ରାଜଧାନୀ ରେ ଗଣଦୁଷ୍କର୍ମ, ରୁମ୍ ଦେବେ ବୋଲି କହି ଯୁବତୀଙ୍କୁ ଡାକି ଆଣି ଅନ୍ଧାରିଆ ବେଶମେଣ୍ଟ ରେ ମାଡ଼ିବସିଲେ…

ରୁମ୍ ଦେବେ କହି ମହିଳାଙ୍କୁ ଗଣବଳାତ୍କାର କରିଲେ ସିକ୍ୟୁରିଟି ଗାର୍ଡ । ଏଭଳି ଏକ ଲୋମହର୍ଷକାରୀ ଘଟଣା ଭୁବନେଶ୍ୱର ସ୍ଥିତ ରାମମନ୍ଦିର ପାଖରେ ଥିବା ଏକ ବ୍ୟାଙ୍କ ବେସମେଣ୍ଟରେ ଘଟି ଯାଇଛି । ପୀଡିତା ଜଣକ କଟକ ଅଞ୍ଚଳର ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାଇ ଗତ ନଭେମ୍ବର ୩୦ ତାରିଖ ରାତିରେ ଯୁବତୀ ଜଣକ ନିଜସ୍ୱ କିଛି କାମ ପାଇଁ ଭୁବନେଶ୍ବର କୋର୍ଟ ଆସିଥିଲେ । କାମ ସରୁ ସରୁ ବିଳମ୍ବିତ ରାତି ହୋଇ ଯିବାରୁ ସେ ନିଜ ଘରକୁ ଫେରି ପାରିନଥିଲେ । ରାତିରେ ସେ ଭୁବନେଶ୍ୱର ସ୍ଥିତ ରାମ ମନ୍ଦିର ପାଖରେ ଆଶ୍ରୟ ନେଉଥିବା ବେଳେ କାଳିଆ ନାମକ ଜଣେ ବ୍ୟକ୍ତି ଦେଖା ହୋଇଥିଲେ ।

ମୁଖ୍ୟ ଅଭିଯୁକ୍ତ କାଳିଆ ନିକଟସ୍ଥ ଏକ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିବା ବେଳେ ପୀଡିତାଙ୍କୁ ରାତିରେ ରହିବା ପାଇଁ ରୁମ୍ ଦେବେ ବୋଲି କହିଥିଲେ । ଯୁବତୀ ଜଣକ ଅଭିଯୁକ୍ତ ଉପରେ ବିଶ୍ୱାସ କରି ସେଠାରୁ ଚାଲି ଆସିଥିଲେ । ତେବେ, କାଳିଆ ଏବଂ ତାର ଆଉ ଜଣେ ସହଯୋଗୀର ଇରାଦା ଆଉ କିଛି ରହିଥିଲା ।

ଦେଖନ୍ତୁ ଭିଡିଓ :-

କାଳିଆ ଓ ତାର ଆଉ ଏକ ସହଯୋଗୀ ମିଶି ଯୁବତୀଙ୍କୁ ବ୍ୟାଙ୍କ ବେସମେଣ୍ଟ ମଧ୍ୟରେ ଗଣବଳାତ୍କାର କରିଥିଲେ । ସକାଳ ହେବାପରେ ବଳାତ୍କାରର ଶିକାର ହୋଇଥିବା ଯୁବତୀ ଜଣକ ଏଥିନେଇ ପୋଲିସ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିବା ସହିତ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।