ବୁଲିବା ପାଇଁ ଓଡ଼ିଶାର ୫ ଉତ୍କୃଷ୍ଟ ସ୍ଥାନ, ନୂଆବର୍ଷରେ ପ୍ରକୃତିର ମଜା ନେବାକୁ ଚାହୁଁଥିଲେ ଯାଆନ୍ତୁ ଏହି ୫ଟି ସ୍ଥାନକୁ

ନୂଆବର୍ଷରେ ପିକନିକ୍ ଯିବାକୁ ଚାହୁଁଛନ୍ତି କି ? ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରି ରହିଥିବା ଆମ ରାଜ୍ୟରେ ଏଭଳି ଅନେକ ସ୍ଥାନ ରହିଛି ଯାହା ପର୍ଯ୍ୟଟକଙ୍କର ମନକୁ ଅଭିଭୂତ କରିବାରେ ସଫଳ ହୋଇଥାଏ । ତେବେ, ଜଳପ୍ରପାତ ଠାରୁ ଆରମ୍ଭ କରି ହ୍ରଦ ପର୍ଯ୍ୟନ୍ତ ଆସନ୍ତୁ ଜାଣିବା ଏଭଳି ୫ ପିକନିକ୍ ସ୍ପଟ୍ ବିଷୟରେ ଯେଉଁଠାରେ ଆପଣ ବୁଲାବୁଲି କରିବା ସହିତ ବଣଭୋଜିର ଆନନ୍ଦ ନେଇପାରିବେ ।

୧ – ଡୋକରୀଚଞ୍ଚରା :- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଗୁଡହାଣ୍ଡି ଡୋକରୀଚଞ୍ଚରା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଅଟେ । ଏଠାରେ ପ୍ରଭୁ ଶ୍ରୀରାମଙ୍କର ମନ୍ଦିର ରହିଥିବା ବେଳେ ପାହାଡ଼ ଉପରୁ ଝରୁଥିବା ଝରଣାର ପାଣି ସେଠାରେ ସୌନ୍ଦର୍ଯ୍ୟମୟ ପ୍ରାକୃତିକ ପରିବେଶ ସୃଷ୍ଟି କରିଥାଏ । ବୁଲାବୁଲି ସହିତ ଏଠାରେ ବଣଭୋଜି କରିବାର ଯଥେଷ୍ଟ ସୁବିଧା ରହିଛି ।

୨ – ତାମ୍ପରା ହ୍ରଦ :- ଗଞ୍ଜାମ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଗୁଡିକ ମଧ୍ୟରୁ ତାମ୍ପରା ହ୍ରଦ ଅନ୍ୟତମ । ପ୍ରାୟ ୭୪୦ ଏକରରେ ବ୍ୟାପ୍ତ ଏହା ଏକ ବିଶାଳ ମଧୁର ଜଳ ହ୍ରଦ ଅଟେ । ଖାଦ୍ୟପ୍ରେମୀଙ୍କ ପାଇଁ ରେଷ୍ଟୁରାଣ୍ଟ, ପିଲାଙ୍କ ପାଇଁ ପାର୍କ, ବୋଟିଂ ସୁବିଧା ସହିତ ଦୁଃସାହସିକ ଜଳକ୍ରୀଡ଼ା ପାଇଁ ମଧ୍ୟ ଏଠାରେ ସୁବିଧା ରହିଛି । ଶୀତଦିନରେ ଏଠାକୁ ବହୁ ବିଦେଶୀ ପକ୍ଷୀଙ୍କର ଆଗମନ ପରିବେଶକୁ ଆହୁରି ରୋମାଞ୍ଚକର କରିଥାଏ ।

ଆହୁରି ପଢନ୍ତୁ :- ବେଶ୍ୟା ବୃତ୍ତି ବନାଇଦେଲା ଏହି ଦେଶକୁ ଧନୀ, ଏଠାରେ 1000 ଟଙ୍କାରେ ମିଳିବେ ସୁନ୍ଦରୀ ଯୁବତୀ

୩ – ସାତକୋଶିଆ ଅଭୟାରଣ୍ୟ :- ଦେଶୀ ବିଦେଶୀ ପକ୍ଷୀଙ୍କ ସହିତ ଏଠାକାର ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛନ୍ତି ଅନେକ ବନ୍ୟଜନ୍ତୁ । ଅନୁଗୁଳରେ ଅବସ୍ଥିତ ସାତକୋଶିଆ ଅଭୟାରଣ୍ୟ ରାଜ୍ୟର ଏକ ପ୍ରମୁଖ ପିକନିକ୍ ସ୍ପଟ୍ ଅଟେ । ଏଠାରେ ବୋଟିଂ ସୁବିଧା ସହିତ ସାତକୋଶିଆ ରିସର୍ଟରେ ଆପଣ କ୍ୟାଂପିଙ୍ଗ କରି ରାତ୍ରିଯାପନ କରିପାରିବେ ।

୪ – କାଇଯୋଡ଼ା ଜଳପ୍ରପାତ :- କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ କାଇଯୋଡ଼ା (ପଟୁଘର) ଜଳପ୍ରପାତ ପର୍ଯ୍ୟଟକଙ୍କ ପାଇଁ ଅନ୍ୟଏକ ଆକର୍ଷଣ ଅଟେ । କେନ୍ଦୁଝର ସଦର ମହକୁମାରୁ ଭାୟା ପଳାଶପଙ୍ଗା ଦେଇ ୫୦ କିମି ତଥା ଭାୟା ବାଂଶପାଳ ଦେଇ ୭୦ କିମ ଗଲେ କାଇଯୋଡା ପାହାଡ କୋଳରେ ଏହି ୧୫୦ ଫୁଟ ଉଚ୍ଚର ଜଳପ୍ରପାତ ରହିଛି । ସରକାରୀ ସୁବିଧା ସୁଯୋଗ ପହଞ୍ଚି ପାରିନଥିଲେ ହେଁ ଏହାର ଅନେକ ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରିପାରୁଛି ।

୫ – ଭିତରକନିକା :- ମହାନଦୀ, ବ୍ରାହ୍ମଣୀ ଏବଂ ବୈତରଣୀ ନଦୀର ତ୍ରିକୋଣଭୂମିରେ ଅବସ୍ଥିତ ଏହି ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଇଛି । ୭ ପ୍ରଜାତିର ଡ଼ଲଫିନ୍, ୬୩ ପ୍ରକାରର ଲୁଣା ଜଙ୍ଗଲ, ବିରଳ ଅଲିଭ ରିଡ଼ଲେ କଇଁଛ ଏବଂ ବଉଳା କୁମ୍ଭୀର ଭିତରକନିକାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି । ଏଠାରେ ୧୬ଟି ଧଳା କୁମ୍ଭୀର ରହିଥିବା ବେଳେ ସେମାନଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥାଏ ।