ଦେଖନ୍ତୁ ଭିଡ଼ିଓ: ନାଗୁଣୀ କୁ ଦେଖି ମିଷ୍ଟର୍ ଗଜପତି କହିଲେ “ଜେଲ୍ ରୁ ନୁହେଁ ପାର୍ଲରରୁ ବାହାରିଲେ ବୋଧେ”

ଦୀର୍ଘ ୧୪ ମାସ ଧରି ଜେଲରେ ରହିବା ପରେ ଜାମିନ ନେଇ ଫେରିଛନ୍ତି ଅର୍ଚ୍ଚନା ନାଗ । କେବଳ ଯେ ଜେଲ୍ ରୁ ବାହାରିଛନ୍ତି ତାହା ନୁହେଁ ବରଂ ସେଠାରୁ ଆସି ସେ ଲ’ ପରୀକ୍ଷା ଦେବାକୁ ଯାଇଥିବା ମଧ୍ୟ ଦେଖା ଯାଇଥିଲା । ତାଙ୍କର ଜେଲ୍ ଫେରନ୍ତା ଭିଡ଼ିଓ ଏବଂ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଧଳା ଚୁଡ଼ିଦାର ସହିତ କଳା କୋର୍ଟ ପିନ୍ଧି ଅର୍ଚ୍ଚନାଙ୍କ ଗେଟ୍-ଅପ୍ କୁ ନେଇ ଏବେ ବହୁତ ଚର୍ଚ୍ଚା । ଏହାରି ମଧ୍ୟରେ ଏଥିନେଇ ମୁହଁ ଖୋଲିଛନ୍ତି ମିଷ୍ଟର ଗଜପତି । ସେ କହିଛନ୍ତି, “ଅର୍ଚ୍ଚନା ଜେଲ୍ ରୁ ଫେରିବା ଭଳି ନୁହେଁ ବରଂ ପାର୍ଲରରୁ ଫେରିବା ଭଳି ଦେଖା ଯାଉଛନ୍ତି ।” ଏଥିସହିତ ଅର୍ଚ୍ଚନା ନିଜ କେସ୍ ନିଜେ ଲଢ଼ିବା ପାଇଁ ଜିଦ୍ ଧରିବାକୁ ସମର୍ଥନ କରିଛନ୍ତି ଗଜପତି ।

ସେ କହିଛନ୍ତି ଯେ ପ୍ରଥମତଃ ପ୍ରତ୍ୟେକ ମଣିଷ ନିଜର ବ୍ୟକ୍ତିଗତ ଜୀବନ ବଞ୍ଚିବା ପାଇଁ ନିଜ ଅନୁଯାୟୀ କିଛିବି କାମ କରି ପାରନ୍ତି । ଏହି ମାମଲାରେ ନେତା ମନ୍ତ୍ରୀ ଏବଂ ବଡ଼ ଲୋକଙ୍କ ମଧ୍ୟରେ ଅର୍ଚ୍ଚନାଙ୍କ ସମ୍ପର୍କ ରହିଥିଲା, ସେମାନେ ଅର୍ଚ୍ଚନାଙ୍କୁ ଟଙ୍କା ଦେଉଥିଲେ । କେବଳ ଅର୍ଚ୍ଚନା କାହିଁକି ଏଭଳି ଅନେକ ଲୋକ କରୁଥିବେ ବୋଲି ମିଷ୍ଟର ଗଜପତି କହିଛନ୍ତି ।

ଦେଖନ୍ତୁ ଭିଡିଓ :-

ଏହି ମାମଲାରେ କେବଳ ଅର୍ଚ୍ଚନାଙ୍କର ନାମକୁ ଯେତେ ଇଚ୍ଛା ବଦନାମ୍ କରାଗଲା । ରାଜନୀତି ହେତୁ ଅନ୍ୟ ରାଜନେତା ମାନଙ୍କର ନାମ ସାମ୍ନାକୁ ଆସି ପାରିଲାନାହିଁ । ଯାହାକି ଆଦୌ ଠିକ ହୋଇନଥିଲା, ତେଣୁ ଅର୍ଚ୍ଚନା ନାଗ ଜେଲରୁ ବାହାରି ଏଭଳି ଭାବରେ ଲୁକ ଦେବା ଏବଂ ଲ’ ପରୀକ୍ଷା ଦେବା ସହିତ ନିଜ କେସ ନିଜେ ଲଢ଼ିବାକୁ ନେଇଥିବା ଜିଦ ସ୍ୱାଭାବିକ ଅଟେ ବୋଲି କୁହାଯାଉଛି ।