲଟିଯାଇଛି । କେବଳ ସେତିକି ନୁହେଁ ଇଣ୍ଟରନେଟ ମାଧ୍ୟମରେ ଏହା ଯୁବପିଢିଙ୍କୁ ରୋଜଗାରକ୍ଷମ କରାଇବାରେ ମଧ୍ୟ ସଫଳ ହୋଇଛି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଅନେକ ଯୁବକ ଯୁବତୀ ଲକ୍ଷାଧିକ ଟଙ୍କା ରୋଜଗାର କରିବାରେ ସଫଳ ହେଉଛନ୍ତି । ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଏଭଳି ଅନେକ ଉଧାହରଣ ଦେଖିବାକୁ ମିଳିଥାଏ । ଏଭଳି ହିଁ ଏକ ସଫଳତାର କାହାଣୀ ସୃଷ୍ଟି କରିଛି ଓଡ଼ିଆ ଝିଅ ବ୍ଲଗ୍ ଚ୍ୟାନେଲ୍ ।
ଏହି ଚ୍ୟାନେଲ୍ ମାଧ୍ୟମରେ ତିନିଜଣ ଯୁବତୀ ଭିନ୍ନ ଭିନ୍ନ ପ୍ରକାରର ମଜାଦାର ଭିଡ଼ିଓ ଅପଲୋଡ଼ କରି ଲୋକଙ୍କ ହୃଦୟ ଜିତିବାରେ ସଫଳ ହୋଇପାରିଛନ୍ତି । ତେବେ ସେହି ତିନି ଜଣ ହେଉଛନ୍ତି ଆଦ୍ୟାସା, ତନୁଶ୍ରି, ସ୍ୱାତିକା । ଗାଁ ଲୋକଙ୍କର ଜୀବନ ଶୈଳୀ ଏବଂ ସେଠାରେ ଘଟୁଥିବା କିଛି ଘଟଣାକୁ ଏମାନେ ଅତି ମଜାଳିଆ ଢଙ୍ଗରେ ପରଦା ଉପରେ ପ୍ରଦର୍ଶିତ କରି ପାରୁଛନ୍ତି ।
ଦେଖନ୍ତୁ ଭିଡିଓ :-
ଗାଁରେ ଲୋକେ ବହୁତ ଝଗଡା କରିଥାନ୍ତି । ସେହି ସବୁକୁ ନିଜ ସ୍କ୍ରିପ୍ଟରେ ଆଡ୍ କରିବା ପାଇଁ ସେମାନେ ଚେଷ୍ଟା କରିଥାନ୍ତି ବୋଲି କହିଛନ୍ତି ସ୍ୱାତିକା । ସ୍ୱାତିକା ଆଦ୍ୟାସାଙ୍କୁ ବହୁତ ଭଲ ପାଆନ୍ତି କିନ୍ତୁ, ମଝିରେ ମଝିରେ ଗାଳି ମଧ୍ୟ କରନ୍ତି ବୋଲି ସେ ନିଜେ କହିଛନ୍ତି । ଅନ୍ୟପକ୍ଷରେ ଅନ୍ୟଘରେ କଳି ଲଗାଇବା ପାଇଁ ତାଙ୍କୁ ଭଲଲାଗେ ବୋଲି କହିଛନ୍ତି ତନୁଶ୍ରୀ ।
ପ୍ରଥମେ ପ୍ରଥମେ ଭିଡ଼ିଓ ସୁଟିଂ କରିବା ବେଳେ ପୁରୁଷ କଳାକାରଙ୍କ ସହିତ ଟିକିଏ ଅସୁବିଧା ହେଉଥିଲା । କିନ୍ତୁ, ଯେବେଠାରୁ ସେମାନେ ନିଜେ ପୁରୁଷ ଭୂମିକାରେ ଅଭିନୟ କରୁଛନ୍ତି ଆହୁରି ଭଲ ରୋମାନ୍ସ କରି ହେଉଛି ବୋଲି କହିଛନ୍ତି ସ୍ୱାତିକା । ତନୁଶ୍ରି ଏବଂ ସ୍ୱାତିକା ଉଭୟେ କଲେଜ ସମୟରୁ ଚିହ୍ନା କିନ୍ତୁ ୟୁଟ୍ୟୁବ ସଟ୍ସ ମାଧ୍ୟମରେ ତନୁଶ୍ରୀ ସେମାନଙ୍କ ସହିତ ଯୋଡ଼ି ହୋଇଥିଲେ ।